ହେଡଲାଇନସ୍:

୧୯ତମ ବଲାଙ୍ଗିର ଲୋକଉସôବ ଉଦ୍ୟାପିତ : “ସଂସ୍କୃତିର ବିକାଶ ପାଇଁ ଭିତ୍ତି ଭୂମୀ ସୁଦୃଢ ହେବା ଦରକାର”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର-(ନିରୋଜ ମିଶ୍ର)  ବଲାଙ୍ଗିରର ସାଂସ୍କୃତିିକ ପ୍ରାଣକେନ୍ଦ୍ର କୋଶଳ କଳାମଣ୍ଡଳ ପଡିଆ ଠାରେ ଆୟୋଜିତ ୧୯ତମ ବଲାଙ୍ଗିର ଲୋକଉତ୍ସବ  ଉଦଯାପିତ  ହୋଇଯାଇଛି ।  ସକାଳ ୧୦ ଘଣ୍ଟା ସମୟରେ ପୁରୁଣା ମଞ୍ଚରେ ଜିଲ୍ଲା ସ୍ତରୀୟ ଲୋକନାଟକ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ଲୋକନାଟକ ପ୍ରତିଯୋଗିତାରେ ପ୍ରଥମ ଭବାନୀ କଳା ପରିଷଦ ପୁଇଁନ୍ତଲା, ଦ୍ୱିତୀୟ ରାମଜୀ କଳା ପରିଷଦ ଚିକଲବାହାଲ ଏବଂ ବିନୋଦ ବିହାରୀ ଓ ସାଥି ତମିଆଁ ତୃତୀୟ ସ୍ଥାନ  ଅଧିକାର କରି ପୁରସ୍କୃତ ହୋଇଥିଲେ ।  ଲୋକନାଟକ ପ୍ରତିଯୋଗିତାର ବିଚାରକ ଭାବେ ଭାସ୍କର ମେହେଟ୍ଟା, ହରେକୃଷ୍ଣ ସାହୁ, ଲଲିତ ପୂଝାରୀ ଓ ଜ୍ୟୋତି ରଞ୍ଜନ ବେଦବାଗ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସ୍ନେହା ପ୍ରତ୍ୟାଶା ନନ୍ଦ, ରଶ୍ମିତା ନାଗ, ସରୋଜ ମହାକୁର ଓ ସରୋଜ ନାଏକ । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି, ମଞ୍ଚ କଳାକାର ରବିନ୍ଦ୍ର ସାହୁ, କଳାକାର ସୁରେଶ ସାହୁ ଓ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସନ୍ଧ୍ୟାରେ ଆକାଶବାଣୀ କଳାକାର ମାନଙ୍କ ଦ୍ୱାରା ଲୋକଗୀତର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ନବୀନ କୁଅଁର, ଅପରୂପା ମହାନ୍ତି, ସୁଚରିତା ଚାନ୍ଦ, କାଳୀ ପ୍ରସାଦ ଷଡଙ୍ଗୀ, ଦିଲିପ ଦିପ, ଉଷାରାଣୀ ବାରିକ ଓ ମନୋଜ ମହାନ୍ତି ଲୋକଗୀତ ପରିବେଷଣ କରିଥିଲେ ।  ଯୁବ କବି ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।  ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ସାନ୍ଧ୍ୟ ଅଧିବେଶନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ,  ବରିଷ୍ଠ  ସାମ୍ବାଦିକ ସତ୍ୟ ନାରାୟଣ ବେହରା, , ଅତିଥି କଳାକାର ଯୋଗେଶ୍ୱର ମିଶ୍ର ମଞ୍ଚାସୀନ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ।  ମୁଖ୍ୟ ଅତିଥି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ସଂସ୍କୃତିର ବିକାଶ ପାଇଁ ଭିତ୍ତି ଭୂମୀ ସୁଦୃଢ ହେବା ଦରକାର । ସ୍ୱାଧିନତା ପରେ ଆମର ସାଂସ୍କୃତିକ ବିକାଶ ଯଥାରୀତି ହୋଇ ପାରିନାହିଁ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ଦିଗରୁ ଉଦ୍ୟମ କରାଯିବା ଦରକାର । କଳାମଣ୍ଡଳ ଏ ଜାତିର ସମ୍ପତ୍ତି, ଏହାର ଉପଯୁକ୍ତ ମୂଲ୍ୟାଙ୍କନ ବିଶ୍ୱ ବିଦ୍ୟାଳୟ ପରି ପରିକଳ୍ପନା ଦ୍ୱାରା ହିଁ ସମ୍ଭବ ବୋଲି କହିଥିଲେ । ଜିଲ୍ଲାପାଳ ଶ୍ରୀ ଡାକୁଆ ନିଜ ବକ୍ତବ୍ୟରେ ଆମ ଭିତରେ ଅପେକ୍ଷା ରହୁ, ଉତ୍କଣ୍ଠା  ରହୁ, ଆଉ ଏକ ଲୋକଉତ୍ସବ  ପାଇଁ ବୋଲି କହିଥିଲେ । ଏହି ଅବସରରେ ଆକାଶବାଣୀ କଣ୍ଠ ଶିଳ୍ପୀ ମନୋଜ ମହାନ୍ତିଙ୍କୁ କଳାକାର ସମ୍ବର୍ଦ୍ଧନା ଦିଆଯାଇଥିଲା । ପି.ଆର. ହାଇସ୍କୁଲ ବଲାଙ୍ଗିର, ନଟରାଜ କଳା ପରିଷଦ ବଲାଙ୍ଗିର, ପଞ୍ଚମ ବଲାଙ୍ଗିର, ଇ.ଜେଡ୍.ସି.ସି. କୋଲକତା (ନାଟୁଆ), ରାଧାରାଣୀ ସାଂସ୍କୃତିକ ସଂସଦ ବଲାଙ୍ଗିର, ଏସ୍.ସି.ଜେଡ୍.ସି.ସି. ନାଗପୁର (ବଧାଇ), ଗିଧ୍ୱା, ପଞ୍ଚାବ, ସଂସ୍କୃତି ବିଭାଗ, ଭୁବନେଶ୍ୱର, ଜିଲ୍ଲା ସଂସ୍କୃତି ପରିଷଦ ବୌଦ୍ଧ, ଜିଲ୍ଲା ସଂସ୍କୃତି ପରିଷଦ ମାଲକାନଗୀରୀ, ଇ.ଜେଡ୍.ସି.ସି. କୋଲକତା (ପାଇକା), ଏସ୍.ସି.ଜେଡ୍.ସି.ସି. ନାଗପୁର (ପନ୍ଥି), ଜିଲ୍ଲା ସଂସ୍କୃତି ପରିଷଦ ଜଗତସିଂପୁର, ଜିଲ୍ଲା ସଂସ୍କୃତି ପରିଷଦ କନ୍ଧମାଳ, ଜିଲ୍ଲା ସଂସ୍କୃତି ପରିଷଦ ରାୟଗଡା, ଜିଲ୍ଲା ସଂସ୍କୃତି ପରିଷଦ, ଢେଙ୍କାନାଳଙ୍କ ଦ୍ୱାରା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସ୍ନେହା ପ୍ରତ୍ୟାଶା ନନ୍ଦ, ସରୋଜ ବିଶ୍ୱାଲ, ରଶ୍ମିତା ନାଗ, ସୁଶୋଭିତା ଗୁରୁ, ଅର୍ଚ୍ଚନା ପାଢୀ, ଶର୍ମିଷ୍ଠା  ହୋତା, ସରୋଜ ମହାକୁର, ଶ୍ରୀପଦା ଷଡଙ୍ଗୀ, ବିନ୍ଦୁଲତା ପଲେଇ, ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ସୁଚରିତା ଚାନ୍ଦ, ରଞ୍ଜନ ପାଣିଗ୍ରାହୀ । 

0
0
0
s2sdefault