ହେଡଲାଇନସ୍:

 ସରକାରୀ ପ୍ରତିଶୃତି ସପନ ହୋଇ ରହିଗଲା, ମୃତ୍ୟୁ କିନ୍ତୁ ସାଜିଲା ବାସ୍ତବତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ନୂଆପଡା/ପ୍ରିୟବ୍ରତ ପଣ୍ଡା : ଦୁଃଖ ଆସେ ଏମିତି ଲୁହ ପୋଛିବା କୁ ନ ଥାନ୍ତି କେହି । ବିଜୟ କୁମାର ପଣ୍ଡା ରୁଣ୍ଡି ହାଇସ୍କୁଲର ପ୍ରଧାନ ଶିକ୍ଷକ କାଲି ରାତିରେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଶେଷ ନିଶ୍ୱାସ ତ୍ୟାଗକଲେ । କାହାଣୀ ସାରିଯାଇନି ଏଇଠି ବରଂ ଏକ ଆରମ୍ଭ ଏକ ସଂଘର୍ଷମୟ ଜୀବନର, ପୁଅ ପ୍ରାଞ୍ଜଳ ୧୫ ଆଉ ପତ୍ନୀଙ୍କ ପାଇଁ । ରୁଣ୍ଡି ଭଳି ଅନେକ ସ୍କୁଲର ଶିକ୍ଷକମାନେ ସରକାରଙ୍କ ପାଖରେ ଅନୁରୋଧ ଯୁକ୍ତି ଆଉ ଅନେକ ସମୟରେ ଧାରଣା ମାଧ୍ୟମରେ ନିଜ ଅଧିକାରର ଲଢେଇ ଲଢ଼ି ଆସିଥିଲେ ହେଁ କେବେ ମିଳିଛି ମିଥ୍ୟା ପ୍ରତିଶ୍ରୁତି ତ କେବେ ମନ ବୁଝେଇ ବାକୁ ଆଶା । ବିଜୟଙ୍କ ମୃତ୍ୟୁ ପରେ ସରକାର କି ସହଯୋଗ ଦେଉଛନ୍ତି ତାହା ନିର୍ଣ୍ଣୟ କରିବା ଅଣନୁଦାନ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟରତ ଅସୁରକ୍ଷିତ ଭବିଷ୍ୟତ ଯୁକ୍ତ ଶିକ୍ଷକଙ୍କ ଭବିଷ୍ୟତର ମାର୍ଗ । ଚିନ୍ତା ଯୁକ୍ତ ହୋଇ ତାଙ୍କ ସହକର୍ମୀ ପ୍ରକାଶ କରିଛନ୍ତି ଏଭଳି ହୃଦୟ ବିଦାରକ କଥା । ତଥ୍ୟ ଅନୁସାରେ ଆଗାମୀ ୫ ବର୍ଷ ରେ ୭୫% ରୁ ଉର୍ଦ୍ଧ ଶିକ୍ଷକ ଅବସର ନେବେ ହେଲେ ସରକାରୀ ମାନ୍ୟତା ନ ଥିବାରୁ ଖାଲି ପଡିପାରେ ପଦବୀ, ସିଧା ଭାଷାରେ କହିବାକୁ ଗଲେ ଅନେକ ଶିକ୍ଷା ଅନୁଷ୍ଠାନରେ ଝୁଲିବ ତାଲା । ଦେଖାଯାଉ ବିଜୟ ସ୍ମୃତିରେ ରହିବେ ନା ସହକର୍ମୀଙ୍କ ପାଇଁ ଆଣିବେ ବିଜୟର ରାହା ।

 

0
0
0
s2sdefault