ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଆକ୍ଷେପର ଜବାବ ଦେଲେ ସୂର୍ଯ୍ୟବଂଶୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କହିଲେ, ପାଣ୍ଡିଆନଙ୍କ ବିବୃତ୍ତି ‘ଫମ୍ପା ମାଠିଆର ଶବ୍ଦ ବେଶୀ’

  • • 1985 ମସିହାରୁ ଧାମନଗର ବିଜେପି ସହ ଅଛି ଏବଂ ବିଜେପି ଧାମନଗରବାସୀଙ୍କ ସାଥୀରେ ଅଛି

  • • ଭିକେ ପାଣ୍ଡିଆନ ଭାଷଣ ଦେବା ବେଳେ ତାଙ୍କର ନେତାମାନେ ତଳେ ବସୁଛନ୍ତି, ଏହା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇପାରେ ?

  • • ପାଣ୍ଡିଆନ ଯଦି ଓଡ଼ିଶାବାସୀଙ୍କ ସେବା କରିବା କଥା କହୁଛନ୍ତି ତେବେ ତାଙ୍କ ଦଳର ନେତାଙ୍କୁ ତାଙ୍କ ମୋବାଇଲ ନମ୍ବର ଦେଇଛନ୍ତି କି ?

  • • ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ କେତେ ଥର ଓଡ଼ିଶା ଆସିଛନ୍ତି କିମ୍ବା କେତେ କାର୍ଯ୍ୟ କରୁଛନ୍ତି, ଯଦି ହିସାବ ରଖୁଛନ୍ତି, ତେବେ ଆମ ନେତାଙ୍କ ଠାରୁ କିଛି ଶିଖିଲେ ଭଲ ହେବ

  • • ଭଦ୍ରକ ଜିଲ୍ଲାର ବିକାଶ ପାଇଁ ମୋଦି ଦେଇଛନ୍ତି ପାଖାପାଖି 10 ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା

  • • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ 6 ହଜାର କୋଟି ଟଙ୍କାରେ ଧାମରା ଏଲଏନଜି ଟର୍ମିନାଲ ଓ ଗ୍ୟାସ ପାଇପଲାଇନ ବିକଶିତ ହେଉଛି

  • • ଭଣ୍ଡାରିପୋଖରୀ ଠାରେ ପ୍ରାୟ 2 ହଜାର କୋଟି ଟଙ୍କା ବିନିଯୋଗରେ ଆଇଓସିଏଲ୍ ଟେକ୍ସଟାଇଲ୍ ପାର୍କ ନିର୍ମାଣ କରାଯାଉଛି

  • • ଭଦ୍ରକ ଓ ନାରାୟଣଗଡ ରେଳ ଲାଇନ ନିର୍ମାଣ ପାଇଁ 1,886.31 କୋଟି ମଞ୍ଜୁର ହୋଇଛି

  • • ଧାମରା ବନ୍ଦରକୁ ଆସିବାକୁ ଥିବା ଆରଓ-ପାକ୍ସ ଜେଟି ପ୍ରକଳ୍ପ ପାଇଁ 110 କୋଟି ମଞ୍ଜୁର କରାଯାଇଛି

  • • ଅମୃତ ଯୋଜନା ଅଧିନରେ ଭଦ୍ରକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ 80.02 କୋଟି

  • • ପ୍ରଧାନମନ୍ତ୍ରୀ ଆବାସରେ ଭଦ୍ରକ ଜିଲ୍ଲାରେ ଗରିବ ଲୋକମାନଙ୍କୁ ପ୍ରାୟ 108ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ବ୍ୟୟରେ 72 ହଜାର 416 ଟି ପକ୍କା ଘର ପ୍ରଦାନ କରାଯାଇଛି


