ହେଡଲାଇନସ୍:

 କଲାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଷିର୍କ ଉତ୍ସବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଲାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ( ଜୁନିଅର କଲେଜ )ର ବାଷିର୍କ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ବାସୁଦେବ ପାତ୍ର ମୁଖ୍ୟବକ୍ତା,  ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ,  ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ଚଳଚ୍ଚିତ୍ର ଅଭିନେତା ଅଟଳବିହାରୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଛାତ୍ର ଛାତ୍ରୀ ମାନେ ଲକ୍ଷ୍ୟନିଷ୍ଠ  ଓ ପରିଶ୍ରମୀ ହେବ ସହ ଦୃଢ ମନୋବଳ ନେଇ ସତ୍ୟ ପଥରେ ଆଗେଇ ଯିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଦ୍ବାରା ମହାବିଦ୍ୟାଳୟର ନୂତନ କୋଠରୀର ଉଦଘାଟନ ସହ ଏକ ପତ୍ରିକା ଛାପ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏଥି ସହ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ସଭାର ଅଧକ୍ଷତା କରିଥିବା ବେଳେ ଅଧ୍ୟାପକ ସୁଧାଂଶୁ ଶେଖର ପଧାନ ସ୍ଵାଗତ ଭାଷଣ ଦେଇଥିଲେ । ଅଧ୍ୟାପକ କିଶୋର ସାହୁ ବାଷିର୍କ ବିବରଣୀ ପାଠ କରିଥିଲେ । ଦେବଜାନୀ ମେସୁଆ ସଭାର ସଂଯୋଜନା କରିଥିଲାବେଳେ ଅଧ୍ୟାପିକା ପ୍ରତିମା ବାରିକ ଧନ୍ୟବାଦ ଦେଇଥିଲେ । ସଭାପରେ ଛାତ୍ରଛାତ୍ରୀ ମନଙ୍କ ଦ୍ବାରା ଦାଦନ ସମସ୍ୟା ଉପରେ ଆଧାରିତ ନାଟକ" ଡୁମେର୍ ଫୁଲ୍"ସହ ଲୋକନୃତ୍ୟ, ଲୋକଗୀତ ଅଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଂଜୟ କର୍ଣ୍ଣ, ଶାନ୍ତନୁ ପଧାନ, ଶିବବ୍ରତ କର୍ଣ୍ଣ ,ରାମ ପଧାନ, ଶଶାଙ୍କ ଶେଖର ସୁଆର, କରୁଣାକର ପଧାନ, ବସୁଦେବ ରଣା, ବିପିନ କଲତା ଓ ଧନଞ୍ଜୟ ମହାକୁର  ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault