ହେଡଲାଇନସ୍:

ଦୁର୍ଘଟଣାର ଦ୍ୱାହି ଦେଇ ରାତାରାତି ଲୋକେ ନିର୍ମାଣ କରୁଛନ୍ତି  ବେଆଇନ ହମ୍ପସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ତଥା ଶରଣକୁଳ ଥାନା ଅଂଚଳରେ ଦୁର୍ଘଟଣାର କାରଣ ଦର୍ଶାଇ ଦିନକୁ ଦିନ ବେଆଇନ ହମ୍ପସ ନିର୍ମାଣ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତା ପାଶ୍ୱର୍ରେ ବସବାସ କରୁଥିବା ସ୍ଥାନୀୟ କିଛି ଲୋକେ ନିଜର ସୁବିଧା ସୁଯୋଗ କାରଣରୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଠାରୁ ଅନୁମତି ନନେଇ ରାତାରାତି ବେଆନ ଭାବରେ ହମ୍ପସ ନିର୍ମାଣ କରୁଛନ୍ତି । ନିକଟସ୍ଥ କୈବଲ୍ୟପୁର ଛକରେ ରାସ୍ତା କଡକୁ ଲାଗି କେତେକ ବ୍ୟବସାୟ ପ୍ରତିଷ୍ଠାନ ଚାଲିଥିବାରୁ ସାଧାରଣରେ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ । ମାତ୍ର ଟ୍ରାଫିକ ସମସ୍ୟା ସମାଧାନର ଅନ୍ୟାନ୍ୟ ଉପାୟ ଚିନ୍ତା ନକରି ଓଡ଼ଗାଁ-ବାହାଡ଼ାଝୋଲା ରାସ୍ତା ଉପରେ ଜବରଦସ୍ତ ସିିମେଂଟ କଂକ୍ରିଟରେ ହମ୍ପସ ନିର୍ମାଣ କରି  ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି । ଏଥି ସହିତ ସ୍ଥାନୀୟ ସିନେମା ହଲ ଛକରେ ଅନୁରୁପ ଭାବରେ କିଛି ବ୍ୟବସାୟୀ ନିଜ ଘର ସାମ୍ନା ରାସ୍ତାକୁ ଲଗାଇ ବେଆଇନ ଭାବେ ବ୍ୟବସାୟିକ ସାମଗ୍ରୀ ଠୁଳ କରିବା କାରଣରୁ ରାସ୍ତାରେ ଯାନବାହାନ ଚଳାଚଳ ନିମନ୍ତେ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋମବାର ରାତାରାତି ସଂପୃକ୍ତ ସ୍ଥାନରେ ମାତ୍ର ୨୦ ଫୁଟ ବ୍ୟବଧାନରେ ଦୁଇଟି ବଡଧରଣର କଂକ୍ରିଟ ହମ୍ପସ ନିର୍ମାଣ କରିବା ସହିତ ହମ୍ପସର ସୁରକ୍ଷା ନିମନ୍ତେ ରାସ୍ତା ଉପରେ ମାଙ୍କଡା ପଥର ରଖି ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ବେଆଇନ ହମ୍ପସ ନିର୍ମାଣର ଫଟୋ ଉତୋଳନ କରିବା ବେଳେ ସ୍ଥାନୀୟ ଲୋକେ ଏହାର ବିରୋଦ୍ଧ କରିଥିଲେ । ଏନେଇ ପିଡବ୍ଲୁ୍ୟଡି ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରା ଓ ଥାନା ଅଧିକାରୀ ବଂଶୀଧର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟେ ଘଟଣାସ୍ଥଳରେ ପହଂଚି ବେଆଇନ ହମ୍ପସ ନିର୍ମାଣ କରାଯାଇଥିବା ଦେଖି ସଂପୃକ୍ତ ଲୋକଙ୍କୁ ହମ୍ପସ ଭାଙ୍ଗିବାକୁ କହିଛନ୍ତି । ଏଥି ସହିତ ଅସୁରକ୍ଷିତ ଓ ବେଆଇନ ଭାବେ ରାସ୍ତା ଉପରେ ରନ୍ଧନ ଗ୍ୟାସ ସିଲିଣ୍ଡର ବେପାର ହେଉଥିବା ନେଇ ଅଗ୍ନିଶମ ଅଧିକାରୀ ପ୍ରତାପ ପ୍ରଧାନ ଓ ବ୍ଲକ ଯୋଗାଣ ଅଧିକାରୀ ସୁବ୍ରତ କୁମାର ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ବେଆଇନ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶୃତି ଦେଇଛନ୍ତି । ରାତାରାତି ନିର୍ମାଣ କରାଯାଉଥିବା ବେଆଇନ ହମ୍ପସ ମାଧ୍ୟମରେ ଯାତାୟତ କରୁଥିବା ରୋଗୀ, ବୃଦ୍ଧା ବୃଦ୍ଧ ଓ ଗର୍ଭବତୀ ମହୀଳାଙ୍କ ଅବସ୍ଥା କହିଲେ ନସରେ । କିଛି ମଦୁଆ ତଥା ବେପରୁଆ ଗାଡି ଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ନେବା ବଦଳରେ ସେମାନଙ୍କୁ ଜାମିନରେ ଛାଡି ଦିଆଯାଉଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି । ଫଳରେ କେତେବେଳେ ସ୍ଥାନୀୟ ଲୋକେ ବେଆଇନଭାବେ ହମ୍ପସ ନିର୍ମାଣ କରିବା ସହିତ କେବେ କେବେ ସ୍ଥାନୀୟ ଲୋକଙ୍କ ଜିଦ୍ ପାଇଁ  ପ୍ରାଶାସନ ବାଧ୍ୟରେ ହମ୍ପସ ନିର୍ମାଣ କରୁଛି । ଏପରି ସ୍ଥଳେ ଜନସାଧାରଣ ତଥା ପ୍ରଶାସନ ସତର୍କତା ଅବଲମ୍ବନ କରିବା ବଦଳରେ ମୁଖ୍ୟ ରାସ୍ତା ଗୁଡିକରେ ଏପରି ହମ୍ପସ ନିର୍ମାଣ କରିବା ଦ୍ୱାରା ଯାତ୍ରୀମାନଙ୍କର ଗମନା ଗମନରେ ବହୁ ଅସୁବିଧା ହେଉଥିବା ବେଳେ ରାତାରାତି ନର୍ମିତ ହମ୍ପସ କାରଣରୁ ବହୁ ଦୁର୍ଘଟଣା ଘଟୁଛି । ଜିଲା ପ୍ରଶାସନ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି । 

0
0
0
s2sdefault