ହେଡଲାଇନସ୍:

ବିଜେପୁରର ଜନାଦେଶକୁ ବିନମ୍ରତାର ସହ ସ୍ୱୀକାର କରୁଛୁ: ବସନ୍ତ ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିଜୟୀ ପ୍ରାର୍ଥିନୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀ ପଣ୍ଡା

28-02-18-basantapanda.jpg - 23.96 kB

ଭୁବନେଶ୍ୱର  : ବିଜେପୁର ଉପ ନିର୍ବାଚନରେ ବିଜେପୁର ଭୋଟର ଭାଇ ଭଉଣୀମାନଙ୍କର ଜନାଦେଶକୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ବିନମ୍ରତାର ସହ ସ୍ୱୀକାର କରି ସମ୍ମାନ ଜଣାଇବା ସହ ବିଜୟୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ନିର୍ବାଚନରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ  ରୀତା ସାହୁଙ୍କ ପ୍ରତି ସମବେଦନା ଓ ସଂପୂର୍ଣ କଂଗ୍ରେସ ଦଳ ବିଜେଡି ସହ ମିଶି ଯିବା କାରଣରୁ ବିଜେଡିର ବଡ ବ୍ୟବଧାନରେ ବିଜୟୀ ହୋଇଛି । ବିଜେପୁର ଉପ ନିର୍ବାଚନ ରାଜ୍ୟ ରାଜନୀତିରେ କଂଗ୍ରେସ ଦଳକୁ ସଂପୂର୍ଣ ରୂପେ ଅଲୋଡା ପରିସ୍ଥିତିରେ ପହଂଚାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ବିଜେପୁର ନିର୍ବାଚନରେ ୬୦ ହଜାର ଭୋଟରଙ୍କର ଅକୁଣ୍ଠ ସମର୍ଥନ ୧୮ ବର୍ଷର ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ବିରୁଦ୍ଧରେ ଓଡିଆଙ୍କ ହକର ଲଢେଇକୁ ନିର୍ଣାୟକ ମୋଡକୁ ନେବାକୁ ବିଜେପିର ତୃଣମୂଳ ସ୍ତରର ସବୁ କାର୍ଯ୍ୟକର୍ତାଙ୍କୁ ଆହୁରି ପ୍ରୋତ୍ସାହିତ କରିବ । ୧୮ ବର୍ଷ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଶାସକ ବିଜୁ ଜନତା ଦଳ ସହ ସଂପୂର୍ଣ ସାଲିସ କରିବାର ବାର୍ତା ବିଜେପୁର ଉପ ନିର୍ବାଚନ ଦେଇଛି । ଏବେ ବିଜେପି ରାଜ୍ୟରେ ବିଜେଡି ସରକାର ବିରୋଧୀ ଜନ ଭାବନାର ଏକ ମାତ୍ର ବିକଳ୍ପ ଭାବରେ ଆଗାମୀ ଦିନରେ ଓଡିଆଙ୍କ ହକର ଲଢେଇ ଆହୁରି ଜୋରଦାର କରିବ ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି । 

 

0
0
0
s2sdefault