ହେଡଲାଇନସ୍:

ଗଞ୍ଜାମରେ ପଶିଲା କରୋନା : ରାଜ୍ୟରେ ପୁଣି ୩ ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  :  ପୁଣି ଆଉ ଏକ ଜିଲ୍ଲା ଗଞ୍ଜାମରେ ପଶିଛି କରୋନା | କରୋନା ଆବିର୍ଭାବ ହେବା ପରେ ପ୍ରଥମ ଥର ପାଇଁ ଗଞ୍ଜାମରେ ଚିହ୍ନଟ ହୋଇଛନ୍ତି  ଦୁଇ ଜଣ କରୋନା ପଜିଟିଭ | ଦୁହେଁ ସୁରାଟ ଫେରନ୍ତା | ସେହିପରି ଝାରସୁଗୁଡା ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା  ପହଁଚିଲା ୧୬୦ରେ  | ଗଂଜାମ ଜିଲ୍ଲାର ଆକ୍ରାନ୍ତ ଦୁଇଜଣ ହେଉଛନ୍ତି ପୁରୁଷ | ବୟସ ଯଥାକ୍ରମେ ୧୭ ବର୍ଷ ଓ ୨୨ ବର୍ଷ | ଝାରସୁଗୁଡ଼ାରେ ଚିହ୍ନଟ ହୋଉଥିବା ଆକ୍ରାନ୍ତ ଜଣକ ହେଉଛନ୍ତି ଜଣେ ମହିଳା , ତାଙ୍କ ବୟସ 40 ବର୍ଷ | ସେମାନଙ୍କ କଣ୍ଟାକଟ ଟ୍ରେସିଙ୍ଗ ଚାଲିଛି | 

0
0
0
s2sdefault