ହେଡଲାଇନସ୍:

ଆମେରିକା ଉର୍ଜା ସଚିବଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଟେଲିଫୋନ ଆଲୋଚନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆମେରିକା ସହ ଉର୍ଜା କ୍ଷେତ୍ରରେ ମିଳିତ ପ୍ରୟାସ ମାଧ୍ୟମରେ ଶକ୍ତି ସୁରକ୍ଷାକୁ ସୁଦୃଢ କରିବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର– ଆମେରିକାର ଶକ୍ତି ସଚିବ ରିକ୍ ପେଁରିଙ୍କ ସହ ଟୋଲିଫୋନ ଯୋଗେ କଥା ହୋଇଛନ୍ତି ଭାରତର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦେଶର ଉର୍ଜା କ୍ଷେତ୍ରର ମନ୍ତ୍ରୀ ଦ୍ୱୟ ଏକ ମିଳିତ ପ୍ରୟାସ ମାଧ୍ୟମରେ ଶକ୍ତି ସୁରକ୍ଷାକୁ ସମୃଦ୍ଧ କରିବା ତଥା ଭାରତକୁ ଏକ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଆଲୋଚନା କରିଛନ୍ତି ।
ଏହସହ ଭାରତ ଆମେରିକା ମଧ୍ୟରେ ଉର୍ଜା କ୍ଷେତ୍ରର ନୂଆ ଉଦ୍ଭାବନକୁ ପରସ୍ପର ସହିତ ଯୋଡି ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ସହଯୋଗ ପାଇଁ ଗତବର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ଉଦ୍ୟମ ଉପରେ ମଧ୍ୟ ଆଲୋଚନା,କରିଥିଲେ ।
ଏହି ଦୁଇ ମନ୍ତ୍ରୀ ଗଠନ କରାଯାଇଥିବା ୪ଟି ଓାର୍କିଂ ଗ୍ରୁପ ଯଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ରଣନୈତିକ ସହଯୋଗ ଶକ୍ତି ଓ ଉର୍ଜା କ୍ଷେତ୍ରର କାର୍ଯ୍ୟଦକ୍ଷତା, ଅକ୍ଷୟ ଶକ୍ତି ଓ ନିରନ୍ତର ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ । ତୁରନ୍ତ ଭାରତ ଆମେରିକା ଉର୍ଜା କ୍ଷେତ୍ରରେ ମିଳିତ ପ୍ରୟାସ ପାଇଁ ତୁରନ୍ତ ଯୁଗ୍ମ ବୈଠକ ପାଇଁ ସହମତ ହୋଇଥିଲେ । ଅଶୋଧିତ ତୈଳ ମୂଲ୍ୟର ଦ୍ରୁତ ପରିବର୍ତ୍ତନ  ଉପରେ ମଧ୍ୟ ଦୁଇ ମନ୍ତ୍ରୀ ଆଲୋଚନା କରିଥିଲେ ।
ଶ୍ରୀଯୁକ୍ତ ପ୍ରଧାନ ମୂଲ୍ୟ ଦ୍ରୁତ ପରିବର୍ତନରେ ଭାରତୀୟ ଗ୍ରାହକଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ଆମେରିକାର ଉର୍ଜା ମବୀଙ୍କୁ ଅବଗତ କରାଇବା ସହ ବିଶ୍ୱ ତୈଳ ମୂଲ୍ୟକୁ ସ୍ଥିର ରଖିବାରେ ଆମେରିକାର ଭୂମିକା ନେଇ ଆଲୋଚନା କରିଥିଲେ ।
ତୈଳ ଓ ଗ୍ୟାସ କ୍ଷେତ୍ରରେ ଆମେରିକା ଭାରତ ପାଇଁ ଏକ ଯୋଗାଣକାରୀ ଦେଶ ହେବା ସମ୍ବନ୍ଧରେ ଦୁଇ ମନ୍ତ୍ରୀ  ଆଲୋଚନା କରିଥିଲେ । ଉର୍ଜା କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବା ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ ।

0
0
0
s2sdefault