ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅସମ୍ଭବକୁ ସମ୍ଭବ କରାଯାଇଛି - ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୦ତମ ସିଜିଡି ବିଡିଂ ରାଉଣ୍ଡ ଅଧୀନରେ ଏଲ୍ଓଆଇ ବିତରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ଦେଶରେ ଉର୍ଜାର  ଉତ୍ପାଦନ ବଢାଇବା ଦରକାର

 ଦେଶରେ ଗ୍ୟାସ  ଉତ୍ପାଦନ ନୀତିରେ ନୂଆ ସଂସ୍କାର ଆସିଛି

 ଭାରତବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଆବଶ୍ୟକତା ରହିଛି

 ଗୁଜୁରାଟ, ପଞ୍ଜାବ ଏବଂ ହରିୟାଣା ଶତ ପ୍ରତିଶତ ସିଜିଡି ନେଟୱାର୍କରେ ଆସିଲାଣି

 ସାଧାରଣ ବ୍ୟକ୍ତି ଟେକ୍ନୋଲୋଜି ମାଧ୍ୟମରେ ଘରେ ବସି ୫ ଗୁଣା ରୋଜଗାର କରିପାରୁଛି

 ୨୦ ପ୍ରତିଶତ ଲୋକଙ୍କ ପାଖରେ ସିଜିଡି ନେଟ୍ୱାର୍କ ଥିଲା । ବର୍ତମାନ ଏହି ସଂଖ୍ୟା ୭୦ ପ୍ରତିଶତରେ ପହଁଚିଛି

ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାର ଆବଶ୍ୟକତା ରହିଛିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଥିବା ବେଳେ ସମସ୍ତେ ମିଶି ଏହାକୁ ପୂରା କରିବାର ଆବଶ୍ୟକତା ରହିଛି । ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅସମ୍ଭବକୁ ସମ୍ଭବ କରାଯାଇଛି ବୋଲି ନୂଆଦିଲ୍ଲୀ ଠାରେ ୧୦ତମ ସିଜିଡି ବଡିଂ ରାଉଣ୍ଡ ଅନ୍ତର୍ଗତ ୧୨୪ ଜିଲ୍ଲାର ୫୦ ଭୌଗଳିକ କ୍ଷେତ୍ର ପାଇଁ ଲେଟର ଅଫ୍ ଇନଟେଂଟ୍ (ଏଲ୍ଓଆଇ) ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ୨୦ ପ୍ରତିଶତ ଲୋକଙ୍କ ପାଖରେ ସିଜିଡି ନେଟ୍ୱାର୍କ ଥିଲା । ବର୍ତମାନ ଏହି ସଂଖ୍ୟା ୭୦ ପ୍ରତିଶତରେ ପହଁଚିଛି । ଭାରତର ପାଇପ ନାଚୁରାଲ ଗ୍ୟାସ ନେଟୱାର୍କ ତଥା ଦେଶର ଗ୍ୟାସ ଉତ୍ପାଦନ  ନୀତିରେ ନୂଆ ସଂସ୍କାର ଆସିଛି । ଦୁନିଆର ସବୁଠୁ ବଡ ପଲିସି ନରେନ୍ଦ୍ର ମୋଦିଙ୍କ ସରକାର ଆଣିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୭ ରୁ ୮ ଲକ୍ଷ କୋଟି ଟଙ୍କାର ଉର୍ଜା ଆମେ ବିଦେଶରୁ ଆମଦାନୀ କରୁଛୁ । ଏଥିରୁ ବଂଚିବା ପାଇଁ ଦେଶରେ ଉର୍ଜାର  ଉତ୍ପାଦନକୁ ବଢାଇବାର ଆବଶ୍ୟକତା ରହିଛି । ଦେଶରେ  ଉତ୍ପାଦନ ବଢିଲେ ଆତ୍ମନିର୍ଭରଶୀଳ ବଢିବ । ଦେଶର ସୀମାକୁ ସୁରକ୍ଷା ଦେବା ଯେପରି ଏକ ଚ୍ୟାଲେଞ୍ଜଭିତିକ କାର୍ଯ୍ୟ, ସେହିପରି ପାରଦର୍ଶିତା ମାଧ୍ୟମରେ ଦେଶରେ  ଉତ୍ପାଦନ ବଢାଇବା ପାଇଁ କହିବା ମଧ୍ୟ ଏକ ମହତ୍ୱପୂର୍ଣ୍ଣ କାମ ବୋଲି ସେ କହିଛନ୍ତିା

ଗୁଜୁରାଟ, ପଞ୍ଜାବ ଏବଂ ହରିୟାଣା ଶତ ପ୍ରତିଶତ ସିଜିଡି ନେଟୱାର୍କରେ ଆସିଲାଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନ ଟୋକିଓ ଗ୍ୟାସ କମ୍ପାନୀ ଘରକୁ ଗ୍ୟାସ ପହଁଚାଇବା ଠାରୁ ଆଜି ଏକ ସେବାସଂସ୍ଥା କମ୍ପାନୀ ହେଲାଣି । ଉକ୍ତ କମ୍ପାନୀ ଆଜି ଘରର ଦରକାରୀ ଜିନିଷ ପହଁଚାଇ ଘରର ସମସ୍ତ ଆବଶ୍ୟକତାକୁ ପୂରଣ କରୁଛି । ପରିବର୍ତିତ ଜୀବନଶୈଳିରେ କେବଳ ଘରକୁ ଗ୍ୟାସ ନୁହେଁ ଘରର ସମସ୍ତ ଜିନିଷ ମଧ୍ୟ ପହଂଚାଇହେବ । ଶ୍ରୀ ପ୍ରଧାନ କହିଛନ୍ତି ଭାରତରେ ପ୍ରଥମେ ରୋଜଗାର କେବଳ ଦୋକାନ, ସଂଗଠନ କିମ୍ବା କର୍ମ ସଂସ୍ଥାରେ ମିଳୁଥିଲା । ମାତ୍ର ଟୋକ୍ନୋଲୋଜି ଏହି କ୍ଷେତ୍ରରେ ବଡ ପରିବର୍ତନ ଆଣିଛି । ବର୍ତମାନ ଘରେ ବସି ରୋଜଗାର ମିଳିପାରୁଛି । ଟେଲିଫୋନ୍, ଲାପ୍ଟପ୍ ଓ ଅନ୍ୟାନ୍ୟ ଆଧୁନିକ ଯନ୍ତ୍ର ସାହାଯ୍ୟରେ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ୫ ଗୁଣା ରୋଜଗାର କରିପାରୁଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଜିଡି ନେଟ୍ୱାର୍କ ଭାରତର ନୂଆପୀଢିକୁ ରୋଗରୁ ବଂଚେଇପାରିବ । ଭାରତର ଗରିବଙ୍କୁ ରୋଗରୁ ବଂଚାଇବା ମାଧ୍ୟମର ଚାବିକାଠି ସରକାରଙ୍କ ପାଖରେ ଅଛି । ଏହା ଭାରତ ସରକାରଙ୍କ ଉଚ୍ଚାକାଂକ୍ଷା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault