ହେଡଲାଇନସ୍:

ବୀରମହାରାଜପୁର ମହାନଦୀ ନେତ୍ର ଚିକିତ୍ସାଳୟରେ ମାସ୍କ ବଣ୍ଟନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର   ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ  ରୋଗୀ ଓ ତାଙ୍କର ସମ୍ପକୀୟ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । କରୋନା ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ଚିକିତ୍ସାଳୟରେ ସମସ୍ତ ରୋଗୀ ମାନଙ୍କୁ ସାମାଜିକ ଦୁରତା,  ହାତକୁ ସାବୁନ ଦ୍ଵାରା ଧୋଇବା ଓ ମାସ୍କା ପରିଧାନ କରିବା ଉପରେ ସଚେତନତା କରାଯାଇଥିଲା । ସୋନପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଆର ଏସ ଇ ଟି  ଆଇ  ପ୍ରଶିକ୍ଷଣ କେନ୍ଦ୍ର  ଦ୍ଵାରା ମାସ୍କ ସିଲାଇ କରି ସମସ୍ତ ଜନସାଧାରଣ ଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମହାନଦୀ ନେତ୍ରଚିକିତ୍ସାଳୟର ଅଧକ୍ଷ ଡଃ ଦେବେନ୍ଦ୍ର କୁମାର ସାହୁ,  ଆର ଏସ ଇ ଟି ଆଇ ର ନିର୍ଦ୍ଦେଶକ ରାଜ କୁମାର ରାୟ, ଅସିତ ପାଣିଗ୍ରାହୀ, ପଦ୍ମଲୋଚନ ସାହୁ, ମାଧବ ଆଡଯୂଆଡି, ରଥି କଅଁର ସତ୍ୟନାରାୟଣ ସାହୁ, ଅମରେଶ ଦଣ୍ଡସେନା,  ଧର୍ମୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ମାସ୍କ ବଣ୍ଟନରେ ସହଯୋଗ କରିଥିଲେ ।

0
0
0
s2sdefault