ହେଡଲାଇନସ୍:

ମାଓପ୍ରବଣ ସୁନାବେଡା ଅଭୟାରଣ୍ୟ ଭିତରେ କୋରୋନା ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା/ ଅମିତ ପୁରୋହିତ : ନୂଆପଡା ଜିଲା ଓ ଛତିଶଗଡ ସୀମାରେ ଲମ୍ବି ରହିଛି ସୂନାବେଡା ପାହାଡମାଳା, ଯାହକି ବର୍ତ୍ତମାନ ସମୟରେ ଅଭୟାରଣ୍ୟ ଭାବରେ ଘୋଷିତ ହୋଇସାରିଛି । ଏହି ଅଭୟାରଣ୍ୟ   ମଧ୍ୟରେ ବାସକରନ୍ତି ଦୁଇଟି ପ୍ରମିଟିଭ ଟ୍ରାଇବାଲ କମ୍ୟୁନିଟି ଚକୋଟିଆ ଓ ଭୁଞ୍ଜିଆ  । ସେମାନଙ୍କ ବିକାଶ ପାଇଁ ଓଡିଶାସରକାର ଙ୍କ ଦ୍ୱରା ଗଠିତ ହୋଇଛି ଏକ ସ୍ୱତନ୍ତ୍ର ଏନ୍ନୟନ ସଂସ୍ଥା ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା(ସିବିଡିଏ). ଏକଦା ନୂଆପଡାର ଭୂସ୍ୱର୍ଗ ବୋଲାଉଥିବା ସୂନାବେଡା ଅଭୟାରଣ୍ୟ ଅଞ୍ଚଳ ନୂଆପଡା ବାସୀ ଙ୍କ ପାଇଁ ଅଲୋଡା ହୋଇଯାଇଥିଲା ଯେତେବେଳେ ୨୦୧୦ ମସିହାରେ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିଥିଲେ । ସେହି ଦିନଠାରୁ ସମୁଦ୍ରପତ୍ତନରୁ ୧୦୦୦ ଫୁଟରୁ ଊର୍ଧ୍ୱରେ  ଥିବା ଏହି ଅଞ୍ଚଳକୁ ନୂଆପଡା ବାସୀ ଜିବା ଭୁଲିଯାଇଥିଲେ । ଏହି ଅଭୟାରଣ୍ୟ ଭିତରେ ଦୁଇଟି ପଞ୍ଚାୟତ ସୂନାବେଡା ଓ ସୋସେଙ୍ଗ ଥିଲାବେଳେ  ପଞ୍ଚାୟତ ଅଧିନସ୍ଥ ଗ୍ରାମ ଗୁଡିକ ଭିତରେ ଦୁରତା ୨ରୁ ୧୫କିମି ମଦ୍ଧରେ ଅବସ୍ଥିତ । ଏହି ଅଭୟାରଣ୍ୟର ଘନଅରଣ୍ୟ ମାଓବାଦୀ ମାନଙ୍କ   ଚରାଭୁଇଁ ପାଲଟିଥିଲାବେଳେ  ସରକାରୀ ମାନେ ନିଜ ଜିବନକୁ ପାଣି ଛଡାଇ ସେଠାରେ ସରକାରୀ ସାହଯ୍ୟ ସହେଯାଗ ଯୋଗାଇଚାଲିଛନ୍ତି ।  ସମ୍ପ୍ରତି କୋରୋନା ମହାମାରୀ ର କରାଳ କାୟା ଭିତରେ ଏହି ମାଓ ଅଧ୍ଧୂଷିତ ଅଭୟାରଣ୍ୟର ଶିନାରାୟଣପୁର ଝରଲାମ ଗ୍ରାମରେ ସିବିଡିଏ କର୍ମଚାରୀ ମାନେ କୋରୋନା ସଚେତନତା ବର୍ତ୍ତା ପହଞ୍ଚାଇଛନ୍ତି । ଏହି ଦୁଇଗ୍ରାମରେ ସିବିଡିଏ କର୍ମଚାରୀ ମାନେ ଜନସାଧାରଣଙ୍କୁ  କୋରୋନା ସମ୍ବନ୍ଧୀୟ ସଚେତନତା ବର୍ତ୍ତାଦେବା ସହ  ସାନିଟାଇଜର ହେଣ୍ଡୱାସ, ମାସ୍କ  ଆଦି ବଣ୍ଟନ କରିଥିଲେ । କିଭଳି ସାମାଜିକ ଦୁରତା ରକ୍ଷା କରି ଆମେ  କୋରୋନା ଠାରୁ ଦୁରରେ ରହିପାରିବା, ଦିନକୁ ୬/୭ଥର ସାବୁନପାଣିରେ ହାତଧୋଇବା, କିମ୍ବା ସାନିଟାଇଜରରେ ହାତକୁ ଘଷିବା, ମୁହଂରେ ମାସ୍କ ବାନ୍ଧୀବା ଆଦି ବିଷୟରେ ବୁଝାଇଥିଲେ । ଆଜିର କାର୍ଯ୍ୟକ୍ରମରେ ସିବିଡିଏ ସ୍ୱତନ୍ତ୍ର ଅଧିକାରୀ  ବୁଦ୍ଧଦେବ  ପଣ୍ଡା, ଓପେଲିପର ପ୍ରକଳ୍ପ ପରିଚାଳକ ସୁରେନ୍ଦ୍ର ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । 

 

 

0
0
0
s2sdefault