ହେଡଲାଇନସ୍:

ଗଜପତି ଜିଲ୍ଲାର ୧୯ ଟି ସ୍ଥାନରେ  ନାକାବନ୍ଦୀ କଡାକଡି : କରୋନା ଲଢେଇରେ ଦିନରାତି ଏକ କରିଦେଇଛି ଗଜପତି ପୋଲିସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଦେଶରେ  ମାରାତ୍ମକ କରୋନା ଭୁତାଣୁ ସଂକ୍ରମଣ କମିବାର ନା ନେଉନି । ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି ।

   ଏଥିନେଇ ସରକାରଙ୍କ ପକ୍ଷରୁ ୩ୟ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଥିବା ବେଳେ  ଅନେକ ସାବଧାନତା ଓ ନିଷେଧକୁ କୋହଳ କରାଯାଇଛି ।   ହେଲେ ମଧ୍ୟ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ନିଜ ଭିଟାମାଟିକୁ ବିଭିନ୍ନ ଉପାୟରେ ଫେରୁଛନ୍ତି । 

   ଏତଦ୍ ବ୍ୟତୀତ ଗଜପତି ଜିଲ୍ଲାର ପଡୋଶୀରେ ଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ମଧ୍ୟ କିଛିଟା ପଜିଟିଭ ଥିଲା ଏବଂ ଗଞ୍ଜାମ ଜିଲ୍ଲାରେ ଅନେକ ପଜିଟିଭ ପୋଜିଟିଭ ଚିହ୍ନଟ ହେଲେଣି ।  ଏ ସବୁକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ  ବାହାରୁ ଗଜପତି ଜିଲ୍ଲାକୁ ଆସୁଥିବା ୧୯ ଗୋଟି ପ୍ରବେଶ ପଥକୁ ସିଲ କରିଦିଆଯିବା ସହ ନାକାବନ୍ଦୀ ଗେଟ ଲଗାଇ ପୋଲିସ ପହରାକୁ ଜୋରଦାର କରାଯାଇଛି ।

  ବାହାର ରାଜ୍ୟରୁ ଗଜପତି ଜିଲ୍ଲାକୁ ଆସିବା ପାଇଁ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଗିରିଶୋଲା ଓ ରାୟଗଡା ଜିଲ୍ଲାର କେରେଡା ସ୍ଥିତ ନାକା ଗେଟ ଦେଇ ଆସିବାକୁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ହେଁ ଅନେକେ ବିଭିନ୍ନ ଉପାୟରେ ଚାଲି ଚାଲି , ସାଇକଲ ଓ ଅନ୍ୟାନ୍ୟ ଉପାୟରେ ବିଭିନ୍ନ ସମୟରେ ଲୁଚିଛପି ଆସୁଛନ୍ତି ଏବଂ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ।

   ଏଭଳି ଆସୁଥିବା ଲୋକଙ୍କୁ ପୋଲିସ ଧରି ସେମାନଙ୍କ ଟିକିନିଖି ତଥ୍ୟ ସଂଗ୍ରହ କରି ପଞ୍ଜିକରଣ କରୁଛି । ।

  ପୋଲିସ କହିବା ପ୍ରକାରେ ଏ ପର୍ଯ୍ୟନ୍ତ ବାହାର ରାଜ୍ୟ ଆନ୍ଧ୍ରରୁ ୬୦୯ ଜଣ , ତେଲେଙ୍ଗାନାରୁ ପାଖାପାଖି ୩୦୦ ଜଣ ଏବଂ ତାମିଲନାଡୁରୁ ୨୨୯ ଜଣ ବିଭିନ୍ନ ଉପାୟରେ ଆସିଲେଣି । ସେମାନଙ୍କୁ ନାକା ପଏଣ୍ଟ ପାଖରେ ହିଁ ସମସ୍ତ ଯାଞ୍ଚ କାରାଯାଇ  ଖାଇବା ପିଇବା ସମେତ ସମସ୍ତ ବ୍ୟବସ୍ଥା କରାଯାଇ ସରକାରୀ ଗାଇଡ଼ ଲାଇନ ପ୍ରକାରେ ସେମାନଙ୍କୁ , ସେମାନଙ୍କ ଗନ୍ତବ୍ୟ ତଥା ଯଥା ସ୍ଥାନରେ ଛଡା ଯାଉଛି ଏବଂ ସେଠାରେ କ୍ବାରେଣ୍ଟାଇନରେ ରଖାଯାଉଛି ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଛନ୍ତି ।

 

 

0
0
0
s2sdefault