ହେଡଲାଇନସ୍:

ମୋଦି ସରକାରରେ ରାଜସ୍ୱ ବୃଦ୍ଧି ଅପେକ୍ଷା ଦେଶର ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯାଇଛି - ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଡିଏସ୍ଏଫ୍ ଦ୍ୱିତୀୟ ବିଡ୍ ରାଉଣ୍ଡ ଅଧୀନରେ ୨୩ ଅନୁବନ୍ଧ କ୍ଷେତ୍ରର ଚୁକ୍ତିନାମା ସ୍ୱାକ୍ଷରିତ କାର୍ଯ୍ୟକ୍ରମ

 ଉତ୍ପାଦନ ବଢିଲେ ଦେଶର ତୈଳ ନିର୍ଭରତା ହ୍ରାସ ପାଇବା ସହ ଦେଶର ଆବଶ୍ୟକତାକୁ ପୁରଣ କରାଯାଇପାରିବ

 ଇଜ୍ ଅଫ୍ ଡୁଇଙ୍ଗ ବିଜିନେସକୁ ବାସ୍ତବିକ ରୂପ ଦେବାର ଆବଶ୍ୟକତା ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର – ପୂର୍ବ ସରକାର ଗୁଡିକ ରାଜସ୍ୱ ବୃଦ୍ଧି ଦିଗରେ ଗୁରୁତ୍ୱ ଦେଉଥିଲେ । ମାତ୍ର ମୋଦି ସରକାରରେ ଏହାକୁ ପରିବର୍ତନ କରାଯାଇଛି । ରାଜସ୍ୱ ବୃଦ୍ଧି ଅପେକ୍ଷା ଦେଶର ଉତ୍ପାଦନ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତୈଳ ଓ ଗ୍ୟାସ ବିଭାଗରେ ଉତ୍ପାଦନ ବଢିଲେ ଦେଶର ତୈଳ ନିର୍ଭରତା ହ୍ରାସ ପାଇବା ସହ ଦେଶର ଆବଶ୍ୟକତାକୁ ପୂରଣ କରାଯାଇପାରିବ । ଗତ ୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଅନେକ ସୁଧାର ଅଣାଯାଇଛି । ମୋଦି ସରକାରରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଅନେକ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ନୂଆଦିଲ୍ଲୀ ଠାରେ ଡିଏସ୍ଏଫ୍(ଡିସ୍କଭର୍ଡ ସ୍ମଲ୍ ଫିଲ୍ଡ) ଦ୍ୱିତୀୟ ବିଡ୍ ରାଉଣ୍ଡ ଅଧୀନରେ ୨୩ ଅନୁବନ୍ଧ କ୍ଷେତ୍ରର ଚୁକ୍ତିନାମା ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧୀରେ ଧୀରେ ଭାରତରେ ବ୍ୟବସାୟିକ କ୍ଷେତ୍ରରେ ରୁଚି ବଢୁଛି । ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଆଜି ଡିଏସ୍ଏଫ୍ ବିଡ୍ ଦ୍ୱିତୀୟ ରାଉଣ୍ଡ ଅଧୀନରେ ୧୫ଟି କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ବେଳେ ସେଥିମଧ୍ୟରୁ ୮ଟି କମ୍ପାନୀ ନୂଆକରି ବଜାରରେ ପ୍ରବେଶ କରିଛନ୍ତି । ଏଥିପାଇଁ ଏହି ନୂତନ କମ୍ପାନୀ ଗୁଡିକୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ଭାରତ ସରକାରଙ୍କ ମାଧ୍ୟମରେ ସବୁ କମ୍ପାନୀକୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ  କେବଳ ସ୍ଲୋଗାନ ନୁହେଁ ଏହାକୁ ବାସ୍ତବିକ ରୂପ ଦେବାର ଆବଶ୍ୟକତା ରହିଛି । ସରକାରଙ୍କ କାର୍ଯ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲେ ଆଗାମୀ ଦିନରେ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ସହ ଗରିବ ଲୋକଙ୍କୁ ନ୍ୟାୟ ଦିଆଯାଇପାରିବ । ଦେଶରେ ଆମଦାନୀ କମିଲେ ବିକାଶ ଖର୍ଚ୍ଚ ବଢିବ ଏବଂ ଏହି ଟଙ୍କା ଦେଶର ବିକାଶ କାମ ପାଇଁ ଯଥା ରାସ୍ତା, ଘରକୁ ବିଜୁଳି, ଜମିକୁ ପାଣିର ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଦେଶର ୧୨ କୋଟି ଚାଷୀଙ୍କୁ ୬ ହଜାର ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଲାଗିପାରିବ ବୋଲି କହିଛନ୍ତି |

0
0
0
s2sdefault