ହେଡଲାଇନସ୍:

ପୃଥ୍ଵୀରାଜ  ଗୋଶାଳାର ଶତବାର୍ଷିକୀ ଓ ଗୋପାଷ୍ଟମୀ ପାଳନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀରରୁ ନିରୋଜ ମିଶ୍ର:  ସବୁ  ବର୍ଷ ପରି ଏବର୍ଷ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ଗୋପାଷ୍ଟମୀ ପୂଜନ,  ଏଥର ଶହେ ବର୍ଷରେ ପଦାର୍ପଣ କରିଛି ପୃଥ୍ୱୀରାଜ ଗୋଶାଳା. ଏହି ଅବସରରେ ଶତାଧିକ ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା.ବଲାଙ୍ଗୀର ଠିକାଦାର ପଡ଼ା ସ୍ଥିତ ପୃଥୀରାଜ ଗୋଶାଳାରେ,ଯାହାକୁ ନେଇ ଶତାଧିକ ମହିଳା ରୀତିନୀତି ଅନୁସାରେ ଗୋ ମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ.ଗୋଶାଳା ପରିସରରେ ଚତୃଭୂଜ ବନାରାଶି ଦାଶ ଅଗ୍ରୱାଲ ଙ୍କ ପରିବାର ପକ୍ଷରୁ ନବନିରମିତ ଗୋପାଲା ମନ୍ଦିରରେ ପୂଜନ ପରେ, ହୋମ, ଯଜ୍ଞ ହୋଇଥିଲା ରୀତିନୀତି ଅନୁସାରେ, ଯାହାକୁ ସେଠାରେ ଉପସ୍ଥିତ ଥିବା ଶତାଧିକ ମହିଳା ଏବଂ ଭକ୍ତ ଗୋ ପୂଜନ ଏବଂ ଗୋସେବା କରିଥିଲେ,ଏହି ଅବସରରେ ପ୍ରବଚନ ର ମଧ୍ୟ ଅୟୋଜନ କରାଯାଇଥିଲା, ଗୋପଷ୍ଟମୀର ସମସ୍ତ ପୂଜନ ବିଜୟ ଶର୍ମା କରିଥିବାବେଳେ, ଆୟୋଜନ ହୋଇଥିବା ପ୍ରବଚନରେ ମହାରାଜ ଶ୍ୟାମାନନ୍ଦଜୀ ଗୋମାତା ଙ୍କ ମାହାତ୍ମ୍ୟ ବର୍ଣ୍ଣନା କରିବା ସହ ଗୋ ମାତା ଙ୍କ ବିବରଣୀ  ପ୍ରଦାନ କରିଥିଲେ.ଓ ତେତିଶ କୋଟି ଦେବାଦେବୀ  ବସ ବାସ କରୁଥିବା ଭଳି  ପ୍ରସଙ୍ଗ ବିଷୟରେ  ଆଲୋକ ପାତ କରିଥିଲେ,।ଗୋଶାଳାର ଅଧ୍ୟକ୍ଷ  ନରେନ୍ଦ୍ର କୁମାର ଜୈନ ଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ପୃଥ୍ଵୀରାଜ ଗୋଶାଳା ସମିତିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault