ହେଡଲାଇନସ୍:

ଅଗ୍ରୀଆ ସମାଜ ପକ୍ଷରୁ ରାଜପଥ ଅବରୋଧ:-୫୨ଜଣ କର୍ମଚାରୀଙ୍କୁ ବହିଷ୍କାର ଏବଂ ଅଗ୍ରୀଆ ସମାଜ ପ୍ରତି ଆପେକ୍ଷର ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :  ସୁନ୍ଦରଗଡ଼ କିରାଇ ସ୍ଥିତ ସୁନ୍ଦରଗଡ଼ ଇଂଜିନିୟରିଂ ସ୍କୁଲ ଆଇଆଇଟି ପକ୍ଷରୁ୫୨ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯିବା ସହ ଅଗ୍ରୀଆ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଆଜି ସକାଳ ୯ ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଖିଳ ଭାରତୀୟ ଅଗ୍ରୀଆ ସମାଜ ଓଡ଼ିଶା ପ୍ରଦେଶ ଶାଖା ପକ୍ଷରୁ ବିଜୁ ଏକ୍ସପ୍ରେସ ୱେର କିରାଇ ବାଇପାସ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା | ଫଳରେ ଉଭୟ ପାର୍ଶ୍ବରେ ସହ ସହ ଗାଡି, ମଟର ଅଟକି ରହିଥିଲେ | ଅଭିଯୋଗ ଅନୁସାରେ ଅନୁଷ୍ଠାନର ସମ୍ପାଦକ ଦେବରାଜ  ସାହୁ ଓ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଇଙ୍ଗିତରେ ୫୨ ଜଣ କର୍ମଚାରୀଙ୍କୁ ବିନା କାରଣରେ ବହିଷ୍କାର କରାଯାଇଛି , ଏହା ସହିତ ୫୨ ଜଣ ମଧ୍ୟରୁ ୩୦ଜଣ ଅଗ୍ରୀଆ ସମାଜର କର୍ମଚାରୀ ଙ୍କୁ  ଜାତିଆଣ ଅପେକ୍ଷ ମଧ୍ୟ କରାଯାଇଛି | ଯାହାକୁ ପ୍ରତିବାଦ କରି ଆଜି ଏହି ରାସ୍ତା ରୋକ କରାଯାଇଥିଲା |  ତା ସହିତ ଅନୁଷ୍ଠାନରେ ପାଖା ପାଖି ୧କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ମଧ୍ୟ ଅଭିଯୋଗ ହୋଇଛି |  ସମସ୍ତ ଘଟଣାର ତଦନ୍ତ ଏବଂ କାର୍ଯ୍ୟନୁଷ୍ଠାନ ଦାବି କରି ଦୀର୍ଘ୧ବର୍ଷ ରୁ ଆନ୍ଦୋଳନ ଜାରି ରହିଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି |  ଜାତିଆଣ ଆକ୍ଷେପ  ମାମଲାରେ ପୂର୍ବତନ ବିଧାୟକ ଯୋଗେଶ ସିଂ ତାଙ୍କର ସ୍ପଷ୍ଟି କରଣ ରଖିଛନ୍ତି ସେ କେବେ ବି  ଅଗ୍ରୀଆ ସମାଜକୁ ଆପକ୍ଷ କରିନାହାନ୍ତି | ସେ ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ସମସ୍ତ ସମାଜକୁ ଏବଂ ସବୁ ସମାଜର ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତି, ଖବର ଲେଖାହେବା ଯାଏ ରାସ୍ତା ଅବରୋଧ ଜାରି ରହିଥିଲା |

0
0
0
s2sdefault