ହେଡଲାଇନସ୍:

ଭାତୃହନ୍ତାକୁ  ଆଜୀବନ ଜେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଡ଼ଃ. ଭି. ସୁଜାତା ଆଜି କେ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଭାଇକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୨ ଅନୁସାରେ ଆଜୀବନ ସଶ୍ରମ କାରାଦଣ୍ଡ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ୫ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଦେଇଥିବା ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର କିଟି ସିଂ ଓ ଅଭିଯୁକ୍ତ ଦପଙ୍ଗ ସିଂ(୪୫) ଦୁଇ ଭାଇ ଅଟନ୍ତି । ଦପଙ୍ଗ ଶରତ ଥାନାର ମାଟିଚୁଆ ଗ୍ରାମରେ ଘର କରି ବସବାସ କରୁଥିବା ବେଳେ କିଟି ସିଂ ରାଣୀପୋଖରୀ ଗ୍ରାମରେ ବସବାସ କରୁଥିଲା । କିନ୍ତୁ ସମ୍ପତ୍ତବାଡ଼ିକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ରହିଥିଲା । ଗତ ୨୦୧୩ ସେପ୍ଟେମ୍ବର ୩ ପୂର୍ବାହ୍ନରେ କିଟି ସିଂ ତାର ଦ୍ୱିତୀୟ ସ୍ତ୍ରୀ ମାନୀକୁଇ ସହିତ ଶରତ ହାଟକୁ ଯାଇ ଅପରାହ୍ନରେ ଘରକୁ ଫେରିବା ସମୟରେ ରାସ୍ତାରେ ଏକ ହାଣ୍ଡିଆ ଭାଟିରେ ହାଣ୍ଡିଆ ପିଉଥିଲେ । ଏହି ସମୟରେ ଦପଙ୍ଗ ମଧ୍ୟ ସେଠାରେ ପହଁଞ୍ଚି ହାଣ୍ଡିଆ ପିଇଥିଲା । ଏହାପରେ ଘରକୁ ଫେରିବା ରାସ୍ତାରେ ଦପଙ୍ଗ ଏକ ଟାଙ୍ଗିଆରେ କିଟିକୁ ଆକ୍ରମଣ କରି ହତ୍ୟା କରିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଶବକୁ ରାସ୍ତାରେ ଛାଡ଼ି ପଳାଇ ଯାଇଥିଲା । କିଟିର ପୁଅ ମଧୁ ସିଂ ଓ ତାର ସାନ ଭାଇ ରାମ ସିଂ ହଦଗଡ଼ ଡ଼୍ୟାମରୁ ମାଛ ମାରି ଫେରୁଥିବା ବେଳେ କାଣିଆ ଗ୍ରାମରେ ୱାଡର଼୍ ମେମ୍ବର ମାଟା ସିଂ ନିକଟରୁ ତାର ବାପାକୁ ଦପଙ୍ଗ ସିଂ ମଡର଼୍ର କରିଥିବାର ଜାଣିବାକୁ ପାଇଥିଲା । ଏହି ହତ୍ୟା ଘଟଣାକୁ ନେଇ ପୁଅ ମଧୁ ସିଂ ଶରତ ଥାନାରେ ଦପଙ୍ଗ ସିଂଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ କେଶ ନଂ ୩୭/୨୦୧୩ରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାରେ ଥିବା ସମସ୍ତ ସାକ୍ଷୀମାନଙ୍କ ବୟାନ ଓ ପ୍ରମାଣପତ୍ରକୁ ଭିତ୍ତିକରି ଆଜି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । 

 

 

0
0
0
s2sdefault