ହେଡଲାଇନସ୍:

ଗଠିତ ହେଲା ବିଜେପି ପାର୍ଲାମେଣ୍ଟାରୀ ପାର୍ଟୀ କାର୍ଯ୍ୟକାରିଣୀ କମିଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାରୁ ସୁରେଶ ସଚେତକ, ଧର୍ମେନ୍ଦ୍ର ଓ ଜୁଏଲ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ

ନୂଆଦିଲ୍ଲୀ( ଶାସକ ପ୍ରଶାସକ ବ୍ୟୁରୋ ) ବିଜେପି ସଂସଦୀୟ ଦଳ କାର୍ଯ୍ୟକାରୀଣୀ କମିଟି ଗଠିତ ହୋଇଛି । ଦଳର ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତୀୟ ସଭାପତି ଭାବେ ଅମିତ ଶାହା, ଲୋକସଭରେ ଉପନେତା ଭାବେ ରାଜନାଥ ସିଂହ, ରାଜ୍ୟସଭାରେ ଦଳର ନେତା ଭାବେ ଥାବରଚନ୍ଦ ଗେହଲଟ ଓ ଉପନେତା ଭାବେ ପିୟୁଷ ଗୋଏଲ ନାମିତ ହୋଇଛନ୍ତି  ।
ସେହିପରି ସରକାରୀ ମୁୂଖ୍ୟ ସଚେତକ ଭାବେ ପ୍ରହ୍ଲାଦ ଯୋଶୀ ନଯୁକ୍ତ ହୋଇଥିବା ବେଳେ  ଉପସଚେତକ ଭାବେ ଅର୍ଜ୍ଜୁନ ରାମ ମେଘେୱାଲ(ଲୋକସଭା) ଓ ଏମ ମୂରଲୀଧରନ (ରାଜ୍ୟସଭା) ନିଯୁକ୍ତ ହୋଇଛନ୍ତି  । ପାର୍ଟିର ମୁଖ୍ୟ ସଚେତକ ଭାବେ ଡ ସଞ୍ଜୟ ସିଂ (ଲୋକସଭା) ଓ ନାରାୟଣ ଲାଲ ପଞ୍ଚାରିୟା(ରାଜ୍ୟସଭା) ନିଯୁକ୍ତ ହୋଇଥିବା ବେଳେ ଗଣେଷ ସିଂ ଓ ଭୁପେନ୍ଦ୍ର ଯାଦବ ଯଥାକ୍ରମେ ଲୋକସଭା ଓ ରାଜ୍ୟସଭାରେ ଦଳର ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ  । କୋଷାଧ୍ୟକ୍ଷ ଭାବେ ଗୋପାଲ ସେଟ୍ଟି ନିଯୁକ୍ତ ହୋଇଛନ୍ତି  ।
ସେହିପରି ଲୋକସଭାରେ ସଚେତକ ଭାବେ ପ୍ରମିଳା ଭୌମିକ, ସୁନୀଲ ସିଂହ, ପ୍ରବେଶ ବର୍ମା, କିରୀଟ ଭାଇ ସୋଲାଙ୍କି, ଯୁଗଳ କିଶୋର ଶର୍ମା, ନଳୀନ କୁମାର କାଲୀ, ସୁଧିର ଗୁପ୍ତା, ସନ୍ତୋଷ ପାଣ୍ଡେ, କାପିଊ ମହେଶ୍ୱର ପାଟିଲ, ସୁରେଶ ପୂଜାରୀ, କନକମଲ କଟାରା, ଅଜୟ ମିଶ୍ର, ଭାନୁପ୍ରତାପ ସିଂହ ବର୍ମା, ପଙ୍କଜ ଚୌଧୁରୀ, ଖଗେନ ମୁର୍ମୁୂ, ରଞ୍ଜନବେନ ଭଟ୍ଟ, ଶୋଭା କରନ୍ଦଲାଜେ ଓ ଲକେଟ ଚାଟ୍ଟାର୍ଜ୍ଜୀ ଦାୟିତ୍ୱ ତୁଲାଇବେ  ।
ସେହିପରି ରାଜ୍ୟସଭାରେ ସଚେତକ ଭାବେ ଅମର ଶଙ୍କର ସାବଲେ, ସମସେର ସିଂହ ମନହସ, ସାୱେତ ମାଲିକ, ଚୁନ୍ନି ଭାଇ ଗୋହେଲ, ଅଜୟ ପ୍ରତାପ ସିଂହ ଓ ଡ ଅଶୋକ ବାଜପାୟୀ ନିଯୁକ୍ତ ହୋଇଛନ୍ତି  ।
ଲୋକସଭା କମିଟି ପାଇଁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନୀତିନ ଗଡକରୀ, ରବିଶଙ୍କର ପ୍ରସାଦ, ଅର୍ଜୁନ ମୁଣ୍ଡା, ନରେନ୍ଦ୍ର ସିଂହ ତୋମାର, ସ୍ମୃତି ଇରାନୀ ଓ ଜୁଏଲ ଓରାମ ରହିଥିବା ବେଳେ ରାଜ୍ୟସଭା କମିଟି ପାଇଁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ  ଜେପି ନଡ୍ଡା, ଓମ ପ୍ରକାଶ ମାଥୁର, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଜାଭଡେକର ନାମିତ ହୋଇଛନ୍ତି  ।
ସେହିପରି ପାର୍ଲାମେଣ୍ଟାରୀ ପାର୍ଟି ଅଫିସ ପାଇଁ ପ୍ରଭାରୀ ଭାବେ କୈଳାସ ବିଜୟବର୍ଗିୟ ଓ ସଚିବ ଭାବେ ବାଲସୁବ୍ରମନ୍ୟମ କମର୍ସୁ ନିଯୁକ୍ତ ହୋଇଛନ୍ତି  ।

0
0
0
s2sdefault