ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କୁ ଶକ୍ତ ଜାବୁଡ଼ା ଦେଇ ଶଙ୍ଖ ଫୁଙ୍କିଲେ ଗାଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସହସ୍ରାଧିକ ବିଜେପି  ସମର୍ଥକଙ୍କ ସହ ବିଜେଡିକୁ ଘର ଲେଉଟାଣି, ଟେନ୍ସନ ଫ୍ରି ଅଶୋକ

01-06-18-BJD-PARTY-OFFICE-.jpg - 84.90 kB
ଭୁବନେଶ୍ୱର(ମାନସୀ ମିଶ୍ର) : ଗୋଟେ ସମୟ ଥିଲା ଗାଲା ଓରଫ ସଂଗ୍ରାମ ପାଇକରାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇ ଭଳି ରହିଥିଲେ | କ୍ଷୀର ନିର ସମ୍ପର୍କ, ଯାହା ଭୁବବେଶ୍ୱର ବାସୀ ଦେଖିଛନ୍ତି |  ବଡ ବଡ ହୋର୍ଡ଼ିଂଗ , ବଡ ବଡ ପୋଷ୍ଟର , ତାଙ୍କ ଏନଜିଓ ମାଧ୍ୟମରେ ପାଇକ ସାନଫ୍ରାମ କାର୍ଯ୍ୟକ୍ରମ, ଉତ୍କଳ ଦିବସରେ କୈଳାସ ଖେର କାର୍ଯ୍ୟକ୍ରମ ଇତ୍ୟାଦି ବୁଝୁଥିଲେ ଗାଲା | କଥା ଡିବି ଡିବି ହୋଇ ବାଜୁଥିଲା ଯେ ଏଥର ଅମୀୟ ଦାସଙ୍କୁ କଣ୍ଠେଶ୍ୱ ଦେଇ ଏଥର ଗାଲା ଏଥର ଅଶୋକ ପଣ୍ଡାଙ୍କୁ ଚାଲେଞ୍ଜ ଦେବା ପାଇଁ ଏକାମ୍ର ପ୍ରାର୍ଥୀ କରିବେ ` ଆଉ ତାର ଟ୍ରେଲର ବି ଗଲା ଦେଖେଇଦେଇଥିଲେ ଗତ ଜ଼ିଲ୍ଲା ପଶିସଦ ନିର୍ବାଚନ ରେ | ଅଶୋକ ପଣ୍ଡା ବି ଟେନ୍ସନରେ ଥିଲେ | ହେଲେ ଦିଇ ଦିନ ତଳେ ବିଜେପି ଗାଲ ରେ ଶକ୍ତ ଜାବୁଡ଼ା ଦେଇ ଧର୍ମେନ୍ଦ୍ରଙ୍କ ଝଟକା ଦେଇ ବିଜେପିରୁ ଇସ୍ତାଫା ଦେଲେ ଗାଲା | ଆଉ ସେଥିରେ ସେ ଦର୍ଶାଇ ଥିଲେ ଯେ ପାଣ୍ଡିଆନଘରକୁ ଗୋବର  ଫିଙ୍ଗା ଭୁଲ ଥିଲା ଓ ମହାନଦୀ ପ୍ରସଙ୍ଗରେ ବିଜେପି ଅନ୍ୟାୟ କରିଛି ଓଡିଶା ପ୍ରତି | ଆଉ ବିଜେପି ହିଂସ୍ର ହୋଇଯାଇଛି | ତେଣୁ ତାଙ୍କର ଇସ୍ତଫା ର କଣ୍ଟେଣ୍ଟ ରୁ ଜଣ ପଡ଼ିଥିଲା ତାଙ୍କର ଘର ଲେଉଟାଣି ଥୟ | ଆଉ ଆଜି ସେଇୟା ହିଁ ହେଲା | ଆଉ ଟେନ୍ସନ ଫ୍ରି ଅଶୋକ |
 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ପୁନଃ ଆକୃଷ୍ଟ ହୋଇ ଏବଂ ବିଜେପିର ଓଡ଼ିଶା ବିରୋଧୀ କାର୍ଯ୍ୟକ୍ରମ ଓ ଦୁର୍ବଳ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀର ଅନ୍ୟତମ ସଂଗଠକ ସଂଗ୍ରାମ କେଶରୀ ପାଇକରାୟ ତାଙ୍କ ଅଢେ଼ଇ ହଜାରରୁ ଊଦ୍ଧ୍ୱର୍ ସମର୍ଥକଙ୍କୁ ଧରି ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଯୋଗଦାନ ଫଳରେ ବିଜେପିକୁ ନିହାତି ଶକ୍ତ ଧକ୍କା ଲାଗିଛି । ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଶ୍ରୀ ପାଇକରାୟ ଏବଂ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂଗ୍ରାମ ଜଣେ ଭଲ ସଂଗଠକ । ସଂଗ୍ରାମଙ୍କ ସହ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ ଫଳରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆମ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ ।
ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ପାଇକରାୟ କହିଥିଲେ ଯେ ମୁଁ ଯେଉଁ ବିକାଶ ଓ ତଳ ସ୍ତରର ଜନସାଧାରଣଙ୍କ ହିତ ଇ ଉଦ୍ଦେଶ୍ୟ ନେଇ ବିଜେପିରେ ଯୋଗ ଦେଇଥିଲି, ତାହା ସମ୍ଭବ ହେଲା ନାହିଁ । ବିଜେପି ବିଶେଷତଃ ହିଂସାତ୍ମକ ଉପାୟରେ ରାଜନୀତି କରିବାକୁ ଚାହେଁ । ସେହିପରି ବିଜେପି ଶାସିତ ରାଜ୍ୟ ଛତିଶଗଡ଼ ମହାନଦୀ ଉପରେ ଏକାଧିକ ବ୍ୟାରେଜ୍‍ ନିର୍ମାଣ କରି ଓଡ଼ିଶାର ପ୍ରାପ୍ୟ ମହାନଦୀର ଜଳକୁ ଅଟକ ରଖିବା ପ୍ରସଂଗରେ ରାଜ୍ୟ ବିଜେପି ଟାଳଟୁଳ ନୀତି ଅବଲମ୍ବନ କରୁଛି, ଯାହା ମୁଁ ପସନ୍ଦ କଲିନାହିଁ । ସେଥିଯୋଗୁ ଆଜି ମୁଁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛି ।
ଏକାମ୍ର-ଗ୍ରାମୀଣ ମଣ୍ଡଳ ସଭାପତି ରବୀନ୍ଦ୍ର କୁମାର ପାତ୍ର, ରାଜରାଣୀ ମଣ୍ଡଳ ସଭାପତି ସମରେଶ ବେଉରା, ଟିକରାପଡ଼ା ସମିତି ସଭ୍ୟ ବିଭୂତି ଭୂଷଣ ପ୍ରଧାନ, ଶିଶୁପାଳଗଡ଼ ସମିତି ସଭ୍ୟା ରଶ୍ମୀତା ଶ୍ରୀଚନ୍ଦନ, ନାରିସ୍ଥ  ସଭ୍ୟ ବିକ୍ରମ କୁମାର ସୁନ୍ଦରାୟ, ଉପ-ସଭାପତି ବିଜୟ କୁମାର ସାମନ୍ତରାୟ, ସୁବ୍ରତ କୁମାର ପାଇକରାୟ, ସୁଧାଂଶୁ ଶେଖର ସୁବୁଦ୍ଧି, ସାଧାରଣ ସଂପାଦକ ରଶ୍ମୀ ରଞ୍ଜନ ଶ୍ରୀଚନ୍ଦନ, ସଂପାଦକ ଜ୍ୟୋତି ରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଯୁବ ମୋର୍ଚ୍ଚା ସଭାପତି ବିଶ୍ୱ ରଞ୍ଜନ ଛୁଆଳସିଂ, ଓବିସି ମୋର୍ଚ୍ଚା ସଭାପତି ଭକ୍ତ ଭୂଷଣ ବାରିକ, କୃଷକ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ସ୍ୱାଇଁ, ଏସ୍‍ସି ମୋର୍ଚ୍ଚା ସଭାପତି ଶିବ ଶଙ୍କର ଭୋଇ, ଶିଶୁପାଳଗଡ଼ ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ପାତ୍ର, ୱାର୍ଡ ସଭ୍ୟ ଲକ୍ଷ୍ମୀପ୍ରିୟା ଦେଇ, ରୀତାଞ୍ଜଳି ଭୋଇ, ନିରଞ୍ଜନ ଭୋଇ, ଅପୂର୍ବ ସେନାପତି, ଭାରତୀ ମହାନ୍ତିଙ୍କ ସମେତ ୨୫୦୦ରୁ ଊଦ୍ଧ୍ୱର୍ ବିଜେପି ସମର୍ଥକ ଆଜି