ହେଡଲାଇନସ୍:

ନାଟ୍ୟକାର ବିଜୟ ମିଶ୍ରଙ୍କ ବିୟୋଗରେ ଗୋପବନ୍ଧୁ ସାହିତ୍ୟ ସଂସଦ ପକ୍ଷରୁ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଆ ନାଟ୍ୟ ଜଗତରେ ନୂତନ ଧାରା ପ୍ରବର୍ତ୍ତକ ଭାବେ ଜଣାଶୁଣା ତଥା ନବ ନାଟ୍ୟ ଆନ୍ଦୋଳନର  ସେନାପତି ବିଜୟ ମିଶ୍ରଙ୍କ ବିୟୋଗକୁ ନେଇ ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହି ଅବସରରେ ଆୟୋଜିତ ଶୋକ ସଭାରେ ବିଜୟ ମିଶ୍ରଙ୍କ ବିୟୋଗ ଓଡ଼ିଆ ନାଟକ ଜଗତରେ ଏକ ଯୁଗର ଅବସାନ ଘଟିଛି ବୋଲି ସଭାପତି ଡ଼ଃ. ସରୋଜ କୁମାର ନାୟକ ପ୍ରକାଶ କରିଛନ୍ତି । ସେହିପରି ସମ୍ପାଦକ କବି ଅମିତାଭ ମିଶ୍ର, ସଦସ୍ୟ ଅଧ୍ୟାପକ ଅଶୋକ କୁମାର ପୃଷ୍ଟି , ସାହିତ୍ୟିକା ସୁନୀତା ରାଣୀ, ଶିକ୍ଷକ କୁଞ୍ଜବିହାରୀ ସେଠୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଓଡ଼ିଆ ନାଟ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି ବୋଲିଶୋକ ବାର୍ତ୍ତାରେ କହିଛନ୍ତି । ଏଥି ସହିତ ସଂସଦର ଆସନ୍ତା ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ୱର୍ଗତ ବିଜୟ ମିଶ୍ରଙ୍କ ସମ୍ମାନାର୍ଥେ  ଜଣେ ପ୍ରତିଭା ସମ୍ପନ୍ନ ନାଟ୍ୟକାରଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାର ସର୍ବସମ୍ମତି କ୍ରମେ ନିଷ୍ପତି ଗୃହୀତ ହୋଇଛି । 

 

0
0
0
s2sdefault