ହେଡଲାଇନସ୍:

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା : ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ(ବିଶ୍ୱଜିତ ନାୟକ) - ଉତ୍କଳ ସମ୍ମିଳନୀ ନୟାଗଡ ସଖା ପକ୍ଷରୁ ଆଜି ମ୍ୟୁନିସିପାଲିଟିର ୧୧୦ ଜଣ ସଫେଇ କର୍ମଚାରୀଙ୍କୁ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ହ୍ୟାଣ୍ତ ୱାସ ସହ ଗୋଟିଏ ଲେଖାଏଁ ଗାମୁଛା ପ୍ରଦାନ କରାଯାଇଛି ।  ମହାମାରୀ କରୋନାର ଭୟାଭହତା ସାରା ଦେଶକୁ କବଳିତ କରି ରଖିଥିବା ବେଳେ ସଫେଇ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟରେ ଅବହେଳା ନକରି ଜନସାଧାରଣଙ୍କୁ ସେମାନଙ୍କର ସେବା ଯୋଗେଇ ଦେଇଆସୁଛନ୍ତି ।  ବାସ୍ତବିକ ଆଜିର ଏ ସମୟରେ କୋଭିଡ ୧୯ ର ଯୋଦ୍ଧା ଭାବରେ ସଫେଇ କର୍ମଚାରୀ ମାନଙ୍କୁ ସଂମାନିତ କରାଯାଇଛି । ସେହିପରି ଉତ୍କଳ ସମ୍ମିଳନୀ ସଭାପତି ବସିରନ୍ ବିବି, ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ ଟ୍ରାଫିକ  ଛକ ଠାରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌.ଡି ,ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ,  ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା,ଟାଉନଥାନା ଆଇ.ଆଇ.ସି ଜୟଦିପ ମହାନ୍ତି,ଏସ.ଆଇ ଧର୍ମେନ୍ଦ୍ର ଶିଆଳ ପ୍ରମୁଖ ଉପସ୍ଥିତିରେ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଛତା, ପୁଲିସ କର୍ମଚାରୀଙ୍କୁ ସାନିଟାଇଜର୍ ଓ ହାଣ୍ଡୱାସ୍ ଏବଂ ମହାବିଦ୍ୟାଳୟର ଏନ୍‌ସିସି କ୍ୟାଡେଡ୍ ମାନଙ୍କୁ ସାନିଟାଇଜର ପ୍ରଦାନ କରାଯାଇଥିଲା ।  କରୋନା ଯୋଦ୍ଧା ଭାବେ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ହ୍ୟାଣ୍ଡୱାସ୍ ପ୍ରଦାନ କରାଯାଇଥିଲା ।

0
0
0
s2sdefault