ହେଡଲାଇନସ୍:

ଗୁଣପୁର ଗସ୍ତରେ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :  ତା:୩୦-୦୪-୨୦୨୪ରିଖ ଦିନ ୧୩୮-ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ମିର ମହମ୍ମଦ ଅଲ୍ଲୀ ଗୁଣପୁର ଗସ୍ତରେ ଆସି ବିଭିନ୍ନ ରାଜନୈତିକ ଦଳ ଓ ସ୍ୱଧୀନ ଭାବେ ନାମାଙ୍କନ ଦାଖଲ କରି ବିଧାୟକ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିଲେ । ଗୁଣପୁର ଉପ ଜିଲ୍ଲାପାଳ କୀରଣଦୀପ କୌରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମସ୍ତ ବିଧାୟକ ପ୍ରାର୍ଥୀ ଓ ସେମାନଙ୍କ ଏଜେଣ୍ଟ ଉପସ୍ଥିତ ଥିଲେ । ନିର୍ବାଚନ ଲଢ଼ିବା, ପ୍ରତିଦ୍ୱନ୍ଦିତା କରିବା ଠିକ କିନ୍ତୁ କେହିବି ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ମାନ ସମ୍ମାନ ଉପରେ ଯେପରି ଆଞ୍ଚ ଆସିବା ଭଳି ବ୍ୟବହାର କରିବେ ନାହିଁ ଓ ସ୍ଵଛ, ଶତ ପ୍ରତିଶତ ମତଦାନ ଉପରେ ପର୍ଯ୍ୟବେକ୍ଷକ ଗୁରୁତ୍ୱ ଦେଇଥିଲେ । ସେହିପରି ସ୍ଥାନୀୟ ସୂଚନା କେନ୍ଦ୍ର ଓ ପାଠାଗାର ପରିସରରେ ଆୟୋଜିତ ନିର୍ବାଚନୀ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଭାରତ ସ୍ୱଧୀନ ହେବା ପରଠାରୁ ଆୟୋଜିତ ସମସ୍ତ ନିର୍ବାଚନର ଫୋଟଚିତ୍ର ଦେଖି ଖୁସି ବ୍ୟକ୍ତ କରିଥିଲେ । ନିଜର ମତାମତ ଲିଖିତ ଭାବର ବକ୍ସରେ ପକାଇବା ସହ ଦସ୍ତଖତ ଅଭିଯାନ ବୋର୍ଡ଼ରେ ଦସ୍ତଖତ କରି ସମସ୍ତ ଅଧିକାରୀଙ୍କ ସହ ସେଲଫି ନେଇଥିଲେ । ପର୍ଯ୍ୟବେକ୍ଷକଙ୍କ ଗସ୍ତ ସମୟରେ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ, ଗୁଣପୁର ତହସିଲଦାର ଲୀଳାବତୀ ଆଚାର୍ଜି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ, ମଙ୍ଗଳ ଅଧିକାରୀ ସୁରଜ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନୀ ସମ୍ବନ୍ଧୀୟ ସମସ୍ତ ଆପତ୍ତି ଅଭିଯୋଗ ପ୍ରତିଦିନ ସକାଳ 11ଟାରୁ 12ଯାଏଁ ଜିଲ୍ଲାପାଳ ରାୟଗଡଙ୍କ ଚିନ୍ତନ କକ୍ଷରେ ଗ୍ରହଣ କରାଯିବ ଓ ଅଵଶ୍ୟକ ସ୍ଥଳେ 7605974135 କିମ୍ବା 6372677259ରେ ଯୋଗାଯୋଗ କରିବା ନିମନ୍ତେ ପର୍ଯ୍ୟବେକ୍ଷକ ସୂଚନା ଦେଇଛନ୍ତି ।

 

0
0
0
s2sdefault