ହେଡଲାଇନସ୍:

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବା ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ - ଧର୍ମେନ୍ଦ୍ର ପ୍ରଧାନ

• କୋଇଲା କ୍ଷେତ୍ରରେ ୫୦ ହଜାର କୋଟିର ନିବେଶ ପ୍ରସ୍ତାବ କୋଇଲା ଭିତିଭୂମିକୁ ସଦୃଢ କରିବ

• କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଦେଶର ପୁଞ୍ଜିନିବେଶ, ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରୋତ୍ସାହନ ଦେବ

• ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ

ନୂଆଦିଲ୍ଲୀ/ ଭୁବନେଶ୍ୱର–କୋଇଲା କ୍ଷେତ୍ରରେ ଭିତିଭୂମିର ବିକାଶ ବିଶେଷ ଭାବରେ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ପଦକ୍ଷେପ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ ଏବଂ ଘରୋଇ କୋଇଲା ଉତ୍ପାଦନ ରେ ଦେଶକୁ ଆତ୍ମନିର୍ଭର କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କ୍ରମାଗତ ଚତୁର୍ଥ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜରେ କୋଇଲା ଭିତିଭୂମିକୁ ଗୁରୁତ୍ୱ ଦେବା ସହ ଏଥିପାଇଁ ୫୦ ହଜାର କୋଟିର ନିବେଶ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଦେଶରେ କୋଇଲା ଭିତିଭୂମିର ବିକାଶ ହେବ । ସେହିପରି କୋଇଲା ଖଣି ନିଲାମ ପ୍ରକ୍ରିୟା ସରଳୀକରଣ ଦ୍ୱାରା ଦେଶରେ କୋଇଲା, ଇସ୍ପାତ ଏବଂ ଗ୍ୟାସ କ୍ଷେତ୍ରରେ ଅନେକ ସୁଯୋଗ ମିଳିବ ।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଜି ଘୋଷଣା ହୋଇଥିବା ବ୍ୟାପକ ସଂସ୍କାର ଦେଶରେ ଇଜ୍ ଅଫ୍ ଡୁଇଙ୍ଗ ବ୍ୟବସାୟକୁ ସୁଗମ କରିବ, ପୁଞ୍ଜିନିବେଶ ବଢାଇବ ଏବଂ ଦେଶର ଅର୍ଥନୀତିକୁ ମଜବୁତ୍ କରିବ । ସେହିପରି ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ, ମହାକାଶ କ୍ଷେତ୍ରରେ ବ୍ୟାପକ ସଂସ୍କାରର ଲକ୍ଷ୍ୟ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦନ କୁ ବୃଦ୍ଧି କରିବା, ଭାରତକୁ ବିମାନ ରକ୍ଷଣାବେକ୍ଷଣର ଏକ ପେଣ୍ଠସ୍ଥଳି କରିବା ଏବଂ ଭାରତକୁ ପ୍ରତିରକ୍ଷା ଉତ୍ପାଦନ , ବେସାମରିକ ବିମାନ ଚଳାଚଳ ଏବଂ ମହାକାଶ ଯନ୍ତ୍ରପାତି ତିଆରି କ୍ଷେତ୍ରରେ ଆତ୍ମନିର୍ଭର କରିବା ବୋଲି ସେ କହିଛନ୍ତି ।

ଆଜିର ଘୋଷଣାରେ ନିଆଯାଇଥିବା ବଡ ବଡ ପଦକ୍ଷେପ ଦେଶର ପୁଞ୍ଜିନିବେଶ, ଅଭିବୃଦ୍ଧି, ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ସହ କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ , ବେସାମରିକ ବିମାନ ଚଳାଚଳ, ଶକ୍ତି ଯୋଗାଣ, ପରମାଣୁ ଏବଂ ମହାକାଶ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଅପରପକ୍ଷରେ ଆଜିର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

0
0
0
s2sdefault