ହେଡଲାଇନସ୍:

ବିନା ଅନୁମତିରେ ଗୋଚର ଓ ଜଙ୍ଗଲ ଜମିରୁ ମୋରମ ଚାଲାଣ : ପ୍ରଶାସନ ନିଦ ବିଷ୍ଣୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା(ବିକ୍ରମ ମହାପାତ୍ର) :  ବେଲପାହାଡ ପୌରାଞ୍ଚଳ ମିର୍ଧାଡେରା ଗ୍ରାମରେ ଥିବା ଗୋଚର ଓ ଜଙ୍ଗଲ ଜମିରୁ ବେଆଇନ ଭାବେ ଏକ ନିର୍ଦିଷ୍ଟ ଠିକ ସଂସ୍ଥା ରାଜସ୍ବ ବିଭାଗ ର ବିନା ଅନୁମତିରେ ମାଟି ଓ ମୋରମ ଚାଲାଣ କରୁଥିବା ନେଇ ଅଭିଯୋଗ ହେଉଛି |ସ୍ୱଷ୍ଟ ଦିବା ଲୋକରେ ହାଇବା ଯୋଗେ ବେପରୁଆ ଭାବେ କୌଣସି ଏକ ନିର୍ଦିଷ୍ଟ ସ୍ଥାନକୁ ମାଟି ଓ ମୋରମ ନେଉଥିବା ଅଭିଯୋଗ ହୋଇଛି |ଏଥି ପାଇଁ ପାଶ୍ୱବର୍ତୀ  ଅଂଚଳ ଖାଲୁଆ ହୋଇ ଯାଉଥିବା ଦେଖା ଯାଉଛି | ନିକଟରେ ଥିବା ମୁସଲିମ ସମାଜ ର ଏକ ସ୍ମଶାନ ପାଚେରୀ ଭୁଶୁଡି ଯିବାର ଆଶଙ୍କା ପ୍ରକାଶ କରି ମହମ୍ମଦିଆ ୱେଲଫେୟାର ପକ୍ଷରୁ ଏନେଇ ରାଜସ୍ବ ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବେଆଇନ ମାଟି ଓ ମୋରମ ଖୋଲିବା ଘଟଣା ର ତଦନ୍ତ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି |ଏପରିକି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହେଉଛି |୧୦ ଦିନ ପୂର୍ବେ ଗୋଚର ଜମିରେ ମାଟି ଉତ୍ତୋଳନ  କରାଯାଉଥିବା ବେଳେ ୱେଲଫେୟାର ସଂସ୍ଥାର ଜଣେ ସଦସ୍ୟ ଘଟଣା ସ୍ଥଳକୁ ଯାଇ ମାଟି ଖୋଲାକୁ ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ସଂସ୍ଥାର କର୍ମଚାରୀ ଆଉ ମାଟି ଖୋଳାଯିବନାହିଁ ବରଂ ଖାଲୁଆ ଜମିରେ ମାଟି ଭର୍ତ୍ତି  କରାଯାଇ ସମତୁଲ କରାଯିବ ବୋଲି ପ୍ରତିଶୃତି ଦେବାର ର ୧୫ ଦିନ ବିତି ଯାଇଥିଲେ ମଧ୍ୟ ତାହା ସମତୁଲ କରାଯାଇନାହିଁ | ବ୍ରଜରାଜନଗର ବନାଞ୍ଚଳ ଓ ଲଖନପୁର ତହସିଲଦାର ଙ୍କୁ ଫୋନ ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବେଆଇନ ମାଟି ଚାଲାଣ କାରି ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ଏନେଇ ଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମହମ୍ମଦିଆ ୱେଲଫେୟାର ସୋସାଇଟିର ସମ୍ପାଦକ ମହମ୍ମଦ ଆରିଫ କହିଛନ୍ତି |

0
0
0
s2sdefault