ହେଡଲାଇନସ୍:

ବିଶ୍ୱ ଆର୍ଥିକ ଫୋରମର ସ୍କିଲ୍ ଗ୍ୟାପ୍ ଟ୍ୟାସ୍କଫୋର୍ସ ସମାପନ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍କିଲ୍ ଗ୍ୟାପ୍ ହ୍ରାସ କରିବା ଉପରେ ଦେଲେ ଗୁରୁତ୍ୱ


ନୂଆଦିଲ୍ଲୀ/ଭୁବନେଶ୍ୱର,– ସ୍କିଲ୍ ଗ୍ୟାପ୍ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ  କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାସ୍କଫୋର୍ସର ସମାପନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ଅବସରରେ କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ସ୍କିଲ ଗ୍ୟାପକୁ  ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଭାରତରେ ସ୍କିଲ ଗ୍ୟାପ୍ ହ୍ରାସ କରିବା କ୍ଷେତ୍ରରେ ଥିବା ଆହ୍ୱାନ ଓ ସୁଯୋଗ ସମ୍ପର୍କରେ ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ସାମ୍ପ୍ରତିକ ଯୁଗରେ ଟେକ୍ନୋଲୋଜିର ପ୍ରଗତି ଦ୍ୱାରା କାର୍ଯ୍ୟରେ ପରିବର୍ତନ ପରିଲିକ୍ଷିତ ହୋଇଛି । ସେହି ପରିବର୍ତନକୁ ଆଖି ଆଗରେ ରଖି ଦକ୍ଷତା ପ୍ରଦାନ କରିବାର ଇକୋସିଷ୍ଟମ ସେହିଭଳି ହେବାର ଆବଶ୍ୟକ ରହିଛି । ଯଦ୍ୱାରା ଗୋଟିଏ ଦକ୍ଷତାସମ୍ପନ୍ନ କାର୍ଯ୍ୟ କରୁଥିବା ଲୋକ ତିଆରି ହୋଇପାରିବ ବୋଲି ସେ କହିଛନ୍ତି ।
ଏହି ବୈଠକରେ ବିଶ୍ୱ ଆର୍ଥିକ ଫୋରମ ଏବଂ ଦେଶର ବିଭିନ୍ନ ରାଷ୍ଟ୍ରାୟତ ତୈଳ ଓ ଗ୍ୟାସ କମ୍ପାନୀ ଯଥା ଆଇଓସିଏଲ,ଏଚପିସିଏଲ, ଓଏନଜିସି ମଧ୍ୟରେ ଆଲୋଚନା କରିଥିଲା । ଉଭୟଙ୍କ ମଧ୍ୟରେ ଯେପରି ଉତମ ସମନ୍ୱୟ ରକ୍ଷା କରାଯାଇପାରିବ ଏବଂ ଆଗକୁ ମଧ୍ୟ କାମ କରାଯାଇପାରିବ ସେ ନେଇ ମଧ୍ୟ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault