ହେଡଲାଇନସ୍:

ମହିଳା ହକି ବିଶ୍ୱକପ ରେ କ୍ରସ ଓଭର ଖେଳ: ଇଟାଲୀ ସହ ଭାରତ ମୁକାବିଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସ୍ତବରେ ଭାରତ ଆଗକୁ ଯିବ କି ନାହିଁ ମଙ୍ଗଳବାର ଜଣାପଡିବ 

ସୁଶାନ୍ତ ବେହେରା (ଶାସକ ପ୍ରଶାସକ)

30-07-18-haki.jpg - 141.32 kB

୩୦ ଓ ୩୧ ଦୁଇ ଦିନଧରି ଚାଲିବ ମହିଳା ହକି ବିଶ୍ୱକପରେ ନୂତନ ନିୟମ କ୍ରସ ଓଭର ପ୍ରତିଯୋଗିତା । ଲଣ୍ଡନ ଠାରେ ମହିଳା ହକି ବିଶ୍ୱକପ ରେ ନୂତନ ନିୟମ କ୍ରସ ଓଭର ଲାଗୁ କରାଯାଇଛି। ଏହି ନିୟମ ପୁରୁଷ ହକି ବିଶ୍ୱ କପ ଭୁବନେଶ୍ୱର ରେ ମଧ୍ୟ ଲାଗୁ କରାଯିବ। ମହିଳା କ୍ୱାଟରରେ ସିଧାସଳଖ ୪ ଟି ପୁଲ ରୁ ନେଦରଲ୍ୟାଣ୍ଡ, ଅୟରଲଣ୍ଡ, ଜର୍ମାନୀ, ଓ ଅଷ୍ଟ୍ରେଲିଆ ସ୍ଥାନ ପାଇ ସାରିଥିବାବେଳେ ଏବେ ଆଉ ୪ ଟି ଦଳ ପାଇଁ କ୍ରସ ଓଭର ମ୍ୟାଚ ଖେଳାଯିବ।ଏହି କ୍ରମରେ ଭାରତ ଆସନ୍ତା କାଲି ଇଟାଲୀ ସହିତ ମୁକାବିଲା କରିବା।ଭାରତ ଏହି ମ୍ୟାଚ କୁ ହାଲୁକା ଭାବରେ ଗ୍ରହଣ ନ କରି ପ୍ରତିଦ୍ୱନ୍ଦିତା ମୂଳକ ଖେଳ ଖେଳି ଵିଜୟ ସହ କ୍ୱାଟରରେ ପ୍ରବେଶ କରିବା ଆବଶ୍ୟକ। ଗତ କାଲି ରାତିରେ ଭାରତ ଆମେରିକାକୁ  ଡ୍ର ରଖି ବିଶ୍ୱକପ ରୁ ବାଦ ଦେଇଥିବା ବେଳେ ଇଟାଲୀ କୁ  ବିଶ୍ୱକପ ରୁ ବିଦାୟ ଦେବା ପାଇଁ ଭାରତ ବେଷ୍ଟ ଖେଳ ପ୍ରଦର୍ଶନ କରିବାକୁ ପଡିବ। ଇଟାଲୀ ଦଳର ମଧ୍ୟ ଭାଗ ଖେଳାଳି ଖୁବ ମଜବୁତ  ସ୍ଥିତିରେ ରହି ଫାଷ୍ଟ ବଲ ପ୍ଲେ କରୁଛନ୍ତି | ତେଣୁ ଭାରତ କୁ ଏହି ମ୍ୟାଚ ଜିତିବାକୁ ହେଲେ ନୁତନ ରଣନୀତି ମାଧ୍ୟମରେ ପେନାଲଟି କର୍ଣ୍ଣରରେ ଭେରିଏସନ ଆଣିବାକୁ ପଡିବ । ତାହେଲେ ଯାଇ ଵିଜୟ ସମ୍ଭବ ।

  ଏନେଇ ସୁଭଦ୍ରାଙ୍କୁ ପଚାରିବାରୁ ସେ କହିଲେ ଆମ ସମୟରେ ଇଟାଲୀ ଦଳ ଏତେ ଭଲ ନଥିଲା କିନ୍ତୁ ଚଳିତ ବିଶ୍ୱକପ ରେ ଇଟାଲୀ ଦଳରେ ପରିବର୍ତନ ହୋଇଛି ସେମାନେ ସବୁବେଳେ ବଳକୁ ନିଜ କଣ୍ଟ୍ରୋଲ ରେ ରଖି ପ୍ଲେ କରିଥାନ୍ତି।ତେଣୁ ଭାରତ ଶେଷ ଲିଗ ମ୍ୟାଚ ଯେଉଁଭଳି ଏକତ୍ରିତ ହୋଇ ଖେଳିଲେ ଠିକ ସେହି ଭଳି ଖେଳ ପ୍ରଦର୍ଶନ କଲେ ଭାରତ ୨/୩ ଗୋଲ ମାରି ମ୍ୟାଚ ଜିତିପାରିବ। ହଁ...ଭାରତକୁ ପେନାଲଟି କର୍ଣ୍ଣର ଉପରେ ଧ୍ୟାନ ଦେବା ସହିତ ମିଡ ଫିଲଡ଼ରେ ବଲ କୁ ନିଜ ନିୟତରଣରେ ରଖିବାକୁ ପଡିବ। ମଝିରେ ମଝିରେ ଗୋଲ କିପରକୁ ବାହାରକୁ ବାହାରି ଖେଳିବାକୁ ପଡିବ ବୋଲି ଭାରତର ପୂର୍ବତନ ମହିଳା ହକି କ୍ୟାପଟେନ ସୁଭଦ୍ରା ପ୍ରଧାନ  ମତବ୍ୟକ୍ତ କରିଛନ୍ତି।

0
0
0
s2sdefault