ହେଡଲାଇନସ୍:

ବିଜୁ ଜୟନ୍ତୀ ପାଇଁ ସୁନ୍ଦରଗଡ଼ ବିଜୁଜନତା ଦଳ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଆସନ୍ତା କାଲି ବିଜୁ ପଟନାୟକ ଙ୍କ ୧୦୪ ତମ ଜୟନ୍ତୀ କିପରି ପାଳନ କରାଯିବ ସେ ସମ୍ବନ୍ଧରେ ଆଜି ତା  ସନ୍ଧ୍ୟା 6 ଘଟିକା ସମୟରେ ସୁନ୍ଦରଗଡ଼ ସର୍କିଟ ହାଉସ ଠାରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ସଭାପତି ଶ୍ରୀ ବିନୟ କୁମାର ଟପ୍ପୋ ଉପସ୍ଥିତିରେ ଓ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ସହମତି କ୍ରମେ ସୁନ୍ଦରଗଡ଼ ବରିଷ୍ଠ ନେତା ଶ୍ରୀ ଜନ୍ମଜୟ ମହାପାତ୍ର ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକ ରେ ସର୍ବ ସହମତି କ୍ରମେ ପାରିତ ହେଇଥିବା ପ୍ରସ୍ତାବ ଗୁଡିକ  ସର୍ବ ପ୍ରଥମେ ସକାଳ ୯ ଘଟିକା ସମୟରେ ରାଣୀବଗିଚା ବାଏପାସ ସ୍ଥିତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ  ସୁନ୍ଦରଗଡ଼ ସରକାରୀ ମୁଖ୍ୟ  ଚିକିତ୍ସାଳୟ ଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବା ପାଇଁ  ସ୍ଥିର କରାଯାଇଅଛି  l ସନ୍ଧ୍ୟା ୫ ଘଟିକା ସମୟରେ ସୁନ୍ଦରଗଡ଼ ରାଜବାଟୀ ସ୍ଥିତ ରାଜପ୍ରାସାଦ ଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ପୂର୍ବତନ ଅଧକ୍ଷା ପଦ୍ମିନୀ ଶେଖର ଦେଓ ଙ୍କ ଙ୍କ ଉପସ୍ଥିତି ରେ ସୁନ୍ଦରଗଡ଼ ପୌରାଞ୍ଚଳ ର କର୍ମୀ ମାନଙ୍କୁ ନେଇ ଏକ ସାଧାରଣ ସଭା ର ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଯାଇଅଛି l  ଆଜିର ବୈଠକ ରେ ଅଂଶଗ୍ରହଣ କରିଥିବା  ବରିଷ୍ଠ ନେତା ଜୟନାରାୟଣ ତ୍ରିପାଠୀ, ଲଲାଟେନ୍ଦୁ ପରିଡା,  ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ର ପୂର୍ବତନ ଅଧକ୍ଷ୍ୟ ଶ୍ରୀ ସନ୍ତୋଷ ଅମାତ, ଯୁବନେତା ସୁରେନ୍ଦ୍ର ଭୀତରୀଆ, କୁନୁ ବିଶ୍ଵକର୍ମା, ନିରୁ ବୋଷ, ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ ନାଏକ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ କାଉନ୍ସିଲର ,ପଞ୍ଚା ବାର୍ଳା, ପୂର୍ବତନ କାଉନ୍ସିଲର ଶ୍ରୀମତୀ ବୀଣା ସାହୁ, ଅନିତା ଶର୍ମା, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ର ଜ଼ିଲ୍ଲା  ଆବାହକ ଅଶୋକ କୁମାର ସ୍ୱାଇଁ, ଆଶିଷ ତ୍ରିପାଠୀ, ଅଜୟ ସାହୁ, ଅଜୟ ଅମାତ, ରୋଶନ ସାହୁ, ତ୍ରିଲୋଚନ କୋକ, ଆଶିଷ ମିଶ୍ର, ସୁବ୍ରତ ନାଏକ, ଧୀରଜ ପ୍ରସାଦ, ଉମେଶ ଶର୍ମା, ତାପସ ପଣ୍ଡା, ଶୀଧେ ଖରସେଲ, ଧବଳେଶ୍ୱର ନେଗୀ ସମେତ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ l

0
0
0
s2sdefault