ହେଡଲାଇନସ୍:

ଯାଜପୁର ଜିଲ୍ଲା ଲେଖକ ସମ୍ମେଳନର ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର/ ଜୟଶଙ୍କର ଦାଶ : ଯାଜପୁର ଜିଲ୍ଲା ଲେଖକ ସମ୍ମେଳନର ପ୍ରତିଭା ପ୍ରଣାମ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ  ଦାନଗଦୀ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ଦାନଗଦୀ ସ୍ଥିତ ବୁଦ୍ଧରାଜା ବିଦ୍ୟାପୀଠ ପରିସରରେ ସମ୍ମେଳନର ସ୍ଥାୟୀ ସଭାପତି ଡ଼ା. ରୁଦ୍ର ନାରାୟଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଯାଜପୁର ରୋଡ଼ ଥାନାର ଆରକ୍ଷୀ ନିରୀକ୍ଷକ ଶ୍ରୀଯୁକ୍ତ ଅମିତାଭ ମହାପାତ୍ର ଉଦ୍ଘାଟନ କରି ଥିବାବେଳେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ ପଣ୍ଡିତ ଡ଼. ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେ଼ମୀର ରାଜ୍ୟ ସଦସ୍ୟ ତଥା ଗୋକର୍ଣ୍ଣିକାର ସଂପାଦକ ଶ୍ରୀଯୁକ୍ତ ରମାକାନ୍ତ ଜେନା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସାରଗର୍ଭକ ଅଭି ଭାଷଣ ପ୍ରଦାନ କରିଥିଲେ  । ଉଦ୍ଘାଟକ ଅମିତଭ୍ ମହାପାତ୍ର ଏହି ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରିବା ସଂଗେ ସଂଗେ ସ୍କୁଲ କଲେଜ ସ୍ତରରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାମିଲ କରି ପାରିଲେ ଜିଲ୍ଲା ଲେଖକ ସମ୍ମେଳନର ପ୍ରକୃତ ଲକ୍ଷ ସାଧିତ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଜିଲ୍ଲାଲେଖକ ସମ୍ମେଳନର ଉପସଭାପତି ତଥା ସାହିତ୍ୟ ବାଟିକାର ସଭାପତି ଶ୍ରୀଯୁକ୍ତ ଗୁଣନିଧି ଗୁରୁ  ସ୍ୱାଗତ ଭାଷଣ ଦେଇଥିଲା ବେଳେ ପଣ୍ଡିତ ଅକ୍ଷୟ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦାନଗଦୀ ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ଶତପଥୀ ଓ ସଂପାଦିକା ଶିକ୍ଷୟତ୍ରୀ ଯୁଗପ୍ରଭା ସାବତ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିବା ବେଳେ, ସମ୍ମେଳନର ସାଧାରଣ ସଂପାଦକ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଉକ୍ତ ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମରେ ଦାନଗଦୀ ବ୍ଲକ ଅଞ୍ଚଳର ଛଅଜଣ ପ୍ରତିଭା  ଯଥା- କୁମାରୀ ସ୍ୱର୍ଣ୍ଣଲତା ଦଳେଇ (ଏଭେରେଷ୍ଟ ଚଢ଼ାଳି) ଲେଖକ ଶୀ୍ରଯୁକ୍ତ ଶଙ୍କର୍ଷଣ ବାରିକ,କ୍ରୀଡ଼ାବିତ୍ ଶ୍ରୀଯୁକ୍ତ ପଞ୍ଚାନନ ବଳ,ପାଲାଗାୟକ ଶ୍ରୀଯୁକ୍ତ ବଳରାମ ଆଏଚ,ସମାଜସେବୀ ସୁଦର୍ଶନ ରାଉତ. ତଥା ଶ୍ରୀମତୀ ଯୁଗପ୍ରଭା ସାବତଙ୍କୁ ଜିଲ୍ଲା ଲେଖକ ସମ୍ମେଳନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । । କାର୍ଯ୍ୟକ୍ରମର ଶେଷ ଭାଗରେ ମାତୃବନ୍ଦନା ବନେ୍ଦ ଉକ୍ରଳ ଜନନୀ ଦାନଗଦୀ ହାଇସ୍କୁଲ ର ଛାତ୍ରୀ ମାନଙ୍କ ଦ୍ୱାରା ଗାନ କରାଯାଇଥିଲା । ସମ୍ବାଦ ସାହିତ୍ୟ ଘରର ସଦସ୍ୟା ଶ୍ରୀମତୀ ମିନାରାଣୀ ସ୍ୱାଇଁ ଉକ୍ତ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିବା ବେଳେ ସମ୍ମେଳନର ଅନ୍ୟତମ ଉପ ସଭାପତି ଶ୍ରୀଯୁକ୍ତ ଦୟାନିଧି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ନିର୍ମଳ ଚନ୍ଦ୍ର ରାଉତ,ଯୋଗୀନ୍ଦ୍ର ନାଥ ସାହୁ, ସୁଦାମ ଚରଣ ନାୟକ,ରବିନ୍ଦ୍ର କୁମାର ସାହୁ, ଅଶୋକ କୁମାର ଖିଲାର, ଅଶୋକ ମହାରଣା, ଗଣନାଥ ମହାରଣା,ମଧୁସୂଦନ ଦାଶ,ରାଜାବାରୁଣୀ ପାଇକରାୟ,ଓ ଶ୍ରମତୀ ବନଲତା ବେଉରିଆ, ବ୍ରଜେଶ୍ୱରୀ ସିଂ,ଜୟନ୍ତୀ ଜେନା ପ୍ରମୁଖ ଶତାଧିକ କବି,ସାହିତ୍ୟିକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।   

 

 

0
0
0
s2sdefault