ହେଡଲାଇନସ୍:

ଓଡ଼ିଶାବାସୀଙ୍କୁ ଗୋଲାପୀଚିତ୍ର ଦେଖାଇ ଭଣ୍ଡେଇ ଚାଲିଛନ୍ତି କେନ୍ଦ୍ର ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

19-BIJAYA.jpg - 44.68 kB

ବିଜେପିର ଛଳନା, ପ୍ରତାରଣା ଓ ପରିସଂଖ୍ୟାନର ଖେଳକୁ ରାଜ୍ୟବାସୀ ଉଚିତ ଜବାଦ ଦେବେ : ବିଜୟ 

 

 ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ବିଧାନସଭାରେ ଦୁଇ ଦୁଇଥର ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ବିଜେପି ମଧ୍ୟ ଅଂଶୀଦାର ରହିଛି । ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଗଠନ ହେବା ପରେ ଓଡ଼ିଶାବାସୀ ଆଶା କରୁଥିଲେ ଯେ କେନ୍ଦ୍ର ଏନ୍‍ଡିଏ ସରକାର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଭଳି ଓଡ଼ିଶାକୁ ଅବହେଳା କରିବେ ନାହିଁ ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଗ୍ରହଣ କରିନେବେ । କିନ୍ତୁ ଦୁର୍ଭାଗ୍ୟର କଥା ୪ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନେଲେ ନାହିଁ ।

ଭୁବନେଶ୍ୱର,(ମାନସୀ ମିଶ୍ର) : ଓଡ଼ିଶା ଦୀର୍ଘ ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଆସୁଛି । ଏହି ଦାବି ପଛରେ ଅନେକ ଯଥାର୍ଥ ଯୁକ୍ତି ରହିଛି । ତଥାପି କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରିଚାଲିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ବଦଳରେ କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଭିନ୍ନ ସ୍ତରରେ ଏ ପ୍ରସଂଗ ଉଠାଇ ଓଡ଼ିଶାର ନ୍ୟାଯ୍ୟ ଦାବି ଉପସ୍ଥାପିତ କରିଆସିଛନ୍ତି । ଏବେ ପୁଣି ଏ ପ୍ରସଂଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଛନ୍ତି । ରାଜ୍ୟର ଏହି ଦାବି ପୂରଣ ନକରି କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ପ୍ରସଂଗରେ ଅବହେଳା କରିଚାଲିଥିବା ଜନସାଧାରଣ ଉପଲବ୍ଧି କରୁଛନ୍ତି । ଓଡ଼ିଶାବାସୀଙ୍କ ମନୋଭାବକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପିତ କରିବା ସତ୍ତେ୍ୱ କେନ୍ଦ୍ର ସରକାର ଏ ପ୍ରତି କର୍ଣ୍ଣପାତ ନକରିବା ଦୁଃଖ ଓ ପରିତାପର ବିଷୟ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ବିଧାନସଭାରେ ଦୁଇ ଦୁଇଥର ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ବିଜେପି ମଧ୍ୟ ଅଂଶୀଦାର ରହିଛି । ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଗଠନ ହେବା ପରେ ଓଡ଼ିଶାବାସୀ ଆଶା କରୁଥିଲେ ଯେ କେନ୍ଦ୍ର ଏନ୍‍ଡିଏ ସରକାର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଭଳି ଓଡ଼ିଶାକୁ ଅବହେଳା କରିବେ ନାହିଁ ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଗ୍ରହଣ କରିନେବେ । କିନ୍ତୁ ଦୁର୍ଭାଗ୍ୟର କଥା ୪ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନେଲେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଯେତେବେଳେ ଏ ପ୍ରସଂଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେତେବେଳେ ଓଡ଼ିଶା ବିଜେପି ତା’ ବିରୋଧରେ ଯାଇ ତାତ୍ସଲ୍ୟ କରିବା, ଓଡ଼ିଶାବାସୀଙ୍କ କଟା ଘା’ରେ ଚୂନ ଦେବା ଭଳି । ଓଡ଼ିଶା ବିଜେପି ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ନେତୃତ୍ୱର ବୋଲକରା ସାଜି ଓଡ଼ିଶା ବିରୋଧୀ ଶକ୍ତିମାନଙ୍କର ଓକିଲାତି କରୁଛି । ଯାହାକୁ ଓଡ଼ିଶାବାସୀ ଆଦୌ ଗ୍ରହଣ କରୁନାହାନ୍ତି । ମହାନଦୀ, ପୋଲାଭରମ୍‍, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଭଳି ଅନେକ ପ୍ରସଂଗରେ ଓଡ଼ିଶାର ବିଜେପି ନେତାମାନେ ରାଜ୍ୟର ସ୍ୱାର୍ଥ ବିରୋଧରେ ଯିବା ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । ଦୀର୍ଘ ୪ବର୍ଷ ଧରି କେନ୍ଦ୍ର ଏନ୍‍ଡିଏ ସରକାର ବିଭିନ୍ନ ସମୟରେ ଓଡ଼ିଶାବାସୀଙ୍କୁ ଗୋଲାପୀଚିତ୍ର ଦେଖାଇ ଭଣ୍ଡେଇ ଚାଲିଛନ୍ତି । ଆଗାମୀ ସମୟରେ ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ଦେବେ । ବିଜେପିର ଛଳନା, ପ୍ରତାରଣା ଓ ପରିସଂଖ୍ୟାନର ଖେଳକୁ ଓଡ଼ିଶାର ଲୋକମାନେ ମର୍ମେ ମର୍ମେ ଅନୁଭବ କରିସାରିଲେଣି ଏବଂ ଆଗାମୀ ଦିନରେ ବିଜେପିକୁ ଠିକଣା ଜବାବ ଦେବେ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault