ହେଡଲାଇନସ୍:

କରୋନା ଆଳରେ କଳାବଜାରୀ : ଲୁଣ ଦର ହୁ ହୁ ହୋଇ ବଢୁଛି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବଲାଙ୍ଗିର/ ନିରୋଜ ମିଶ୍ର - କରୋନା ମହାମାରୀ ଭୟରେ ସାଧାରଣ ମାଲ ପରିବହନ ବ୍ୟାଧିତ ହୋଇଛି । ଏହାର ଫଇଦା ଉଠାଇ କିଛି ମୁନାଫାଖୋର ବ୍ୟବସାୟୀ ବିଭିନ୍ନ ଅତ୍ୟାବଶ୍ୟକୀୟ ବସ୍ତୁର ଜମାଖୋରୀ କରିବା ସାଙ୍ଗରେ ବଜାରରେ ଏହି ବସ୍ତୁ ଗୁଡିକର କଳାବଜାରୀ କରୁଛନ୍ତି । ଏଥିରେ ଦୈନନ୍ଦିନ ଆବଶ୍ୟକୀୟ ଲୁଣ ମଧ୍ୟ ବାଦ ପଡୁନି । କେଜି ପ୍ରତି ୧ଠ ରୁ ୧୫ ଟଙ୍କା ବିକ୍ରି ହେଉଥିବା ଆୟୋଡିନଯୁକ୍ତ ଲୁଣ ଏବେ ୨ ରୁ ୩ ଗୁଣା ଦାମ ନିଆଯାଉଥିବା ଅଭିଯୋଗ ହେଉଛି । ସେପରି କିଛି ଦିନ ତଳେ ୧୮ଠଟଙ୍କାରେ ବିକ୍ରି ହେଉଥିବା ଲୁଣ ବସ୍ତା ଆଜି ବେଆଇନ ଭାବେ ୪ଠଠଟଙ୍କାରୁ ଉର୍ଦ୍ଧ୍ୱରେ ବିକ୍ରି ହେଉଥିବା ଅଭିଯୋଗ ହେଉଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହା ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଲୁଣ କଳାବଜାରୀକୁ ବନ୍ଦ କରିବା ପାଇଁ ଦାବି ହେଉଛି ।

କିଛି ଦିନ ପୂର୍ବରୁ ଟିଟିଲାଗଡ଼,ସିନ୍ଧେକେଲା ଓ ପରେ ପରେ କଣ୍ଟାବାଞ୍ଜି ଏବଂପାଟଣାଗଡ଼ର ବିଭିନ ଗ୍ରାମାଞ୍ଚଳରେ ଲୁଣ କଳାବଜାରୀ ହେଉଥିବା ବିଭିନ୍ନ ଖବର ମିଳିଥିଲା । ସେହିପରି କାଲି ଲୁଣ କଳାବଜାରି କରି ସଇଁତଳା ବ୍ଲକ ର ଜଣେ ବ୍ୟବସାୟୀ ୨୭୦୦୦ ଟଙ୍କା ଫାଇନ ଗଣି ଥିବା ଜନସାଧାରଣଙ୍କ ଦୃଷ୍ଟିକୁ ଆସିଥିଲ। । ତେବେ ସମୟକ୍ରମେ ଏହା ଏବେ ଜିଲ୍ଲାର ସଦର ମହକୁମା ବଲାଙ୍ଗୀରକୁ ବ୍ୟାପିଛି ।

ଆହୁରି ମଧ୍ୟ ସହରରେ ଲକ୍‌ଡାଉନ୍ ହେଉ ହେଉ ଆଳୁ,ପିଆଜର କଳାବଜାରୀ ଆରମ୍ଭ ହୋଇଯାଇଥିଲା । କ୍ରମଶଃ ସେନିଟାଇଜର, କିରାନା ସାମଗ୍ରୀ ଓ ଫଳମୂଳ ଏହି କଳାବଜାରୀ ମାନଙ୍କ କଳାକବ୍‌ଜାରେ ଆସିଥିଲା । ସାଧାରଣ ଖାଉଟିଙ୍କ ବିରୋଧକ୍ରମେ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇ ବିଭିନ୍ନ ଅତ୍ୟାବଶ୍ୟକୀୟ ସ।ମଗ୍ରୀର ଦର ତାଲିକା ପ୍ରକାଶ କରିବା ସହ ସ୍ଥିତିକୁ କିଛିକାଂଶରେ ନିୟନ୍ତ୍ରଣକୁ ଆଣିଥିଲା । ଏହା ପରେ ମଧ୍ୟ କୋଭିଡ଼ ସମୟରେ ମଦ, ଗୁଠ୍‌କା ଭଳି ବେଆଇନ ବସ୍ତୁକୁ କେଇଗୁଣା ଦରରେ ବିକ୍ରି କରିବା ଜାରି ରହିଛି । କିନ୍ତୁ ଅତ୍ୟାବଶ୍ୟକୀୟ ଲୁଣ ଏହି କଳା ତାଲିକାରେ ଜୋଡି ହେବାପରେ ସିଧାସଳଖ ଜନସାଧାରଣଙ୍କ ରଷୋଇ ଉପରେ ମାଡ ପଡିଥିବା ଲୋକେ କହୁଛନ୍ତି ।

0
0
0
s2sdefault