ହେଡଲାଇନସ୍:

ସୁନନ୍ଦା ପଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର ଆଉ ଆରମ୍ଭ କରାଯିବ ସୁନନ୍ଦା ସମ୍ମାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର( ଶାସକ ପ୍ରଶାସକ)  ପରଲୋକଗତ ପ୍ରଖ୍ୟାତ ସଂଗୀତ ବିଶାରଦ ସ୍ବର୍ଗତ ସୁନନ୍ଦା ପଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର ଆଉ ଆରମ୍ଭ କରାଯିବ ସୁନନ୍ଦା ସମ୍ମାନ |  ଏ ବିଷୟ ଆଜି ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହା ସହିତ ଆସନ୍ତା କାଲି  ପାଳିତ ହେବ ରାଜ୍ୟସ୍ତରୀୟ ଶୋକ | ଓଡିଶୀ ଗବେଷଣା ପ୍ରତିଷ୍ଠାନ, ସଙ୍ଗୀତ ନାଟକ ଏକାଡେମୀ ଆଉ ସାହିତ୍ୟ ସଂସ୍କୃତି ବିଭବ ପକ୍ଷରୁ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ଓଡିଶୀ ଗବେଷବା କେନ୍ଦ୍ର ପ୍ରେକ୍ଷାଳୟରେ | ପ୍ରତିବର୍ଷ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ସ୍ବର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ  ଶାସ୍ତ୍ରୀଟିଏ ସଂଗୀତ ପାଇଁ ସୁନନ୍ଦା ସଂଗୀତ ସମ୍ମାନ ଓ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ତାଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଏକ ଗ୍ୟାଲେରୀରେ ସଂରକ୍ଷିତ କରାଯିବ | ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ସୁନନ୍ଦା ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହେବ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ |  

0
0
0
s2sdefault