ହେଡଲାଇନସ୍:

ଈମ୍ଫା ଥେରୁବାଲି ଠାରେ ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା ସମ୍ମାନ ୨୦୧୮ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାୟଗଡ଼ାରୁ ସରୋଜ କୁମାର ସାହୁ 

ଥେରୁବାଲି ସ୍ଥିତ ଈମ୍ଫା କ୍ଲବ ପରିସରରେ ଈମ୍ଫା ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଚଳିତ ବର୍ଷର ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା ସମ୍ମାନ ୨୦୧୮ ପୁରସ୍କାର ବିତରଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହାର ଟ୍ରଷ୍ଟି ଶ୍ରୀମତୀ ପରମିତା ମହାପାତ୍ରଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଡ଼ଃ. ଅଜୟ ମହାପାତ୍ର  ମୂଖ୍ୟ ସଚିବ ତଥା ବନ ସଂରକ୍ଷକ ଓଡିଶା, ଯୋଗଦେଇ ଈମ୍ଫାର ଏହିଭଳି ଉଦ୍ୟମକୁ ପ୍ରଶଂସା କରିବା ସହ କଳା ସଂସ୍କୃତି ଓ ସାହିତ୍ୟ ସଂରକ୍ଷଣ ଏକ ଜାତୀୟ କର୍ତ୍ତବ୍ୟ ବୋଲି ମତ ପ୍ରକାଶ କରିଥିଲେ । ଏହି ସମାବେଶରେ ଓଡିଶାର ଜଣାଶୁଣା ସାହିତ୍ୟ ସ୍ରଷ୍ଠା ଶ୍ରୀ ମନ୍ମଥ ଶତପଥି ଏବଂ ରାୟଗଡ ର ବରିଷ୍ଠ ପ୍ରବକ୍ତା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ. ଦୁଶ୍ମନ୍ତ କୁମାର ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଏଭଳି ଏକ ସାରସ୍ୱତ ସାଧନା ସମ୍ମାନ ସମାବେଶ ଥେରୁବାଲି ଭଳି ଏକ ଉପାନ୍ତ ଅଞ୍ଚଳରେ କରାଯାଇଥିବାରୁ ଈମ୍ଫାକୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ନୃତ୍ୟ, ସଙ୍ଗୀତ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ନାଟ୍ୟଗୁରୁ ଶ୍ରୀ ଅର୍ଜୁନ ଅଧିକାରୀ, ଶ୍ରୀ ଅରୁଣ ପ୍ରଶନ୍ନ କୁମାର ସେଠ୍, ଶ୍ରୀ ଅଟଳ ବିହାରୀ ପଣ୍ଡା, ଗାୟକ ଭୂଷଣ ଶ୍ରୀ ଗୋପବନ୍ଧୁ ନାଥ, ଶବ୍ଦ ନୃତ୍ୟଗୁରୁ ଶ୍ରୀ ଭଗବତ ପ୍ରଧାନ, ପଣ୍ଡିତ ପି. ରାମଚନ୍ଦ୍ର, ଶ୍ରୀ ପ୍ରଭୁଦତ୍ତ ପ୍ରଧାନ, ନିରକ୍ଷର ଭକ୍ତକବି ପୂର୍ଣ୍ଣମାସୀ ଜାନୀ, ଗୁରୁଶ୍ରୀ ଉତ୍ସବ ଚରଣ ଦାସ, ଗୁରୁଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଳ, ନୃତ୍ୟାଚାର୍ଯ୍ୟ ଶ୍ରୀ ଖଗପତି ବାଗ, ସୁଶ୍ରୀ ଡକ୍ତର୍ କ୍ରିଷ୍ଣା ପଟେଲ, ଶ୍ରୀମତୀ ସୌଦାମିନୀ ପତି ଓ ଶ୍ରୀ ଦଣ୍ଡାସି ଗୋଡଙ୍କୁ ଈମ୍ଫା ପବ୍ଲିକ ଚାରିଟେବଲ ଟ୍ରଷ୍ଟ ତରଫରୁ ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା ସମ୍ମାନ ୨୦୧୮ ରେ ସମ୍ମାନିତ କରିବା ସହ ମାନପତ୍ର ଉତ୍ତରୀୟ ପ୍ରଦାନ କରିଥିବା ବେଳେ ଧନରାଶି ବାବଦରେ ଏକାବନ ହଜାର ( ୫୧,୦୦୦/-) ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରଯାଇଥିଲା । ଉକ୍ତ ସଭାରେ ଶ୍ରୀ ଅଶୋକ କୁମାର ବେହେରା (ଉପ-ସଭାପତି) କର୍ପୋରେଟ ଆଫାୟାର୍ସ ସ୍ୱାଗତ ଭାଷଣ ଦେଇଥିବା ବେଳେ ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା ସମ୍ମାନର ଉଦ୍ଧେଶ୍ୟ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଟ୍ରଷ୍ଟି ଶ୍ରୀମତୀ ପରମିତା ମହାପାତ୍ର ସୂଚନା ଦେଇଥିଲେ । ଶ୍ରୀମତୀ ବିଦିଶା ଶତପଥି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଈମ୍ଫା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ରାୟଗଡ଼ା ସ୍ଥିତ ମ୍ୟୁଜିକ୍ ଗ୍ୟାଲେକ୍ସିର କୁନି କୁନି କଳାକାର ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରଯାଇଥିଲା । ଶେଷରେ ରାୟଗଡ଼ାର ନୃତ୍ୟଗୁରୁ କାଳୀ ଚରଣ ସାହୁଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଈମ୍ଫାର ବରିଷ୍ଠ ମହା ପ୍ରବନ୍ଧକ ଶ୍ରୀ କେ. ଭି. ରାଓ ଉପସ୍ଥିତ ଥିବା ବେଳେ ଈମ୍ଫା କମ୍ପାନୀର ଅନ୍ୟାନ୍ୟ ଅଧିକାରୀ ଓ ତାଙ୍କ ପରିବାର ବର୍ଗ ଏବଂ ଶ୍ରମିକ ସଂଗଠନର କର୍ମକର୍ତ୍ତା ସ୍ଥାନୀୟ ଅଞ୍ଚଳର ଭଦ୍ରବ୍ୟକ୍ତି ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault