ହେଡଲାଇନସ୍:

ସତ୍ୟସାଇ ବାବାଙ୍କ ୯୩ବର୍ଷ ଜନ୍ମ ବାର୍ଷିକଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ସତ୍ୟସାଇ ସେବା ସମିତି ପକ୍ଷରୁ ସତ୍ୟସାଇବାବାଙ୍କ ୯୩ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସେବା ସମିତିର ଜିଲ୍ଲା ସଭାପତି ଆର. ସମିୟାଜୁଲୁ (ଚାଣ୍ଟିବାବୁ) ପୂର୍ବାହ୍ନରେ ସତ୍ୟାସାଇ ମନ୍ଦିର ପରିସରରେ ପତାକା ଉତ୍ତୋଳନ କରିଥିଲେ । ଏହି ପରିପ୍ରେକ୍ଷୀରେ ସତ୍ୟାସାଇ ସେବା ସମିତିର କର୍ମକର୍ତ୍ତା ଓ ସତ୍ୟାସାଇ ବିଦ୍ୟା ବିହାରର ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନେଇ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ରାଜଦାଣ୍ଡ, ବଜାର ଛକ , କରଣ ସାହି ଛକ ଦେଇ ନଗର ପରିକ୍ରମା କରିଥିଲେ । ମଧ୍ୟାହ୍ନ ସମୟରେ ୨ହଜାରରୁ ଉର୍ଧ୍ଵ ନାରାୟଣ ଶ୍ରୀମଣ ନାରାୟ ଣ ସେବାର ପ୍ରସାଦ ସେବନ ହୋଇଥିଲା । ସନ୍ଧ୍ୟା ୬ଘଣ୍ଟା ଠାରୁ ୭ଘଣ୍ଟା ୩୩ମି ପର୍ଯ୍ୟନ୍ତ ବାବାଙ୍କ ୯୩ ବର୍ଷ ଜନ୍ମ ବାର୍ଷିକ ପାଇଁ ୯୩ମିନିଟ ଭଜନ ସମାରୋହ ହେବ । ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶେଷରେ ପୂର୍ଣ୍ଣ ଆଳତୀ ହେବ ବୋଲି ଯୁବ ସଂଯୋଜକ ନରେଶ ମହାପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ସଂଯୋଜକ ମୂର୍ତ୍ତିବାବୁ , ଲିଙ୍ଗମୁର୍ତ୍ତି, ଅର୍ଜ୍ଜୁନ ନାୟକ, ନିରୁପମା ପଟ୍ଟନାୟକ, ଏନ ଏନ ପଣ୍ଡା, ସିତାୟା,ଟି.ଦେବଦାସୁ, ଟି ଲକ୍ଷ୍ମୀ, ପି.ରାଜେଶ୍ୱର ରାଓ ଓ ସୋମିୟ ରାଜୁ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault