ହେଡଲାଇନସ୍:

ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ମା ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ସହ ହୀରାକୁଦ ହେବ ଆନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର 

ସମ୍ବଲପୁର : ବରଗଡ଼ ଓ ସମ୍ବଲପୁର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସମ୍ବଲପୁରଠାରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି | ସେଠାରେ ପୂଜାର୍ଚନା କରିବା ସହ ମାଙ୍କ ମନ୍ଦିରର ବିକାଶ-ସୌନ୍ଦର୍ଯ୍ୟକରଣ ସର୍ବୋପରି ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ | ଖୁବଶୀଘ୍ର ଅନୁଧ୍ୟାନ ପାଇଁ ଏକ କମିଟି ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ |ସେହିପରି ହୀରାକୁଦ ହେବ ଆନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢି ତୋଳାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ଜଳକ୍ରୀଡା, ଉଦ୍ୟାନ , କନଭେସନ ସେଣ୍ଟର , ଲ୍ୟାଣ୍ଡସ୍କେପିଙ୍ଗ ଆଦିର ବିକାଶ କରାଯିବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି | 

0
0
0
s2sdefault