ହେଡଲାଇନସ୍:

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତା ମଲଦା ଗ୍ରାମ ନିକଟସ୍ଥ ପାହାଡ଼ି ଢ଼ାବା ନିକଟରେ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ । ଘଟଣା ଅନୁଯାୟୀ, ଆଜି ଦିନ ପ୍ରାୟ 3ଟା ସମୟରେ ପାହାଡ଼ି ଢ଼ାବା ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାମୁହି ଧକ୍କା ହୋଇଥିଲା । ଏଥିରେ ଘଟଣାସ୍ଥଳରେ ପାଇକମାଲ ବ୍ଲକ କୁଦୋଗୁଡା ଗ୍ରାମର ଗୌର ବରିହା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଯୁବକଙ୍କୁ ପଦ୍ମପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଜେ, ନୂତନ ଭାବରେ ଏଠାରେ ନିର୍ମାଣ ହେଉଥିବା ବିଜୁ ଏକ୍ସପ୍ରେସ ରାସ୍ତା ଏବେ ମରଣଜନ୍ତାରେ ପରିଣତ ହୋଇଛି । କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଉ ନ ଥିବାରୁ ଏହି ରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ଚାଲିଛି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

0
0
0
s2sdefault