ହେଡଲାଇନସ୍:

 ଅଭିନନ୍ଦନ : ସାରାଦେଶରୁ  ୭୩୪ ପାଇବେ ଖେଲୋ ଇଣ୍ଡିଆ ବୃତ୍ତି  , ଓଡିଶାରୁ ୧୮ ଖେଳାଳି, କେବଳ ହକି ୧୪

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

23-07-18-khela.jpg - 117.17 kB 

ରାଉରକେଲା/ସୁଶାନ୍ତ  ବେହେରା : ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ଯୋଜନା ଅନୁଯାୟୀ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ପକ୍ଷରୁ ଖେଲୋ ଇଣ୍ଡିଆ ବୃତ୍ତି ପାଇବାରେ ସକ୍ଷମ ହୋଇଥିବା ୭୩୪ ଜଣ ଯୁବ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ୩୮୫ ବାଳକ ଓ ୩୪୯ ଜଣ ବାଳିକା ସ୍ଥାନ ପାଇଛନ୍ତି। ଓଡିଶାରୁ ଏହି ତାଲିକାରେ ସ୍ଥାନ ପାଇଛନ୍ତି ମାତ୍ର ୧୮ ଜଣ | ସେମାନଙ୍କ ମଧ୍ୟରେ ୧୪ଜଣ ହକି ଖେଳାଳି ଥିବା ବେଳେ  ଫୁଟବଲରେ ଜଣେ, , ବାଳିକା ରୋଇଂରେ ୨ଜଣ ଓ ବାଳିକା ଵ୍ୟଡ଼ମିନଟନରେ ଜଣେ ଖେଳାଳି ସ୍ଥାନ ପାଇଛନ୍ତି |

 ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୨୧ଟି ସାଇ ସେଣ୍ଟରରେ ରହି ଉନ୍ନତ ମାନର ପ୍ରଶିକ୍ଷଣ ନେବା ସହିତ ବାର୍ଷିକ ଅନୁଦାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗେଇ ଦିଆଯିବ। ଯୋଜନା ଅନୁଯାୟୀ ୧୭  ପ୍ରକାର କ୍ରିଡାରୁ ଏହି ଖେଳାଳୀମାନଙ୍କୁ ମନୋନୀତ କରାଯାଇଛି | ;ସେହି ଖେଳ ଗୁଡିକ ହେଲା ତୀରନ୍ଦାଜ(୫୯), ଦୌଡ଼କୁଦ(୩୪), , ବ୍ୟାଡମିଣ୍ଟନ(୧୬), ବସ୍କେଟବଲ(୪୦), ବକ୍ସିଂ(୬୬), ଫେନସିଂ(୨୪), ଫୁଟବଲ(୨୧), ଜିମ୍ନାଷ୍ଟିକ (୧୫), ହକି(୧୦୦), ଜୁଡୋ(୨୧), କବାଡି (୧୬), ରୋଇଂ(୧୩), ସୁଟିଂ (୮୫), ସନ୍ତରଣ (୩୯), ଟେବୁଲ ଟେନିସ(୫୭), ଭଲି(୩୫), ଭାରୋତ୍ତୋଲନ (୨୬), କୁସ୍ତି (୬୫) ଜଣ ମନୋନୀତ ହୋଇଛନ୍ତି |    ପ୍ରତ୍ୟେକ ଖେଳାଳି ବାର୍ଷିକ ୧.୨୦ ଲକ୍ଷ ଟଙ୍କା(୩ ମାସିଆ କିସ୍ତି ରେ) ପାଇବେ।   ଅପରପକ୍ଷରେ ଏହି ଖେଳାଳି ମାନଙ୍କୁ  ଏକାଡେମୀ ପକ୍ଷରୁ ଉନ୍ନତ ମାନର ପ୍ରଶିକ୍ଷଣ,ରହିବା, ଖାଇବା ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ  ଯାତାୟତ ଖର୍ଚ୍ଚ ପ୍ରଦାନ କରାଯିବ ବୋଲି ଜଣାପଡିଛି।

