ହେଡଲାଇନସ୍:

 ବାରିପଦା ପରେଡ ପଡିଆ ସାହିରେ ମହମଦଙ୍କ ଜୟନ୍ତୀ  ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା-(ଦିଲ୍ଲୀପ ମହାନ୍ତି ) ମହାପୁରୁଷ ମହମଦ ଙ୍କ ଜନ୍ମବାର୍ଷିକୀ ଉସôବ ସ୍ଥାନୀୟ ପେରେଡ ପଡିଆ ସାହିରେ ଧୁମଧାମରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପୂର୍ବାହ୍ନ ସମୟରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ସହର ପରିକ୍ରମା କରାଯିବାପରେ ଏକ ସଭାର ଆୟୋଜନ କରାଯାଇ ମାଦ୍ରାସା ପିଲାମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ସ୍ଥାନୀୟ ଅଞ୍ଚଳର କିଛି ବୟୋଜ୍ୟେଷ୍ଠ  ବ୍ୟକ୍ତିମାନଙ୍କୁ ଉପଢୈାକନ ପ୍ରଦାନ କରାଯାଇ ସମ୍ମାନୀତ କରିଯାଇଥିଲା । ଅନୁଷ୍ଠିତ  ଉକ୍ତ ସଭାରେ ବାରିପଦା ଉପଜିଲାପାଳ ଦିବ୍ୟୋଜ୍ୟତି ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ବାରିପଦା ଟାଉନଥାନା ଅଧିକାରୀ ଅଶୋକ କୁମାର ନାୟକ , ସମ୍ମାନୀତ ଅତିଥି ଭାବେ କାଉନସିଲର ସରୋଜ କୁମାର ମହାପାତ୍ର ଓ ସେକ ଅବଦୁଲ ମୁସ୍ତାକିନ ପ୍ରମୁଖ ଯୋଗଦେଇ ନିଜ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ସନ୍ଧ୍ୟା ସମୟରେ ଏକ ଜୁଲୁସ ବାହାରି ସହର ପରିକ୍ରମା କରିବା ସହିତ ମୁଖ୍ୟ ମସଜିଦ ଠାରେ ପହଞ୍ଚିଥିଲା । ଏଠାରେ ସହରର ଶୁନଗଡିଆ , କମଳାନେହୁରୁ , ତୁଳସୀଚଉରା ,ପୋଡାଅସ୍ତିଆ , ରଘୁନାଥପୁର ଆଦି ସାହିମାନଙ୍କରୁ ମଧ୍ୟ ଜୁଲୁସ ପହଞ୍ଚିଥିଲା । ଏହି ଅବସରରେ ମସଜିଦଠାରେ ନମାଜ ପଢିବା ସହିତ ଜାତ. ଧର୍ମ , ବନ୍ନ , ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ଶାନ୍ତି ,ପ୍ରେମ ଓ ଭ୍ରାତୃଭାବ ବଜାୟ ରଖିବା ପାଇଁ ପ୍ରାର୍ଥନା କରାଯାଇଥିଲା । ଏହାପରେ ସମସ୍ତେ ଲଙ୍ଗର (ଭୋଗ) ସେବନ କରିଥିଲେ । ଏହି ପବିତ୍ର ଉତ୍ସବର ଆୟୋଜନ ସେକ ନିଜାମ ,ସେକ ଇବ୍ରାହିମ ,ଶେକ ଜାହିଦ , ଜଲିଲ ଖାନ ,ଶେକ କାଲା ପ୍ରମୁଖ ଙ୍କ ତତ୍ତ୍ୱାବଧାନରେ ହୋଇଥିଲା ।

 

0
0
0
s2sdefault