ହେଡଲାଇନସ୍:

ନିଆଁରେ ପୋଡି ବାଳକ ଗୁରୁତର |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା(ବିକ୍ରମ ମହାପାତ୍ର )

ଝାରସୁଗୁଡା ସହରାଂଚଳ ଚି଼ଠୁଆପଡା ରେ ଜଣେ ୧୨ ବର୍ଷ ବୟସର ନାବାଳକ ପୋଡି ଗୁରୁତର ଭାବେ ଆହତ ହୋଇଛି | ଆହତ ବାଳକ କୁ ପ୍ରଥମେ ସ୍ଥାନୀୟ ଡାକ୍ତର ଖାନା ଓ ପରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି |ଆହତ ବାଳକ ଚି଼ଠୁଆପଡା ର ଅକ୍ଷୟ ଓରାମ (୧୨) ଓ ତାର ଶରୀରର ୯୦ ପ୍ରତିଶତ ପଡିଥିବା ଜଣାପଡିଛି |ପୋଡ଼ିବାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ | ପୋଲିସ ଏନେଇ ତଦନ୍ତ କରୁଛି |ଗତ ରାତି ୮ ଟା ସମୟରେ ଘରୁ ବାହାରି ଆଜି ସକାଳେ ପୋଡା ଅବସ୍ଥାରେ ଘରକୁ ଫେରିବାପରେ ପରିବାର ଲୋକେ ଝାରସୁଗୁଡା ଡାକ୍ତର ଖାନାକୁ ଚିକିତ୍ସାପାଇଁ ଆଣିଥିଲେ |ତେବେ ଅବସ୍ଥା ଗୁରୁତର ଥିବା ଓ ଝାରସୁଗୁଡା ଡାକ୍ତର ଖାନରେ ବର୍ଣ ୟୁନିଟ ନ ଥିବାରୁ ତାକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି |   

0
0
0
s2sdefault