ହେଡଲାଇନସ୍:

ସେ ଦଣ୍ଡରୁ ବଳିଲା ଏ ଦଣ୍ଡ : ପ୍ରବାସୀଙ୍କୁ ନେଇ ଆସୁଥିବା ବସ ଓଲଟିଲା ଘାଟିରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ.ଉଦୟଗିର/ ଗଗନ ପ୍ରଧାନ : ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁଜୁରାଟର ସୁରତରୁ ଆସୁଥିବା ଯାତ୍ରୀବାହୀ ବସ ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 2ଜଣ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିଭଳି କିଛି ଯାତ୍ରୀ ମଧ୍ୟ ଆହତ ଓ ଗୁରୁତର ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ସୂଚନା ଅନୁସାରେ ସୁରତ ଜିଲ୍ଲାର ଡାଇମଣ୍ଡ ନଗରରୁ ଏପ୍ରିଲ ୩୦ ତାରିଖ ରାତି ପ୍ରାୟ ୧୧ଟାରେ ୭୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବସ (ଶ୍ରୀ ପଟେଲ ଜିଜେ ୧୮-ଏକ୍ସ-୨୬୯୩) ଗଞ୍ଜାମ ଅଭିମୁଖେ ବାହାରି ଥିଲା । ହେଲେ କଳିଙ୍ଗା ଘାଟିର ଅନ୍ଧାରକୋଟର ତୀକ୍ଷ୍ଣ ବୁଲାଣି ହୋଇ ଥିବାରୁ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିର ଦ୍ରୁତ ଗତିରେ ଯାଉ ଥିବାରୁ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାର ବାମପାଶ୍ୱର୍ରେ ଥିବା ସୁରକ୍ଷା ପାଚେରୀରୁ ଉପରକୁ ଚଢ଼ାଇ ଦେଇଥିଲେ । ଯାହା ଫଳରେ ଗାଡ଼ି ଭିତରେ ବସିଥିବା ୭୦ ଜଣ ଲୋକଙ୍କ ମଧ୍ୟରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆଉ ଜଣେ ଚାପି ହୋଇ ରହିଥିଲେ । 

ଗାଡ଼ି ଚାଳକଙ୍କ ପାଇଁ ଏହି ରାସ୍ତା ନୂଆ ହୋଇ ଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରା ଯାଉଛି I ବୁଲାଣି ଆସିବାରୁ ଗାଡ଼ିର ଚାଳକ ହଠାତ ବ୍ରେକ ଦେବାରୁ ଯାତ୍ରୀମାନେ ବସରୁ ଛିଟିକି ପଡ଼ିଥିଲେ । ଗୁରୁତର ଆହତଙ୍କୁ ଭଞ୍ଜନଗର ଓ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚିଥିଲା । ଖବର ପାଇ ଘୁ.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ଥିଲା  । ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲାର ଆସିକାକୁ ଯାଉଥିଲେ । ଚାଳକ ଘାଟି ସଂପର୍କରେ ଅବଗତ ନଥିବାରୁ ଭାରସାମ୍ୟ ହରାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ହେବା ପରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଏହି କ୍ରମରେ ରାଜସ୍ଥାନ ଓ ଗୁଜୁରାଟରୁ ପ୍ରବାସୀମାନେ ଫେରୁଛନ୍ତି । ହେଲେ ମୃତ୍ୟୁ ମୁଖରୁ ବଞ୍ଚି ଯାଇ ଛନ୍ତି 60ରୁ ଉର୍ଦ୍ଧ୍ବ ଯାତ୍ରୀ I

0
0
0
s2sdefault