ହେଡଲାଇନସ୍:

ମହୋତ୍ସବର  ସପଂଳତା ପାଇଁ ବିଧାୟକ ଓ ଜିଲ୍ଲାପାଳଙ୍କ ଧନ୍ୟବାଦ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ) ୭ମ ଯାଜପୁର ଜିଲ୍ଲା  ମହୋତ୍ସବ ବୁଧବାର ସଂଧ୍ୟାରେ ଉଦଯାପିତ  ହୋଇଯାଇଚ୍ଥି ।  ଜିଲ୍ଲା ମହୋତ୍ସବର ୩ ଦିନିଆ କାର୍ଯ୍ୟକ୍ରମ ସହ ପଲ୍ଲିଶ୍ରୀ ମେଳା ଓ ମହୋତ୍ସବ ପୂର୍ବରୁ ୨୪ତମ ରାଜ୍ୟ ସ୍ତରୀୟ ଯୁବ ଊସôବର ଆୟୋଜନ ଅତ୍ୟନ୍ତ କଷ୍ଟକର ଓ ଆହ୍ୱାନଭରା କାର୍ଯ୍ୟ ଥିଲା ।  ତେବେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଭିଜ୍ଞତା, ତତ୍ତ୍ୱାବଧାନ ଓ ସମସ୍ତ କ୍ଷେତ୍ରରେ ଟିକିନିଖି ନିରିକ୍ଷଣ ଏ ସମସ୍ତ କାର୍ଯ୍ୟକୁ କେବଳ ସପଂଳ କରିନାହିଁ ବରଂ ସମଗ୍ର ଓଡିଶାରେ ଏହାର ମନୋଜ୍ଞ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ହୋଇଚ୍ଥି ।  ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ଊପଯୁକ୍ତ ମାର୍ଗ ଦର୍ଶନ, ପରାମର୍ଶ ସହ ସମସ୍ତ ସହଯୋଗ ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଅଧିକ ପଂଳପ୍ରସୂ କରିିଥିଲା ।  ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣି ନାୟକଙ୍କ ଏକାଧିକ ସମୀକ୍ଷା ଓ ବ୍ୟକ୍ତିଗତ ତଦାରଖ ଏହି କାର୍ଯ୍ୟକ୍ରମକୁ କରିଥିଲା ଅତ୍ୟନ୍ତ ଶୃଙ୍ଖଳିତ ।  ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ, ଊପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲ ଓ ଯାଜପୁର ଥାନା ଅଧିକାରୀ ମାନସ ଚନ୍ଦ୍ର ଚକ୍ରଙ୍କ ଅବିଶ୍ରାନ୍ତ ପରିଶ୍ରମ ଉତ୍ସବକୁ କରିଥିଲା ଆକର୍ଷଣୀୟ ଓ ନିରାପଦ ।  ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ପୂର୍ବତନ ବରିଷ୍ଠ ପାରିଷଦ ସନ୍ତୋଷ କୁମାର ମଲ୍ଲିକ, ପୈାର ନିର୍ବାହୀ ଅଧିକାରୀ ସରୋଜ କୁମାର ରାଊତ ଏବଂ ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସହଯୋଗ ଅବର୍ଣ୍ଣନୀୟ ।  ସେହିପରି ପଲ୍ଲିଶ୍ରୀ ମେଳା ମାଧ୍ୟମରେ ଗ୍ରାମ୍ୟ କୁଟୀର ଶିଳ୍ପର ପ୍ରଚାର ପ୍ରସାର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି  ମଧ୍ୟ ଘଟିପାରିଚ୍ଥି ।  ତେଣୁ ବିଧାୟକ ଶ୍ରୀ ଦାସ ଓ ଜିଲ୍ଲାପାଳ ଶ୍ରୀ ଦାସ ମହୋତ୍ସବର ସପଂଳତା ପାଇଁ ଯାଜପୁରର ସମସ୍ତ ଜନସାଧାରଣ, ଶିକ୍ଷାବିତ୍, ବୁଦ୍ଧିଜିବୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଲାଇନ୍ ଡିପାର୍ଟମେଣ୍ଟର ସମସ୍ତ ଅଧିକାରୀ, କର୍ମଚାରୀ, ସମସ୍ତ କଳାକାର କାର୍ଯ୍ୟକ୍ରମ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନର କର୍ମକର୍ତ୍ତା ଓ ଯୁବ ଉତ୍ସବର ସମସ୍ତ ଯୁବ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ଅନୁରୂପ ସହଯୋଗ କାମନା କରିଚ୍ଥନ୍ତି ।

0
0
0
s2sdefault