ଭଦ୍ରକ – ଭଦ୍ରକ ଜିଲ୍ଲା ଗସ୍ତ ବେଳେ ବିଜେଡି ନେତା କାର୍ତ୍ତିକେୟନ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଥିବା ବେଳେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ | "ଏବେ ବିଜେଡ଼ିର ନୂଆ ନୂଆ ମୁଖିଆ ସାଜିଥିବା ଭିକେ ପାଣ୍ଡିଆନ କେବଳ ଫମ୍ପା ମାଠିଆଙ୍କ ପରି କଥା କହୁଛନ୍ତି । ପାଣ୍ଡିଆନ ନା ଓଡ଼ିଶାର ଇତିହାସ ଜାଣିଛନ୍ତି ନା ଧାମନଗର ଇତିହାସ ବୁଝିଛନ୍ତି । ନିଜ ଦଳର ବରିଷ୍ଠ ନେତାଙ୍କ ଠାରୁ ବୁଝିନେବା ଉଚିତ ଯେ, 1985 ମସିହାରୁ ଧାମନଗର ବିଜେପି ସହ ଅଛି ଏବଂ ବିଜେପି ଧାମନଗରବାସୀଙ୍କ ସାଥୀରେ ଅଛି । 1985ରେ ଆରମ୍ଭ ହୋଇଥିବା ବିଜେପିର ରାଜନୈତିକ ଯାତ୍ରା ବିଜେପି କେବେ ଧାମନଗରବାସୀଙ୍କୁ ଛାଡିନାହିଁ କି କେବେ ଧାମନଗରବାସୀ ବିଜେପିକୁ ଛାଡିନାହାନ୍ତି । ଦୀର୍ଘ 38 ବର୍ଷର ସମ୍ପର୍କ ଅତୁଟ ରହିଛି, ଏଥିପାଇଁ କାହାର ସାର୍ଟିଫିକେଟ୍ ଦରକାର ନାହିଁ ବୋଲି ବିଜେଡିର କହିଛନ୍ତି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।

ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ବିକାଶର କଥା କହୁଥିବା ଭିକେ ପାଣ୍ଡିଆନ ଭାଷଣ ଦେବା ବେଳେ ତାଙ୍କର ନେତାମାନେ ତଳେ ବସୁଛନ୍ତି, ଏହାଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇପାରେ । ସେହିପରି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପବିତ୍ର ଭୂମି ଭଦ୍ରକରେ ଓଡ଼ିଆ ଭାଷାକୁ ଯେଉଁଭଳି ଭାବେ ବିଜେଡିର ନୂଆ ମୁଖିଆ ଭିକେ ପାଣ୍ଡିଆନ ଓଡ଼ିଆ ଭାଷା ଏବଂ ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି, ଏହା ସ୍ୱାଭିମାନୀ ଭଦ୍ରକବାସୀଙ୍କୁ ହତାଦର କଲା ଭଳି । ଉପନିର୍ବାଚନରେ ଲୋକଙ୍କ ଜନମତକୁ ସ୍ୱୀକାର ନ କରି ସେ ଆଜି ଯେଉଁ କଥା କହିଛନ୍ତି ତାହା ଧାମନଗରବାସୀଙ୍କ ମତକୁ ତାତ୍ସଲ୍ୟ କରିବା ଭଳି । ପାଣ୍ଡିଆନ ଯଦି ଓଡ଼ିଶାବାସୀଙ୍କ ସେବା କରିବା କଥା କହୁଛନ୍ତି ତେବେ ତାଙ୍କ ଦଳର ନେତାଙ୍କୁ ତାଙ୍କ ଫୋନ ନମ୍ବର ଦେଇଛନ୍ତି କି ? ବିଜେଡି ନେତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେ ଥର ଓଡ଼ିଶା ଆସିଛନ୍ତି କିମ୍ବା କେତେ କାର୍ଯ୍ୟ କରୁଛନ୍ତି, ଯଦି ହିସାବ ରଖୁଛନ୍ତି ତେବେ ଏଥିରୁ ତାଙ୍କ ମୁଖିଆ କିଛି ଶିଖିବା ଦରକାର । ପାଣ୍ଡିଆନ ଜାଣି ରଖିବା ଉଚିତ୍ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଗତ ଦିନ ମାନଙ୍କରେ ଭଦ୍ରକର ବନ୍ୟା ସମୟରେ କେବଳ ଆକାଶମାର୍ଗରୁ ଅନୁଧ୍ୟାନ କରି ଚାଲିଯାଇଥିଲେ । ଅସୁବିଧାରେ ଥିବା ଲୋକଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ନାହିଁ । କିନ୍ତୁ ଆମ ନେତା ଧର୍ମେନ୍ଦ୍ର ପ୍ରଧାନ ବନ୍ୟା ସହ ବିଭିନ୍ନ ସମୟରେ ପ୍ରତ୍ୟକ୍ଷ ବୁଲି ବୁଲି ଲୋକଙ୍କୁ ଭେଟିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶା ଓ ଭଦ୍ରକ ପାଇଁ ଯାହା କରିଛନ୍ତି ଏବେ ଯେଉଁ ଦୂରଦୃଷ୍ଟି ରଖିଛନ୍ତି, ବିଗତ 23 ବର୍ଷ ମଧ୍ୟରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ନା ସେତେ କରିଛନ୍ତି ନା ବିକାଶ କରିବା ପାଇଁ ସେତେ ଦୂରଦୃଷ୍ଟି ରଖିଛନ୍ତି । ଭଦ୍ରକର ବିକାଶ ପାଇଁ ମୋଦି ପାଖାପାଖି 10 ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପାଇଁ ଧାମରା ଏଲଏନଜି ପ୍ରାଇଭେଟ ଲିମିଟେଡ୍(ଡ଼ିଏଲଟିପିଏଲ) 6 ହଜାର କୋଟି ଟଙ୍କା ବ୍ୟୟରେ ଧାମରା ବନ୍ଦର ପରିସରରେ ବାର୍ଷିକ 5 ମିଲିୟନ ମେଟ୍ରିକ୍ ଟନ୍ ବିଶିଷ୍ଟ ଏଲଏନଜି ରି-ଗ୍ୟାସିଫିକେସନ ଟର୍ମିନାଲକୁ ବିକଶିତ କରୁଅଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଠାରେ ପ୍ରାୟ 2 ହଜାର କୋଟି ଟଙ୍କା ବିନିଯୋଗରେ ଆଇଓସିଏଲ୍ ଟେକ୍ସଟାଇଲ୍ ପାର୍କ ନିର୍ମାଣ କରାଯାଉଛି । ଭଦ୍ରକ ଓ ନାରାୟଣଗଡ ମଧ୍ୟରେ 155 କି.ମିର ତୃତୀୟ ରେଳ ଲାଇନ ନିର୍ମାଣ ପାଇଁ 1,886.31 କୋଟି ମଞ୍ଜୁର ହୋଇଛି ।

ଭଦ୍ରକ ଓ କେନ୍ଦ୍ରାପଡ଼ାର ବିକାଶରେ ଗତି ଦେବା ପାଇଁ ନିକଟରେ କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଅନୁଯାୟୀ ଓଡିଶାର ଧାମରା ବନ୍ଦରକୁ ଆସିବାକୁ ଥିବା ଆରଓ-ପାକ୍ସ ଜେଟି ପ୍ରକଳ୍ପ ପାଇଁ 110 କୋଟି ମଞ୍ଜୁର କରାଯାଇଛି । ଅମୃତ ଯୋଜନା ଅଧିନରେ ଭଦ୍ରକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ 80.02 କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସରେ ଭଦ୍ରକ ଜିଲ୍ଲାରେ ଗରିବ ଲୋକମାନଙ୍କୁ ପ୍ରାୟ 108 କୋଟି ଟଙ୍କା ବ୍ୟୟରେ 72 ହଜାର 416 ଟି ପକ୍କା ଘର ପ୍ରଦାନ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ଭଦ୍ରକରେ 11.34 ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି। ଉଜ୍ୱଳା ଯୋଜନାରେ ଓଡ଼ିଶାରେ 52 ଲକ୍ଷରୁ ଅଧିକ ଘର ଗ୍ୟାସ ପାଇଥିବା ବେଳେ ଏହି ଯୋଜନାରେ ଭଦ୍ରକରେ 2.08 ଲକ୍ଷରୁ ଅଧିକ ଏଲପିଜି ଗ୍ୟାସ ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଭଦ୍ରକରେ ନୂଆ ଗ୍ୟାସ ସଂଯୋଗ ପାଇଁ ଖର୍ଚ୍ଚ ହୋଇଛି 62.96 କୋଟି ଟଙ୍କା । କୋରନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତା ମାନଙ୍କୁ 25.16 କୋଟି ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।

0
0
0
s2sdefault