ହେଡଲାଇନସ୍:

କୃପାଳୁ ଶିଶୁ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସାହିତ୍ୟ ରେ ସୃଜନାତ୍ମକ ଲିଖନ ସାଙ୍ଗକୁ ନିଜସ୍ୱ ଲେଖନୀ କୁ ଜୀବନ୍ତ ଓ ରୁଚିସିଳ କରିବାପାଇଁ ସାଧନା ଆବଶ୍ୟକ ବୋଲି ସ୍ଥାନୀୟ ବାଳମୁକୁନ୍ଦ ଭବନ ଠାରେ ଅନୁଷ୍ଠିତ କୃପାଳୁ ଶିଶି ସାହିତ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଚିତ୍ର।ନନ୍ଦ ବେବର୍ତା ମତବ୍ୟକ୍ତ କରିଛନ୍ତି | ଏହି କାର୍ଯ୍ୟକ୍ରମ ପୂର୍ବରି ସକାଳେ ନଗର ଭ୍ରମଣ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା | ସାହିତ୍ୟ କାର୍ଯ୍ୟକ୍ରମ  ଅପରାହ୍ନ2ଟା ରୁ 4ଟା ପର୍ଯନ୍ତ ଅନୁଷ୍ଠିତ ହୋଇଥିଲା  ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନନ୍ଦ କୁମାର ଶତପଥୀ ମଧ୍ୟ ଖେଳ ମାଧ୍ୟମରେ ଗଳ୍ପ କବିତା ପ୍ରବନ୍ଧ ଲିଖନ ପ୍ରଣାଳୀ  ଶିକ୍ଷା ଦେଇଥିଲେ। କାର୍ଯକ୍ରମକୁ ଶିଶୁ ଶିଳ୍ପୀ ସୁଶ୍ରୀ ପ୍ରଣତି ଚୌଧୁରୀ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଏଥିରେ 8ଟି ବିଦ୍ୟାଳୟର 50ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ମୁଖ୍ୟ ନିତ୍ୟାନନ୍ଦ ଚୌଧୁରୀ ଯୋଗଦାନ କରି ଥିବାବେଳେ ମଳିକାର୍ଜୁନ ପଟନାୟକ,ନମିତା ଚୌଧୁରୀ, ପରିଚାଳନା କରିଥିଲେ।ଶେଷରେ ଆଧ୍ୟାତ୍ମିକ  ସଂଗୀତ ପରିବେଷଣ କରାଯାଇଥିଲା

0
0
0
s2sdefault