ହେଡଲାଇନସ୍:

କୋବିଡ଼-19 ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କର ତୁଫାନି ଗସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ) :- ରାଜ୍ୟ ସରକାରଙ୍କର କୋବିଡ଼ 19 ବରଗଡ଼ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ବେଣୁଧର ବେହେରା ଜିଲ୍ଲାର ମାଣ୍ଡୋସିଲିରୁ ତାଙ୍କର ଗସ୍ତ କାର୍ଯକ୍ରମ ଆରମ୍ଭ କରିଥିଲେ । ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ଲୋକ ମାନେ ଫେରିବା ପରେ 14 ଦିନ ସଙ୍ଗରୋଧରେ ରହିବେ । ଏଥିପାଇଁ ପ୍ରତ୍ୟେକ ପଂଚାୟତରେ ସଙ୍ଗରୋଧ ଗୃହ ସବୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକକୁ ବାହାର ରାଜ୍ୟରୁ ହଜାର ହଜାର ଲୋକ ଫେରିବା ପାଇଁ ପଞ୍ଜିକରଣ କରାଇଛନ୍ତି ।

ଆଜି ଜିଲ୍ଲା ପାଇଁ ନିଯୁକ୍ତ ପର୍ଯବେକ୍ଷକ ଶ୍ରୀ ବେଣୁଧର ବେହେରା ମାଣ୍ଡୋସିଲି , ବରତୁଣ୍ଡା ,ପାଇକମାଲ ରେ ଦୁଇ ଗୋଟି ଝାରବନ୍ଧ ବ୍ଲକର ଅମଠି ,ଝାରବନ୍ଧ, ଆଦି ସଙ୍ଗରୋଧ ଜେନ୍ଦ୍ର ଗୁଡିକ ବୁଲି ଦେଖଗିବା ସହିତ ସ୍ଥାନୀୟ ସରପଞ୍ଚ ମାନଙ୍କର ସହିତ ଆଲୋଚନା କରିବା ସହିତ ସରପଞ୍ଚ ଓ କାର୍ଯନିର୍ବାହୀ ଅଧିକାରୀ ମାନଙ୍କୁ ଅବଶ୍ୟକୀଅ ନିର୍ଦ୍ଦେଶ ଦେବା ସହିତ ପ୍ରତ୍ୟେକ ଲୋକଙ୍କ ଉଚିତ ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିବା ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ବେହେରା ଝାରବନ୍ଧ ଥରେ MGNREGS ଯୋଜନାରେ ହେଉଥିବା କାମ ମଧ୍ୟ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ, ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର, ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ ରଣା, ପାଇକମାଲ BDO ଶ୍ରୀ ସୁରେନ୍ଦ୍ର ମେହେର , ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ଝାରବନ୍ଧ BDO ରୁନୁ ଲାକ୍ରା , ଅତିରିକ୍ତ ତହସିଲଦାର ଶ୍ରୀ ପାର୍ଶୁରାମ ଅର୍ଯ୍ୟନ ପାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault