ହେଡଲାଇନସ୍:

 ଶ୍ରୀରଘୁନାଥ ଜୀଉଙ୍କ ପଂଚୁକ ଯାତ୍ରା ଆରମ୍ଭ : ଗଜଉଦ୍ଧାରଣ ବେଶରେ ଦର୍ଶନ କଲେ ଶ୍ରଦ୍ଧାଳୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶାସକ ପ୍ରଶାସକ): ପବିତ୍ର କାର୍ତିକମାସ ସୋମବାର ଶୁକ୍ଳପକ୍ଷ ହରିଉତ୍ଥାପନ ବଡ ଏକାଦଶୀ ତିଥିରେ ଓଡଗାଁ ପ୍ରସିଦ୍ଧ ଶ୍ରୀରଘୁନାଥଙ୍କ ପିଠରେ ଶ୍ରୀଜିଉ ଗଜଉଦ୍ଧାରଣ ବେଶ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ସନ୍ଧ୍ୟା ୬ଟାରେ ଦ୍ୱାରଫିଟା ହୋଇ ଜଳ, ଚନ୍ଦନ, ତୁଳସୀ ଓ  ଫୁଲମାଳ, ସନ୍ଧ୍ୟାଭୋଗ ପରେ କର୍ପୁର ଆଳତୀ, ବନ୍ଦାପନା, ମହାଆଳତୀ, ଚାମର, ଆଲଟ ସେବା ଲାଗି ହୋଇଥିଲା । ଏହି ସମୟରେ ପ୍ରଭୁ ଶ୍ରୀରଘୁନାଥ ନାରାୟଣ ଓ ମା’ ସୀତା ଲକ୍ଷ୍ମୀମୀଙ୍କ ବେଶରେ ବୈକୁଣ୍ଠ ପୁରରୁ ଗରୁଡ ଉପରେ ଆସ୍ଥାନ କରି ଘୋରଜଳରେ କୁମ୍ଭୀର କବଳରେ ପଡିଥିବା ଗଜରାଜର କରୁଣ ଡାକ ଶୁଣି  ମର୍ତ୍ତ୍ୟମଣ୍ଡଳକୁ ଆଗମନ କରି ଚକ୍ର ପେଷଣ କରି କୁମ୍ଭୀର କବଳରୁ ଗଜରାଜଙ୍କୁ ରକ୍ଷାକରି ନିଜ ଶରଣରେ ଆଶ୍ରା ଦେଇଥିବାର ଦୃଶ୍ୟ ବେଶ ମନୋମୁଗ୍ଧକର ହୋଇଥିଲା । ଏହି ବେଶକୁ ଦର୍ଶନ କରିବା ପାଇଁ ଆଜି ସ୍ଥାନୀୟ ତଥା ଜିଲ୍ଲା ବାହାରୁ ବହୁ  ଶ୍ରଦ୍ଧାଳୁମାନେ ଦର୍ଶନ କରି ଭାବ ବିହ୍ୱଳ ହୋଇଯାଇଥିଲେ । ପରେ ଏକାଦଶୀ ନୀତି ଅନୁଷ୍ଠିତ ହୋଇଥିଲା । ଆଜିର ପାଳିଆ ପଣ୍ଡା ପ୍ରସନ୍ନ ଦାଶ, ପୂଜକ ପରିଷଦର କର୍ମକର୍ତା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତ୍ୱାବଧାନରେ ଶୃଙ୍ଖଳାର ସହ ସମସ୍ତ ନିତୀ ସମ୍ପାଦନ କରାଯାଇଥିଲା । 

  

 

0
0
0
s2sdefault