ହେଡଲାଇନସ୍:

କୋରାଇ ନିର୍ବାଚନ ମଣ୍ଡଳୀ: କଂଗ୍ରେସ ପ୍ରାର୍ଥୀ ଭାବେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାକେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ୟାସନଗର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାଇ ନିର୍ବାଚନ ମଣ୍ଡଳୀର ରାଜନୀତି ସେତିକି ଉଷ୍ଣ ହେଉଛି । ଅତୀତରେ ଏହି ବିଧାନସଭା କ୍ଷେତ୍ରରୁ ସ୍ବର୍ଗତ ଅଶୋକ ଦାସ, ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ ବିଧାୟକ ହୋଇ ସାରିଛନ୍ତି । ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବା ପାଇଁ ଯୁବ ନେତା ରାକେଶ ସାହୁ ଅଣ୍ଟା ଭିଡ଼ିଥିବା ନଜରକୁ ଆସୁଛି । ସେ ନିଜର ଅଗ୍ନିବର୍ଷୀ ଭାଷଣ ପାଇଁ ବେଶ୍ ପରିଚିତ । ସେ ଓଡ଼ିଆ ବିଶ୍ଵବିଦ୍ୟାଳୟ ହେଉ ଅବା ମେଡିକାଲ କଲେଜ ଆନ୍ଦୋଳନ ହେଉ ଅବା କୋରାଇ ଭବନ ନିର୍ମାଣ ହେଉ ସବୁ ଆନ୍ଦୋଳନର ନେତୃତ୍ଵ ନେଉଥିବା ରାକେଶ ଜଣେ ଉଚ୍ଚ ଶିକ୍ଷିତ । ସାଧାରଣ ଜୀବନ ଯାପନ କରୁଥିବା ରାକେଶ ସାଧାରଣ ମଣିଷ ପାଇଁ ଆବାଜ୍ ଉଠାଇ ସବୁବେଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରେ । ଅନେକ ସମୟରେ ନିଜର ଅକାଟ୍ୟ ଯୁକ୍ତି ବଳରେ ଅନେକ ସମସ୍ୟାର ସମାଧାନ ହୋଇଛି ।ନିଜର ଶାଣିତ ଆକ୍ରମଣରେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ବାଧ୍ୟ କରିଥିଲେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଏକ ଟ୍ରୋମା କେୟାର ସ୍ଥାପନ କରିବା ପାଇଁ । ଜଣେ ଲଢ଼ୁଆ ଯୁବକ ଭାବେ ଅନେକ ଆନ୍ଦୋଳନର ନେତୃତ୍ୱ ନେଇ ଅନେକ ଥର ଜେଲ୍ ଗଲେ ସୁଦ୍ଧା ନିଜର ପ୍ରତିବଦ୍ଧତାକୁ ଭୁଲି ନ ଯାଇ ଲୋକଙ୍କ ସେବାରେ ଆଜିବି ଚେଷ୍ଟାରତ । ଛାତ୍ରାବସ୍ଥାରୁ ପ୍ରତ୍ୟକ୍ଷ ରାଜନୀତିରେ ରହି ଛାତ୍ର ଛାତ୍ରୀ ମାନଙ୍କ ମୌଳିକ ସମସ୍ୟାକୁ ଉତଥାପନ କରିବା ଏବଂ ଦାବୀ ହାସଲ ପାଇଁ ଅହରହ ଚେଷ୍ଟା କରିବା ହିଁ ତାଙ୍କୁ ଛାତ୍ର ଯୁବକ ମାନଙ୍କ ନିକଟତର କରିଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ କାମ କରୁଥିବା ରାକେଶ ଜଣେ କବି ଭାବେ ବେଶ୍ ପ୍ରତିଷ୍ଠିତ । ତେବେ ଅର୍ଥ ସର୍ବସ୍ବ ରାଜନୀତିରେ ତିଷ୍ଠି ରହିବା ପାଇଁ ଆଜି ବି ସଂଗ୍ରାମ କରୁଥିବା ଯୁବ ନେତା ରାକେଶ ଏଥର କୋରାଇ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଏ ଭଳି ଯୁବକ ରାଜନୀତିକୁ ଆସିଲେ ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି କୋରାଇବାସୀ ଆଶାବାଦୀ ।

 

0
0
0
s2sdefault