ସବୁଠାରୁ ବଡ଼କଥା ହେଲା ହକିରେ ସ୍ଥାନ ପାଇଥିବା ୧୪ ଜଣଙ୍କ ମଧ୍ୟରୁ ଜଣେ କୋଚଙ୍କ ନେତୃତ୍ୱରେ ତାଲିମ ନେଇଥିବା ୧୦ଜଣ ଖେଳାଳି ଏଥର ଚୟନ ହୋଇଛନ୍ତି | ସେହି କୋଚ ଜଣଙ୍କ ହେଲେ ମିଲଟନ ବିଲୁଙ୍ଗ | ମୋଟାମୋଟି ଦେଖିବାକୁ ଗଲେ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡର ୧୪ଜଣ ତରୁଣ ହକି ଖେଳାଳି ଓଡ଼ିଶାର ପ୍ରାପ୍ୟ ତାଲିକାର ମୁଖ୍ୟ ଅଂଶୀଦାର | ସାରା ଦେଶରୁ ୧୦୦ ଜଣ ହକି ଖେଳାଳିଙ୍କୁ ଏହି ବୃତ୍ତି ପାଇଁ ବଛାଯାଇଥିବା ବେକେ ୧୪ ଜଣ ହେଉଛନ୍ତି ଓଡ଼ିଶାର | 

ମନୋନୀତ ହୋଇଥିବା ହକି ଖେଳାଳି ମାନେ ହେଲେ ଏଲିମା ମିଞ୍ଜ, ଜୀବନ କିଶୋରୀ ଟପ୍ପୋ ,ପ୍ରିୟଙ୍କା ଏକ୍କା , ରୋଜିତା କୂଜୁର, ପ୍ରେମଞ୍ଜଳି ଟପ୍ପୋ, ଅଲମିନା କୂଜୁର ଓ ବାଳକ ବର୍ଗରେ  ବାଳକ ସଂଜୟ ଏକ୍କା , ସୁଧୀର କୂଜୁର,ଅମନଦୀପ ଲାକ୍ରା, ମଙ୍ଗଳ ଲୋହାର, ଅମିତ ରୋଶନ ଲାକ୍ରା, ନବୀନ କୁଜୁର, ରଜତ ମିଞ୍ଜ, ଇନୋସେଣ୍ଟ ମୁଣ୍ଡା | ଏମାନଙ୍କ ମଧ୍ୟରୁ ନବୀନ, ରଜତ, ଇନୋସେଣ୍ଟ ସେଲ ଏକାଡେମୀର  ଖେଳାଳି ହୋଇଥିବା ବେକେ ଅମିତ ରୋଶନ ଲାକ୍ରା ହେଉଛନ୍ତି କୋଚ ଶ୍ରୀ ବିହାରୀଙ୍କ ଛାତ୍ର | ଅନ୍ୟ ୧୦ଜଣ ଖେଳାଳି କୋଚ ମିଲଟନ ବିଲୁଙ୍ଗଙ୍କ ନେତୃତ୍ୱରେ ତାଲିମ ନେଉଛନ୍ତି |  ଏହି ଖବର ଜଣାପଡିବା ପରେ ଆମ ପ୍ରତିନିଧି ଯାଇଥିଲେ କ୍ରୀଡା ଛାତ୍ରାବାସକୁ | ସେଠାରେ ସାକ୍ଷାତ ହୋଇଥିଲା ଶ୍ରୀ ବିଲୁଙ୍ଗ ଓ ତାଙ୍କ ନେତୃତ୍ୱରେ ତାଲିମ ନେଉଥିବା ୧୦ଜଣ ଖେଳାଳିଙ୍କ ସହ |   ସେହିପରି ସେଲ ଏକାଡେମୀରୁ ତିନି ଜଣ ହକି ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି | ହକି ବ୍ୟତୀତ ଅନୁଆ ଯେଉଁ ଖେଳାଳିମାନେ ସ୍ଥାନ ପାଇଛନ୍ତି ସେମାନେ ହେଲେ   ସସ୍ମିତା ତନ୍ତୀ(ବାଳିକା ଫୁଟ ବଲ), ଅସ୍ମିତା କେର୍କେଟା, ସବିତା ସୋରେନ(ବାଳିକା ରୋଇଂ), ଅର୍ପିତା ମଲ୍ଲିକ(ବାଳିକା ବ୍ୟାଡମିଣ୍ଟନ) ଅନ୍ୟତମ  | 

 

0
0
0
s2sdefault