ହେଡଲାଇନସ୍:

କ୍ବାରେଣ୍ଟାଇନ୍‌ ସେଣ୍ଟରରେ ତାଲା ମାରିଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ନାକଟିଦେଉଳ ବ୍ଲକ୍ ଗୋଗୁଆ ପଞ୍ଚାୟତରେ କିଛି ଲୋକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ତାଲା ମାରି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦଦେଉଳ ବ୍ଲକ୍ ଗୋଗୁଆ ପଞ୍ଚାୟତ ର ଗୋଗୁଆ ହାଇସ୍କୁଲ ଠାରେ ଏହି କ୍ବାରେଣ୍ଟାଇନ୍‌ ସେଣ୍ଟର ଖୋଲା ଯାଇଥିଲା । ଗତ ୨ ତାରିଖରେ ଗୋଗୁଆ ଗ୍ରାମର କିଛି ଲୋକ ଏହି କେନ୍ଦ୍ରକୁ ଅନ୍ୟତ୍ର କରିବା ପାଇଁ ନାକଟିଦେଉଳ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗୋଗୁଆ ଗ୍ରାମର ହାଇସ୍କୁଲ ପଡାର କିଛି ଲୋକ ହାଇସ୍କୁଲ ଠାରେ ଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରର ଗେଟ୍ ସମ୍ମୁଖରେ ତାଲା ପକାଇଥିବା ସହ ରାସ୍ତା ଉପରେ ବ୍ୟାରିକେଡ୍‌ କରି ବନ୍ଦ କରିଦେଇଛନ୍ତି ।  

ସେଠାରେ ପାଇଖାନା ନିର୍ମାଣ ହେବାର ଥିବା ବେଳେ ସେଇ ପଡାର ଲୋକମାନେ କାମ କରାଇ ଦେଉ ନଥିବା ଗୋଗୁଆ ସରପଞ୍ଚ ପ୍ରକାଶ କରିଛନ୍ତି । ଅନ୍ୟ ରାଜ୍ୟରେ କାମ କରୁଥିବା ୮୬ ଜଣ ଶ୍ରମିକ ଗୋଗୁଆ ଗ୍ରାମପଞ୍ଚାୟତରେ ନାମ ପଞ୍ଜୀକରଣ କରିଛନ୍ତି । ଏହି କେନ୍ଦ୍ରରେ ୫୦ଟି ବେଡ୍ ଥିବା ବେଳେ ଆଉ ୩୦ଟି ବେଡ୍ ପଡା ବାସୀଙ୍କ ବିରୋଧ ଯୋଗୁଁ ହୋଇପାରି ନ ଥିବା ଜଣା ପଡିଛି । ଗୋଗୁଆ ସରପଞ୍ଚ ସୁଭଦ୍ରା ବେହେରା ଆଜି ନାକଟିଦେଉଳ ବିଡଓଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ନାକଟିଦେଉଳ ବିଡିଓ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରି ଆସିଛନ୍ତି । ବ୍ଲକ୍ ପ୍ରଶାସନ ସମ୍ବଲପୁର ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ଦେଇଥିଲେ ମଧ୍ୟ ବର୍ତମାନ ୮୬ ଜଣ ଶ୍ରମିକ ଆସିଲେ କେଉଁଠି ରହିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

0
0
0
s2sdefault