ହେଡଲାଇନସ୍:

ମାଁ ମେଟାକାନୀ ମନ୍ଦିର କମିଟି ପକ୍ଷରୁ ନାମ ଯଜ୍ଞ : ମହିଳାଙ୍କ କଳସ ଶୋଭାଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର/ନିରୋଜ ମିଶ୍ର  - ସ୍ଥାନୀୟ ହଟପଦା ପଡା ମାଁ ମେଟାକାନୀ ମନ୍ଦିର କମିଟି ପକ୍ଷରୁ ଚତୁର୍ଥ ତମ ଚବିଶ ପ୍ରହରି ନାମ ଯଜ୍ଞ ପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଯାଇଛି । ଶୋଭା ଯାତ୍ରାରେ ପ୍ରାୟ ୧୫୦୦ ରୁ ଉର୍ଧ୍ଵ ମହିଳା ଭକ୍ତ ସାମିଲ ହୋଇଥିଲେ । କମିଟିର ସଭାପତି ଲୋଟସ ଷଡଙ୍ଗିଙ୍କ ତତ୍ତ୍ୱାବଧାନରେ ପ୍ରଥମେ ହାଟପଦା ପଡା ଠାରୁ ଶୋଭା ଯାତ୍ରା ବାହରି  ନରସିଂହ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେଠାରୁ କଳସରେ ଶଦ୍ଧାଳୁ ମହିଳା ମାନେ ଜଳ ସଂଗ୍ରହ କରି  ସହରର ମୁଖ୍ୟ ବଜାର ହୋଇ ଗାନ୍ଧୀ ନଗର ପଡା ଦେଇ ମେଟାକାନୀ ମନ୍ଦିରରେ ପହଞ୍ଚି ଥିଲେ ।  କର୍ତ୍ତା ଭାବରେ  ଲୋଟସ ଷଡଙ୍ଗି  ଏବଂ ତାଙ୍କ ସହ ଧର୍ମିଣୀ ଅନୀତା ଷଡଙ୍ଗି ପୂଜାର୍ଚ୍ଚନାରେ ସକ୍ରୀୟ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ତିିନି ଦିନ ଧରି ମହାସମାରୋହରେ ଦିନରାତି ପାଳିତ ହେବ ବୋଲି ଆୟୋଜକ କମିଟି ତରଫରୁ କୁହାଯାଇଛି । ସହରର ଏବଂ ସହରର ବାହରୁ ବହୁ ଭକ୍ତ ଯୋଗ ଦେଉଥିବାରୁ ଏ ଦିଗରେ ପ୍ରଶାସନକୁ ପୂର୍ବରୁ ସୁଚନା ଦିଆଯାଇଛି । ଶାନ୍ତି ଶଙ୍ଖଳା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ ସବୁ ସୁବିଧା ଦିଆଯାଇଥିବାରୁ ସଭାପତି ଲୋଟସ ଜିଲ୍ଲା ପ୍ରଶାସନକୁ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହରିବଂଶ ମିଶ୍ର, ନାରାୟଣ ପାଢି, ରଘୁନାଥ ହୋତା, ଶ୍ରୀବତ୍ସ ମିଶ୍ର, ବିଶ୍ୱାମିତ୍ର ସାହୁ, ପ୍ରଭାକର ମିଶ୍ର, ଶାନ୍ତନୁ ମିଶ୍ର, ବିଭୁଦତ୍ତ ଗୁରୁ, ସଚିମିଶ୍ର, ଶରତ ତ୍ରିପାଠୀ, ଅର୍ଜୁନ ସାହୁ, ବୈକୁଣ୍ଠ ଖୁଣ୍ଟିଆ, ନିରୋଜ ଚୋପଦାର,  ଜତିନ ମିଶ୍ର, ଦିଲିପ ସ୍ୱାଇଁ, ଶୁଶିଳ ସ୍ୱାଇଁ, ଜଗନ୍ନାଥ ମିଶ୍ର, ସନତ ତ୍ରିପାଠୀ, ଲକ୍ଷ୍ମି ସ୍ୱାଇଁ,  ବବନ ମିଶ୍ର, ଶରତ ପୁଜାରି, ତିଳ ବରାଡ, ଲିଜୁ ସାହୁ, ରାଜୁ ସାହୁ, ରୁଷି ଗୁରୁ, ମୁନାପାଲ, ରଞ୍ଜନ ବେହେରା, ଚମାର ତରିଆ, ଦେବେନ୍ଦ୍ର ପାତ୍ର, ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ, ମନିଷ ମିଶ୍ର, ଆଲୋକ ପାଣ୍ଡେ, ସରୋଜ ସାହୁ, ଇନ୍ଦ୍ର ନନ୍ଦ, ନିମର୍୍ଳ ନନ୍ଦ, ପିଣ୍ଟୁ ଷଡଙ୍ଗି, ଟିକୁ ପରିଛା, ମଧୁ ବନଛୋର, କମ୍ବୁ ତ୍ରୀପାଠୀ, ଧର୍ମେନ୍ଦ୍ର କୁମ୍ଭାର,  ଟିକୁ ମିଶ୍ର ପ୍ରମୁଖ ଏହି ଶୋଭାଯାତ୍ରାରେ ସମିଲ ହୋଇ ସହଯୋଗ କରିଥିଲେ । 

0
0
0
s2sdefault