ହେଡଲାଇନସ୍:

ସାଂସଦ ପ୍ରାର୍ଥୀ ସପ୍ତଗିରିଙ୍କ ଗୁଣପୁର ଗସ୍ତ , ମାରାଥନ ପ୍ରଚାର ଆରମ୍ଭ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : କୋରାପୁଟ ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଆଜି ଗୁଣପୁର ବ୍ଲକର ୪ଟି ଗ୍ରାମ ପଞ୍ଚାୟତ ମାରାଥନ ଗସ୍ତ କରିଛନ୍ତି । ଏହି ଗସ୍ତରେ ସାଂସଦ ପ୍ରଥମେ ଗୋଠଲପଦର ପଞ୍ଚାୟତର ସିଧାମଗୁଡା ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବିଜେଡି ସରକାରଙ୍କର ୨୫ ବର୍ଷର ଶାସନର ଅପାରଗତା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଅପରପକ୍ଷେ କଂଗ୍ରେସ ରାୟଗଡା ଜିଲ୍ଲା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଏହାସହ ଗୁଣପୁର ବ୍ଲକରେ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅବ୍ୟବସ୍ଥା ଯେପରି , ଗୁଣପୁର ଉପଖଣ୍ଡ ଅଧିନସ୍ଥ ୭ଟି ବ୍ଲକରେ ୮୫ଟି ଆବାସିକ ବିଦ୍ୟାଳୟର ମରାମତି, ହଷ୍ଟେଲ, ପାଚେରୀ ନିର୍ମାଣ ବାବଦରେ ଆସିଥିବା ଅନୁଦାନର ହରିଲୁଟ ପ୍ରସଙ୍ଗ ବିଷୟରେ ଲୋକମାନଙ୍କୁ ଜଣାଇଥିଲେ । ରେଳ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସାଂସଦ ବାରମ୍ବାର ସ୍ୱର ଉଠାଇଥିବା କଥା ମଧ୍ୟ ଆଲୋଚନାକୁ ଆଣିଥିଲେ । ରାୟଗଡ଼ା, ମୁନିଗୁଡ଼ା ଓ ଗୁଣପୁର ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ମାନ୍ୟତା ମିଳିଥିବାର ସଫଳତା ବିଷୟରେ ସେ ସଭାରେ କହିଥିଲେ।
ଏହି ସଭାରେ ସାଂସଦ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସର ଗ୍ୟାରେଣ୍ଟିର କଥା କହିଛନ୍ତି । ଉକ୍ତ ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଲୋକଙ୍କ ସମର୍ଥନ ଲୋଡ଼ିଥିଲେ ।
ଏହାପରେ ଶ୍ରୀ ଉଲାକା କୁଲୁସିଂ, ପୁଟାସିଂ ଏବଂ ଘନାନ୍ତ୍ରୀ ଆଦି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଉକ୍ତ ସଭାରେ ସାଂସଦ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସାଂସଦ ତାଙ୍କର ସାତ ପ୍ରତିଶ୍ରୁତିକୁ ନେଇ ଲୋକଙ୍କୁ ଅବଗତ କରାଇ ଭୋଟ ଭିକ୍ଷା କରିଥିଲେ ।

 

0
0
0
s2sdefault