ବିଜୁ ଜନତା ଦଳରେ ଯୋଗଦେଇଥିଲେ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଆଜିର ଏହି ଯୋଗଦାନ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦଳର ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜୋନ୍‍ ଛାତ୍ର ବିଜେଡି ସଭାପତି ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


ଉମରକୋଟ୍‍ ଓ ଡାବୁଗାଁ ନିର୍ବାଚନ ମଣ୍ଡଳୀର ୮୦ରୁ ଊଦ୍ଧ୍ୱର୍ ଜନପ୍ରତିନିଧି ଆଜି ବିଜେଡିରେ ଯୋଗଦେଲେ


ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି, ନେତୃତ୍ୱ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର ଓଡ଼ିଶା ଜନମୋର୍ଚ୍ଚା ବିଧାୟକ ପ୍ରାର୍ଥୀ ଆଇନ୍‍ଜୀବୀ ଗଙ୍ଗାଧର ଜାନି, ଉମରକୋଟ୍‍ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ୮୦ରୁ ଊଦ୍ଧ୍ୱର୍ ଜନପ୍ରତିନିଧି ଓ କର୍ମୀ ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ସ୍ୱାଗତ କରିବା ସହ ନବରଙ୍ଗପୁର ଜିଲ୍ଲାରେ ଦଳ ଆହୁରି ମଜଭୁତ ହୋଇପାରିବ ବୋଲି କହିଥିଲେ ।
ରାଇଘର ବ୍ଲକର ହାଟଭରାଣ୍ଡି ସମିତି ସଭ୍ୟା ରଞ୍ଜିତା ମାଝୀ, କାଉଦୋଳା ସମିତି ସଭ୍ୟ ରାମଚନ୍ଦ୍ର ଗଣ୍ଡ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୋବାଇ ଗଣ୍ଡ, ପୂର୍ବତନ ସରପଞ୍ଚ ଫଗୁନୁରାମ ଗଣ୍ଡ, ସୁକଚାନ୍ଦ ଗଣ୍ଡ, ଆଗମନ ଗଣ୍ଡ, ଲାଚୁରାମ ଗଣ୍ଡ, ଉମାଶଙ୍କର ସଂଘନା, ପାପଡ଼ାହାଣ୍ଡି ବ୍ଲକ କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ବୁଦୁରାମ ପୂଜାରୀ, ନୂଆକୋଟ ପୂର୍ବତନ ସରପଞ୍ଚ ଗାବ୍ରୁ ମାଝୀ, ଭତ୍ରା ସମାଜ ସଂପାଦକ ନେତ୍ରାନନ୍ଦ ନାୟକ, ଖ୍ରୀଷ୍ଟ ସମାଜ ସଂପାଦକ କପିଳାସ ସେମିଲି ପ୍ରମୁଖ ଆଜି ନବୀନ ନିବାସରେ ବିଜେଡିରେ ଯୋଗଦେଇଥିଲେ ।
ନବୀନ ନିବାସ ଠାରେ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ତଥା ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ କୁମାର ଦାସବର୍ମା, ସାଂସଦ ବଳଭଦ୍ର ମାଝୀ, ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ସୁବାସ ଗଣ୍ଡ, ଜିଲ୍ଲା ସଭାପତି ପ୍ରହ୍ଲାଦ ତ୍ରିପାଠୀ ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault