ହେଡଲାଇନସ୍:

ନୂଆ ଜିଏସଟି ରିଟର୍ଣ୍ଣ ପାଇଁ ଟ୍ରାଞ୍ଜିସନ ପ୍ଲାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଟିକସଦାତାମାନଙ୍କୁ ସୁବିଧା ପ୍ରଦାନ କରିବା ଲାଗି ଜିଏସଟି ପରିଷଦର ୩୧ତମ ବୈଠକରେ ନୂଆ ଜିଏସଟି ରିଟର୍ଣ୍ଣ ବ୍ୟବସ୍ଥା ପ୍ରଚଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ନୂଆ ରିଟର୍ଣ୍ଣ ବ୍ୟବସ୍ଥାରେ ଟ୍ରାଞ୍ଜିସନକୁ ସରଳ କରିବା ଲାଗି ଏକ ଟ୍ରାଞ୍ଜିସନ ଯୋଜନା ପ୍ରସ୍ତୁତ କରାଯାଇଛି । ସାଙ୍କେତିକ ଟ୍ରାଞ୍ଜିସନ ଯୋଜନାର ବିବରଣୀ ନିମ୍ନରେ ଦିଆଗଲା:-
i. ବ୍ୟବହାରକାରୀମାନଙ୍କୁ ପ୍ରାରମ୍ଭିକ ସୂଚନା ଓ ଅନୁଭବ ଦେବା ଲାଗି ସାଧାରଣ ପୋର୍ଟାଲରେ ଅଫଲାଇନ ଟୁଲର ଏକ ପ୍ରତିକାତ୍ମକ ଅଫଲାଇନ ଟୁଲ ଶେୟାର କରାଯାଇଛି । ଅନଲାଇନ ପୋର୍ଟାଲ ଭଳି ଅଫଲାଇନ ଟୁଲର ପ୍ରଦର୍ଶନ ଏବଂ ଅନୁଭବ ସମାନ ରହିବ । ଟିକସଦାତାମାନେ ସଚେତନ ହେବା ଆବଶ୍ୟକ ଯେ ନୂଆ ରିଟର୍ଣ୍ଣ ବ୍ୟବସ୍ଥାରେ 3ଟି ମୁଖ୍ୟ ଉପାଦାନ ରହିଛି- ଗୋଟିଏ ମୁଖ୍ୟ ରିଟର୍ଣ୍ଣ (ଫର୍ମ ଜିଏସଟି ଆରଇଟି-1) ଏବଂ ଦୁଇଟି ଆନେକ୍ସଚର (ଫର୍ମ ଜିଏସଟି ଆନେକ୍ସ-1 ଏବଂ ଫର୍ମ ଜିଏସଟି ଆନେକ୍ସ-2) ।
ii. ଜୁଲାଇ 2019ଠାରୁ, ବ୍ୟବସ୍ଥା ସମ୍ପର୍କରେ ପରିଚିତ ହେବା ଲାଗି ବ୍ୟବହାରକାରୀମାନେ ଫର୍ମ ଜିଏସଟି ଆନେକ୍ସଚର-1 ଅଫଲାଇନ ଟୁଲକୁ ଉପଯୋଗ କରି ପରୀକ୍ଷାମୂଳକ ଭାବେ ଇନଭଏସ ଅପଲୋଡ କରିବାରେ ସକ୍ଷମ ହେବେ । ଆହୁରି, ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ ଫର୍ମ ଜିଏସଟି ଆନେକ୍ସଚର-2 ଅଫଲାଇନ ଟୁଲର ଉପଯୋଗ କରି ଇନଭଏସର ଅନ୍ତର୍ମୂଖୀ ଯୋଗାଣକୁ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ । କମନ ପୋର୍ଟାଲରେ ଅନଲାଇନରେ ଅର୍ନ୍ତମୁଖୀ ଇନଭଏସ ଯୋଗାଣର ବିବରଣୀ ମଧ୍ୟ ଦେଖିବା ପାଇଁ ଉପଲବ୍ଧ ହେବ । ସେମାନେ ମଧ୍ୟ ନିଜର କ୍ରୟ ରେଜିଷ୍ଟର ଅଫଲାଇନ ଟୁଲରେ ହାସଲ କରିବାରେ ସକ୍ଷମ ହୋଇପାରିବେ ଏବଂ ଏହାକୁ ଅଗଷ୍ଟ 2019ଠାରୁ ଡାଉନଲୋଡ ହୋଇଥିବା ଅନ୍ତର୍ମୁଖୀ ଇନଭଏସ ଯୋଗାଣ ସହ ମିଶାଇ ଅମେଳକୁ ଠାବ କରିପାରିବେ ।
iii. ଜୁଲାଇରୁ ସେପ୍ଟେମ୍ବର 2019 ମଧ୍ୟରେ (ତିନି ମାସ ପାଇଁ)  ନୂଆ ରିଟର୍ଣ୍ଣ ବ୍ୟବସ୍ଥା (କେବଳ ଆନେକ୍ସ-1 ଏବଂ ଆନେକ୍ସ-2) ନୂଆ ବ୍ୟବସ୍ଥା ସହ ପରିଚିତ ହେବା ଲାଗି ପରୀକ୍ଷାମୂଳକ ଭାବେ ଟିକସଦାତାଙ୍କ ପାଇଁ ଉପଲବ୍ଧ ହେବ । ତେବେ ଏହି ପରୀକ୍ଷାମୂଳକ ଉପଯୋଗିତା ଟିକସଦାତାଙ୍କ ଟିକସ ଦେୟତା ଏବଂ ଇନପୁଟ ଟ୍ୟାକ୍ସ କ୍ରେଡିଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏହି ସମୟ ମଧ୍ୟରେ, ଫର୍ମ ଜିଏସଟିଆର-1 ଏବଂ ଫର୍ମ ଜିଏସଟିଆର-3ବି କୁ ପୂରଣ କରି ଟିକସଦାତାମାନେ ସେମାନଙ୍କ ଅନୁପାଳନକୁ ସମ୍ପୂର୍ଣ୍ଣ କରିପାରିବେ; ଯଥା – ଟିକସଦାତାମାନେ ଫର୍ମ ଜିଏସଟିଆର-1ରେ ସେମାନଙ୍କ ବାହ୍ୟ ଯୋଗାଣ ବିବରଣୀ ମାସିକ/ତ୍ରୟମାସିକ ଭିତ୍ତିରେ ଏବଂ ମାସିକ ଭିତିରେ ଫର୍ମ ଜିଏସଟିଆର-3 ବିରେ ରିଟର୍ଣ୍ଣ ଦାଖଲ କରିବା ଜାରି ରଖିପାରିବେ । ଏସବୁ ରିଟର୍ଣ୍ଣ ଫାଇଲ ନକଲେ ଜିଏସଟି ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ।
iv. ଅକ୍ଟୋବର, 2019 ପରଠାରୁ, ଫର୍ମ ଜିଏସଟି ଆନେକ୍ସ-1 ବାଧ୍ୟତାମୂଳକ ହୋଇଯିବ ଏବଂ ଫର୍ମ ଜିଏସଟିଆର-1 ସ୍ଥାନରେ ଫର୍ମ ଜିଏସଟି ଆନେକ୍ସ-1 ପ୍ରଚଳିତ ହେବ । ବୃହତ ଟିକସଦାତା (ଯେଉଁ ଟିକସଦାତାମାନଙ୍କ ବାର୍ଷିକ କାରବାର ବିଗତ ଆର୍ଥିକ ବର୍ଷରେ 5କୋଟିରୁ ଅଧିକ) ମାନେ ସେମାନଙ୍କ ମାସିକ ଫର୍ମ ଜିଏସଟି ଆନେକ୍ସ-1 ଅକ୍ଟୋବର, 2019ଠାରୁ ଅପଲୋଡ୍ କରିପାରିବେ । ତେବେ, କ୍ଷୁଦ୍ର ଟିକସଦାତା(ଯେଉଁମାନଙ୍କ ବାର୍ଷିକ କାରବାର ବିଗତ ଆର୍ଥିକ ବର୍ଷରେ ହାରାହାରି 5 କୋଟି ଟଙ୍କା ପର୍ଯ୍ୟନ୍ତ)ମାନଙ୍କ ଦ୍ୱାରା ଅପଲୋଡ କରାଯିବାକୁ ଥିବା ପ୍ରଥମ ବାଧ୍ୟତାମୂଳକ ତ୍ରୟମାସିକ ଫର୍ମ ଜିଏସଟି ଆନେକ୍ସ-1 ଅକ୍ଟୋବରରୁ ଡିସେମ୍ବର 2019 ତ୍ରୟମାସିକ ପାଇଁ ଜାନୁଆରୀ 2020ରେ ଉପଯୋଗୀ ହେବ ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇନଭଏସ ଇତ୍ୟାଦି, ଫର୍ମ ଜିଏସଟି ଆନେକ୍ସ-1ରେ ବୃହତ ଏବଂ କ୍ଷୁଦ୍ର ଟିକସଦାତାମାନଙ୍କ ଦ୍ୱାରା ଅକ୍ଟୋବର, 2019 ପରଠାରୁ ନିରନ୍ତର ଭାବେ ଅପଲୋଡ କରାଯାଇପାରିବ । ଫର୍ମ ଜିଏସଟି ଆନେକ୍ସ-2 ଏହି ଅବଧି ମଧ୍ୟରେ ସମାନ୍ତରାଳ ଭାବେ ଦେଖି ହେବ କିନ୍ତୁ ଏହି ଫର୍ମ ଜିଏସଟି ଆନେକ୍ସ-2ରେ କୌଣସି କାର୍ଯ୍ୟ କରିହେବ ନାହିଁ ।
ଅକ୍ଟୋବର ଏବଂ ନଭେମ୍ବର 2019 ପାଇଁ, ବୃହତ ଟିକସଦାତାମାନେ ମାସିକ ଭିତିରେ ଫର୍ମ ଜିଏସଟିଆର-3ବି ଦାଖଲ ଜାରି ରଖିପାରିବେ । ସେମାନେ 20 ଜାନୁଆରୀ 2020 ସୁଦ୍ଧା ଡିସେମ୍ବର, 2019 ପାଇଁ ସେମାନଙ୍କ ପ୍ରଥମ ଫର୍ମ ଜିଏସଟି ଆରଇଟି-01 ଦାଖଲ କରିବେ ।
i. ଅକ୍ଟୋବର 2019 ପରଠାରୁ କ୍ଷୁଦ୍ର ଟିକସଦାତାମାନେ ଫର୍ମ ଜିଏସଟିଆର-୩ବି ଦାଖଲ କରିବା ବନ୍ଦ କରିବେ ଏବଂ ଫର୍ମ ଜିଏସଟି ପିଏମଟି-08 ଦାଖଲ କରିବା ଆରମ୍ଭ କରିପାରିବେ । ଜାନୁଆରୀ 20, 2020ଠାରୁ ଅକ୍ଟୋବରରୁ ଡିସେମ୍ବର 2019 ତ୍ରୟମାସ ପାଇଁ ସେମାନେ ସେମାନଙ୍କ ପ୍ରଥମ ଫର୍ମ ଜିଏସଟି ଆରଇଟି-01 ଦାଖଲ କରିବେ ।
2. ଜାନୁଆରୀ, 2020 ପରଠାରୁ ସମସ୍ତ ଟିକସଦାତା ଫର୍ମ ଜିଏସଟି ଆରଇଟି-01 ଫାଇଲ କରିବେ ଏବଂ ଫର୍ମ ଜିଏସଟିଆର-ତିନି ବି ସମ୍ପୂର୍ଣ୍ଣ ଭାବେ ହଟିଯିବ ।
ଅକ୍ଟୋବରରୁ ଡିସେମ୍ବର 2019 ମଧ୍ୟରେ ରିଫଣ୍ଡ ଆବେଦନର ଦାଖଲ ଏବଂ ପ୍ରକ୍ରିୟାକରଣ ପାଇଁ ଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯିବ ।
 


0
0
0
s2sdefault