ହେଡଲାଇନସ୍:

ଅଁଳାନବମୀରେ ମା’ ସୀତାଙ୍କ ପାଦ ଦର୍ଶନ କଲେ ଶ୍ରଦ୍ଧାଳୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ ( ଶ୍ରୀକାନ୍ତ କୁମାର ମିଶ୍ର ): ପବିତ୍ର କାର୍ତିକମାସ ଶୁକ୍ଳ ନବମୀ ତିଥିରେ ଓଡଗାଁ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅଁଳାନବମୀ ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ମା’ ସୀତାଙ୍କ ପାଦ ଦର୍ଶନ କରି କୃପାଲାଭ କରିଥିଲେ ।  ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ହୋଇ ଶୋଧନ ନିତି ପରେ ସକାଳ ୫ଟାରେ ମଙ୍ଗଳଆଳତୀ, ଅବକାଶ, ପଂଚାମୃତସ୍ନାନ, ମଇଲମ, ତଡପଲାଗି, ଖଟଣୀ ନୀତି ସହିତ ତିନି ଠାକୁରଙ୍କୁ ପାଳିଆ ପଣ୍ଡା ମା’ ସୀତାଙ୍କ ସହିତ ଦୁଇ ଠାକୁରଙ୍କୁ ସୁନ୍ଦର ବେଶରେ ସଜିତ କରି ଅଁଳା ମାଳ ଅର୍ପଣ କରିଥିଲେ । ମା’ ସୀତାଙ୍କ ଓଡିଆଣୀ ବେଶରେ ଶ୍ରଦ୍ଧାଳୁମାନେ ପଦଯୁଗଳ ଦର୍ଶନ ପାଇଁ ରାତ୍ର ଚତୁଃଶମ ନୀତି ପର୍ଯ୍ୟନ୍ତ ଉନ୍ମୁକ୍ତ ରଖାଯାଇଥିଲା । ମା’ ଙ୍କର ଖାଂଟି ଓଡିଆଣୀ ବେଶ ଦର୍ଶନ ପାଇଁ ଆଜି ରାତ୍ରୀ ପର୍ଯ୍ୟନ୍ତ ଗହଳ ଚହଳ ଲାଗି ରହିଥିବା ବେଳେ ଶ୍ରୀ ରଘୁନାଥ ଜିଉ ଭଜନ କମିଟି ତରଫରୁ ଭଞ୍ଜ ମଣ୍ଡପରେ ସ୍ଥାନୀୟ ଗାୟକଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ ମନ୍ଦିର ପ୍ରାଙ୍ଗଣକୁ ଭକ୍ତିମୟ କରିଦେଇଥିଲା । ପାଳିଆ ପଣ୍ଡା ନାରାୟଣ ମହାପାତ୍ର, ପୂଜକ ପରିଷଦର ସମସ୍ତ କର୍ମକର୍ତା, ମନ୍ଦିର ପରିଚାଳକ ତିତେନ୍ଦ୍ର କୁମାର ମିଶ୍ର ସମସ୍ତ ଦାୟିତ୍ୱ ସଂପାଦନ କରିଥିଲେ । ସେହିପରି ସ୍ଥାନୀୟ ରାଧାକାନ୍ତ ମଠରେ ଶ୍ରଦ୍ଧାଳୁମାନେ ଆନନ୍ଦରେ ରାଧାରାଣୀଙ୍କ ପାଦ ଦର୍ଶନ କରିଥିଲେ ।  

 

 

 

0
0
0
s2sdefault