ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନରେ କେଉଁ ଦଳ ଜିତିବ ତାହା ସାଧାରଣରେ ସମସ୍ତେ ଅନୁଭବ କଲେଣି । କିନ୍ତୁ ସେଠାରେ ରାଜନୀତିକୁ ବିଜେପି ଯେଭଳି ତଳସ୍ତରକୁ ନେଇଯାଇଛି ତାହା ଓଡ଼ିଶା ରାଜନୀତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । ଅସହିଷ୍ଣୁତା, ଘୃଣା, ସାମାଜିକ ବିଦ୍ୱେଷ, ହିଂସା ଓ ଅପରାଧିକ କାର୍ଯ୍ୟକଳାପ ବିଜେପିର ଡିଏନ୍ଏରେ ଅଛି । ବିଜେପିର ମୂଳ ତତ୍ତ୍ୱ ଓ ଦର୍ଶନ ହିଂସା ଉପରେ ଆଧାରିତ । ଆଉ ଏହା ଅନ୍ୟ କେହି ନାହିଁ ବିଜେପିର ଜାତୀୟ ସଭାପତି ଅମିତ ଶାହ ତ୍ରିପୁରା ର ଅଗରତାଲା ରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଖୋଲା ଖୋଲି ଆହ୍ବାନ ଦେଇଛନ୍ତି ଯେ जितना ज्यादा हिंसा का कीचड़ फैलेगा, उतना ही बेहतर कमल (बीजेपी का चुनाव निशान) खिलेगा | ଏହାର ଅର୍ଥ ଯେତେ ଅଧିକ ହିଂସା ହେବ ବିଜେପି ସେଠି ସେତେ ଭଲ କରିବା | ତେଣୁ ବିଜେପି ସେଇ ହିଂସା ଆଉ ରକ୍ତପାତର ଫର୍ମୁଲା ଆପଣାଇ ନିର୍ବାଚନ ଜିତିବାର ମନ୍ଦ ଅଭିପ୍ସା ରଖିଛି | ବିଜେପିର ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ଇତିହାସ ତ କ୍ଷମା ଦେବନାହିଁ ବରଂ ଭବିଷ୍ୟତ ଏହାର ଉଚିତ୍ ଜବାବ ଦେବ ` ଖାସ କରି ବିଜେପୁର ବାସି ଏହାର ଉଚିତ ଜବାବ ଦେବେ ବୋଲି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଏକମାତ୍ର ଏଜେଣ୍ଡା ହେଉଛି ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି । ଏହାକୁ ଆଧାର କରି ବିଜେଡି ଓଡ଼ିଶାବାସୀଙ୍କର ଆସ୍ଥାଭାଜନ ହୋଇପାରିଛି । ବିଜେପୁର ଉପ-ନିର୍ବାଚନରେ ବିଜେଡି ନିଶ୍ଚିତରୂପେ ବିଜୟଲାଭ କରିବ । ଏହି ନିଶ୍ଚିତ ବିଜୟ ଭୟରେ ବିଜେପି ପରାଜୟର ଗ୍ଲାନିକୁ ସହ୍ୟ କରିନପାରି ରାଜନୈତିକ ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି । ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେପିର କୌଣସି ମନ୍ତ୍ର କାଟୁ କରିବ ନାହିଁ, ଏହା ଜାଣି ବିଜେପି ହତାଶ ହୋଇପଡିଛି । ବିଜେପି ନେତାମାନଙ୍କ ଆଚରଣ ଓ ବୟାନବାଜିରୁ ସେମାନେ ମାନସିକ ଭାରସାମ୍ୟ ହରାଇଥିବା ଜଣାପଡୁଛି । ବିଶେଷକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହା ‘କର ବା ମର’ରେ ପରିଣତ ହୋଇଛି । କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ମନ୍ତ୍ରୀତ୍ୱ ଓ ରାଜ୍ୟସଭାର ପୁନଃ ସଦସ୍ୟତା ବିଜେପୁର ନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଥିବାରୁ ସେ କେନ୍ଦ୍ରରୁ ଗଣ୍ଡା ଗଣ୍ଡା ମନ୍ତ୍ରୀ ଆଣି ବୁଲାଇସାରିବା ପରେ ମଧ୍ୟ କୌଣସି ପ୍ରଭାବ ନଥିବା ଅନୁଭବ କରି ଶେଷରେ ଅର୍ଥବଳ, ବାହୁବଳ ଓ ହିଂସାକୁ ପ୍ରୟୋଗ କରିବାକୁ ଆଗେଇ ଆସିଛନ୍ତି । ଏହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଓ ଘୃଣା ସୃଷ୍ଟି କରିଛି । ବିଜେପିର ଏଭଳି କାରନାମାର ଜବାବ ବିଜେପୁରବାସୀ ୨୪ ତାରିଖ ଦିନ ବାଲାଟ୍ରେ ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି ।
ବିଜେପି ଗୁଣ୍ଡାଗିରି ଚଳାଇଥିବା ଅଭିଯୋଗ କରି ବିଜେଡି ର ଗାନ୍ଧୀଗିରି