ହେଡଲାଇନସ୍:

   ଆଜି  ବଲାଙ୍ଗିରରେ ସାହିତ୍ୟ ଅକାଦେମିର ତିନିଟି କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର,: ଆସନ୍ତା ୧୮ ତାରିଖରେ ବଲାଙ୍ଗିରରେ କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ତିନିଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବାକୁ ଯାଉଛି । ସକାଳ ଦଶଟାରେ ମହିଳା ସରକାରୀ ମହାବିଦ୍ୟାଳୟର ସହଭାଗିତାରେ ଏହି କଲେଜ ପରିସରରେ ‘ବିଶ୍ୱାୟନ ଓ ଓଡ଼ିଆ କବିତା’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ଅତିଥି ଆଲୋଚକ ଭାବରେ ଯୋଗ ଦେବେ କବି ଭାଗିରଥୀ ମିଶ୍ର, ପ୍ରହ୍ଲାଦ ଶତପଥି, ସୁଷମା ମଂଜରୀ ନାୟକ ଏବଂ ସଂଜୟ କୁମାର ମିଶ୍ର । ଏଥିରେ ସଭାପତିତ୍ୱ କରିବେ ଓଡ଼ିଆ ଉପଦେଷ୍ଟା ପରିଷଦ, ସାହିତ୍ୟ ଅକାଦେମିର ଆବାହକ ବିଜୟାନନ୍ଦ ସିଂହ । ଅପରାହ୍ଣ ୪ଟାରେ ତ୍ରିବେଣୀ ହୋଟେଲ ସ୍ଥିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ‘କବିସନ୍ଧି’ କାର୍ଯ୍ୟକ୍ରମରେ ଯୋଗଦେବେ ବିଶିଷ୍ଟ କବି ଶ୍ରୀନିବାସ ଉଦଗାତା । ଏହି କାର୍ଯ୍ୟକ୍ରମରେ ଶ୍ରୀ ଉଦଗାତା ନିଜ କାବ୍ୟ ଜୀବନର ସଂକ୍ଷିପ୍ତ ବକ୍ତବ୍ୟ ଉପସ୍ଥାପନ ଏବଂ ସ୍ୱରଚିତ କବିତାପାଠ ସହିତ ଉପସ୍ଥିତ ସାହିତି୍ୟକ ଓ ପାଠକପାଠିକାଙ୍କ ପ୍ରଶ୍ନର ଉତ୍ତର ଦେବେ । ସେହି ସ୍ଥାନରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ  ହେବ ‘ଲୋକ: ଗଣର ସ୍ୱର’ କାର୍ଯ୍ୟକ୍ରମ । ଏଥିରେ ଘୁବୁକୁଡୁ ନୃତ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ପରିବେଷଣ କରିବେ ପବିତ୍ର କୁମାର ଦଣ୍ଡସେନା ଓ ସାଥୀ । ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଅଂଚଳର ସାହିତ୍ୟ ଓ ସଂସ୍କୃତିପ୍ରେମୀମାନେ ଯୋଗ ଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟ କ୍ଷେତ୍ରବାସୀ ନାଏକ ଅନୁରୋଧ କରିଛନ୍ତି । 

0
0
0
s2sdefault